ପ୍ରସିଦ୍ଧ ଗଜଲ ଲେଖକ ରାହତ ଇନ୍ଦୌରୀ କରୋନାରେ ସଂକ୍ରମିତ : ଟ୍ବିଟ୍ କରି ଦେଲେ ସୂଚନା

Published By : Prameya-News7 Bureau | August 11, 2020 IST

ଇନ୍ଦୋର ୧୧/୮: ପ୍ରସିଦ୍ଧ ଗଜଲ ଲେଖକ ରାହତ ଇନ୍ଦୌରୀ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ତାଙ୍କୁ ବିଳମ୍ବିତ ରାତିରେ ହସ୍ପିଟାଲରେ ଭର୍ତି କରାଯାଇଛି। ରାହତ ଇନ୍ଦୌରୀଙ୍କ ପୁଅ ସତଲେଜ ଏହି ବିଷୟରେ ସୂଚନା ଦେଇଛନ୍ତି,ପରେ ନିଜେ ରାହତ ଇନ୍ଦୌରୀ ମଧ୍ୟ ଏବିଷୟରେ ଟ୍ବିଟ୍ ଦେଇଛନ୍ତି।

ସତଲେଜ ଇନ୍ଦୌରିଙ୍କ ମୁତାବକ,ରାହତ ଇନ୍ଦୌରୀଙ୍କୁ ଇନ୍ଦୋରର ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଯାହା କୋଭିଡ ସ୍ପେଶାଲ ହସ୍ପିଟାଲ୍। ଏହା ସହିତ ସେ କହିଛନ୍ତି ଯେ ଏବେ ଚିନ୍ତାର କୌଣସି ଆବଶ୍ୟକତା ନାହିଁ,ସେ ଏବେ ସୁସ୍ଥ ଅଛନ୍ତି।

ରାହତ ଇନ୍ଦୌରୀ ନିଜେ ମଧ୍ୟ ଟ୍ବିଟରରେ ଏହାର ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ କୋଭିଡ-୧୯ର ପ୍ରାଥମିକ ଲକ୍ଷଣ ଦେଖାଦେବାରୁ କାଲି ତାଙ୍କର କରୋନା ଟେଷ୍ଟ କରାଯାଇଥିଲା,ଯାହା ଫଳରେ ସେ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଛନ୍ତି। ସେ ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି,ପ୍ରାର୍ଥନା କରନ୍ତୁ ଯେ ସେ ଖୁବ୍ ଶୀଘ୍ର ଏଥିରୁ ଆରୋଗ୍ୟ ହୁଅନ୍ତୁ। ତାଙ୍କୁ କିମ୍ବା ତାଙ୍କ ଘର ଲୋକଙ୍କୁ ଫୋନ୍ କରନ୍ତୁ ନାହିଁ.ତାଙ୍କର ସ୍ବାସ୍ଥ୍ୟ ଅପଡେଟ୍ ଟ୍ବିଟର ଏବଂ ଫେସବୁକରେ ଆପଣଙ୍କୁ ମିଳିବ।

cରାହତ ଇନ୍ଦୌରୀ ପ୍ରସିଦ୍ଧ ଗଜଲ ଲେଖକ। ଏହା ସହିତ ସେ ବଲିଉଡ ପାଇଁ ମଧ୍ୟ ଅନେକ ଗୀତ ଲେଖିଛନ୍ତି। ରାହତଙ୍କୁ ୭୦ବର୍ଷ। ତେଶୁ ତାଙ୍କୁ ଡାକ୍ତରଙ୍କ ପରାମର୍ଶରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.