ଅଷ୍ଟ୍ରେଲିଆ ମାଟିରେ ଶତକ ଲଗାଇଥିବା ୫ମ ଭାରତୀୟ ଅଧିନାୟକ ରାହାଣେ, ହାସଲ କଲେ ଆହୁରି ଅନେକ ରେକର୍ଡ

Published By : Prameya-News7 Bureau | December 27, 2020 IST

ମେଲବର୍ଣ୍ଣ, ୨୭/୧୨:   ବକ୍ସିଂ ଡେ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ଦଳର ଅଧିନାୟକ ଆଜିଙ୍କ୍ୟ ରାହାଣେ ଶତକ ଲଗାଇଛନ୍ତି । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହାଣେ ଅଧିନାୟକତ୍ୱ ପାଳି ଖେଳିଥିଲେ । ଏହାସହ ଦଳକୁ ମଜବୁତ ସ୍ଥିତିରେ ପହଁଚାଇଥିଲେ ।ରାହାଣେଙ୍କ ସାଥ୍ ଦେଇଥିଲେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଉଭୟ ବ୍ୟାଟସମ୍ୟାନ୍ ଷଷ୍ଠ ଓ୍ୱିକେଟରେ ୧୦୪ ରନ୍ ସଂଗ୍ରହ କରିଥିଲେ । ଶତକ ସହ ରାହାଣେ ନିଜ ନାମରେ ଅନେକ ବିରଳ ରେକର୍ଡ ମଧ୍ୟ ହାସଲ କରିଛନ୍ତି ।

ରାହାଣେ ଅଷ୍ଟ୍ରେଲିଆ ମାଟିରେ ଦ୍ୱାଦଶ ଶତକ ପୂରଣ କରିଛନ୍ତି । ଏହାସହ ପଞ୍ଚମ ଭାରତୀୟ ଅଧିନାୟକ ଭାବେ ସେ ଏହି କୀର୍ତ୍ତି ପ୍ରତିଷ୍ଠା କରିଛନ୍ତି ।

ରାହାଣେଙ୍କ ପୂର୍ବରୁ ମହମ୍ମଦ ଆଜହରୁଦ୍ଦୀନ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ବିରାଟ କୋହଲି ମଧ୍ୟ ଅଧିନାୟକ ଭାବେ କଙ୍ଗାରୁ ମାଟିରେ ଶତକ ଲଗାଇଛନ୍ତି ।

ଏହାସହ ରାହେଣେ ଦ୍ୱିତୀୟ ଥର ମେଲବର୍ଣ୍ଣ ଗ୍ରାଉଣ୍ଡରେ ଶତକ ଲଗାଇଛନ୍ତି । ୨୦୧୪ରେ ମଧ୍ୟ ସେ ଶତକ ଅର୍ଜନ କରିଥିଲେ । ଅନ୍ୟ ଏସିଆ ବ୍ୟାଟସମ୍ୟାନ୍ ଭାବେ ବିନୋଦ ମଙ୍କଡ, ସାଦିକ ମହମ୍ମଦ, ମାଜିଦ ଖାନ ଦୁଇଥର ଏମସିଜି ଗ୍ରାଉଣ୍ଡରେ ଶତକ ଲଗାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.