Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କଙ୍ଗାରୁ ଆକୃତିର କେକ୍ କାଟିଲେନି ରାହାଣେ, କାରଣ ଜାଣିବା ପରେ ସମସ୍ତେ କରୁଛନ୍ତି ପ୍ରଶଂସା

31/01/2021 at 10:09 AM

ନୂଆଦିଲ୍ଲୀ, ୩୧/୦୧:   ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେଙ୍କୁ ଖୁବ୍ ପ୍ରଶଂସା କରାଯାଉଛି । କୋହଲିଙ୍କ ଅନୁପସ୍ଥିତିରେ ରାହାଣେଙ୍କ ନେତୃତ୍ୱରେ ଭାରତ ୨-୧ରେ ସିରିଜ କବଜା କରିଥିଲା । ସେ ଯେବେ ଭାରତ ଫେରିଲେ କଙ୍ଗାରୁ ଫଟୋ ଥିବା ଏକ କେକ୍ ନକାଟି ଚର୍ଚ୍ଚାରେ ରହିଛନ୍ତି । ସେ କଣ ପାଇଁ ଏପରି କେକ୍ କାଟିନଥିଲେ ସେନେଇ ମତ ଦେଇଛନ୍ତି ।

ରାହାଣେ କହିଛନ୍ତି ଯେ, କଙ୍ଗାରୁ ଅଷ୍ଟ୍ରେଲିଆର ଜାତୀୟ ପଶୁ । ସେ ଏପରି କରିପାରିବେ ନାହିଁ । ବିପକ୍ଷ ଦଳକୁ ସମ୍ମାନ ଦେବା ଆବଶ୍ୟକ । ଜିତିବା ପରେ ବି ବିପକ୍ଷ ଦଳ ସହ ଭଲ ବ୍ୟବହାର ପ୍ରଦର୍ଶନ କରିବା ଉଚିତ । ନିଜର ପ୍ରତିଦ୍ୱନ୍ଦ୍ୱୀ ଓ ଅନ୍ୟ ଦେଶ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ । ତେଣୁ ସେ କେକ୍ ନକାଟିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଜିତିବା ପରେ ରାହାଣେ ଦାଦର ସ୍ଥିତ ନିଜ ଘରକୁ ଫେରିଥିଲେ । ତାଙ୍କ ପଡୋଶୀମାନେ ଏକ ପାର୍ଟିର ଆୟୋଜନ କରିଥିଲେ । ଏହାସହ କେକ୍ ଆଣିଥିଲେ । କେକରେ କଙ୍ଗାରୁ ତିଆରି ହୋଇଥିଲା । ରାହାଣେ ଏହାକୁ ଦେଖି କାଟିବାକୁ ମନା କରିଦେଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସମସ୍ତେ ରାହାଣେଙ୍କ ଏପରି ବ୍ୟବହାରକୁ ପ୍ରଶଂସା କରିଛନ୍ତି ।

ରାହାଣେ ଆହୁରି ମଧ୍ୟ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଗସ୍ତ ଶେଷ ହୋଇଯାଇଛି । ସେ ଆଉ ଅଧିନାୟକ ନୁହଁନ୍ତି । ସେ ଏବେ ଇଂଲଣ୍ଡ ବିପକ୍ଷ ସିରିଜ ଉପରେ ନଜର ରଖିଛନ୍ତି । ଏବେ ଆଗାମୀ ଲକ୍ଷ୍ୟ ଉପରେ ସେ ଅଧିକ ଧ୍ୟାନ ଦେଉଥିବା କହିଛନ୍ତି ।

   Related Posts