ଜାଡେଜାଙ୍କ ଅର୍ଦ୍ଧଶତକ ପାଇଁ ରନ୍ ଆଉଟ ହେଲେ ରାହାଣେ, ସୋସିଆଲ ମିଡିଆରେ ଟ୍ରୋଲ୍ କଲେ ୟୁଜର

Published By : Prameya-News7 Bureau | December 28, 2020 IST

ମେଲବର୍ଣ୍ଣ,୨୮/୧୨: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମେଲବର୍ଣ୍ଣରେ ଖେଳାଯଉଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ଆଜିଙ୍କ୍ୟ ରାହାଣେ ୧୧୨ ରନ୍ କରି ଆଉଟ ହୋଇଛନ୍ତି । ରବିନ୍ଦ୍ର ଜାଡେଜା ଯେତେବେଳେ ଅର୍ଦ୍ଧଶତକର ନିକଟବର୍ତ୍ତୀ ଥିଲେ ସେତେବେଳେ ରାହାଣେ ସିଙ୍ଗିଲ୍ ରନ୍ ନେବାକୁ ଯାଇ ରନ୍ ଆଉଟ ହୋଇଥିଲେ ।

{"id":383663,"sizeSlug":"large","linkDestination":"none"}

ରାହାଣେ ଏପରି ଆଉଟ ହେବା ପରେ ସୋସିଆଲ ମିଡିଆରେ ୟୁଜର ଜାଡେଜାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ରାହାଣେ ଶତକ ଲଗାଇ କ୍ରିଜରେ ଥିବା ବେଳେ ଜାଡେଜା ଅର୍ଦ୍ଧଶତକ ପାଇଁ ସେ ରନ୍ ଆଉଟ ହୋଇଥିବା ଫ୍ୟାନମାନେ କହିଛନ୍ତି ।

{"id":383664,"sizeSlug":"large","linkDestination":"none"}

ଜାଡେଜା ଓ ରାହାଣେଙ୍କ ମଧ୍ୟରେ ଷଷ୍ଠ ଓ୍ୱିକେଟରେ ୧୨୧ ରନର ପାର୍ଟନରସିପ୍ ହୋଇଥିଲା । ଭାରତ ବଡ ସ୍କୋର ଅଭିମୁଖେ ଯାଉଥିଲେ ମଧ୍ୟ ୩୨୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାସହ ଅଷ୍ଟ୍ରେଲିଆଠାରୁ ୧୩୧ ରନ୍ ଆଗୁଆ ରହିଥିଲା ।

{"id":383665,"sizeSlug":"large","linkDestination":"none"}

୧୧୨ ରନରେ ରାହାଣେ ଆଉଟ ହେବା ପରେ ଫ୍ୟାନ୍ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜାଡେଜା ମଧ୍ୟ ରାହାଣେ ଆଉଟ ହେବା ପରେ ୫୭ ରନ୍ କରି ଆଉଟ ହୋଇଥିଲେ । ତେବେ ଜାଡେଜା କଣ ପାଇଁ ଅର୍ଦ୍ଧଶତକ କରିବାକୁ ତରତର ହେଉଥିଲେ ବୋଲି ପ୍ରଶ୍ନ ଉଠୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.