ମେଲବର୍ଣ୍ଣରେ ବ୍ୟାଟ୍ରୁ ବାହାରିଥିଲା ଶତକ, କିନ୍ତୁ ପରେ ଲଗାତର ତିନୋଟି ଇନିଂସରେ ଫେଲ୍ ମାରିଛନ୍ତି ରାହାଣେ
17/01/2021 at 10:26 AM

ବ୍ରିସବେନ୍,୧୭/୦୧: ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନରେ ଖେଳାଯାଉଥିବା ଚତୁର୍ଥ ତଥା ନିର୍ଣ୍ଣାୟକ ଟେଷ୍ଟରେ ଭାରତର ଟପ୍ ୪ ବ୍ୟାଟସମ୍ୟାନ୍ ଫେଲ୍ ମାରିଥିଲେ । ଶୁଭମନ ଗିଲ୍, ରୋହିତ ଶର୍ମା, ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଯଥାକ୍ରମେ ୭, ୪୪,୨୫ ଓ ୩୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।
ମ୍ୟାଚ ପ୍ରଥମ ଇନିଂସରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ମିଚେଲ ଷ୍ଟାର୍କଙ୍କ ବଲରେ ଶିକାର ହୋଇଥିଲେ । ମେଲବର୍ଣ୍ଣରେ ଶତକ ଲଗାଇ ଭାରତୀୟ ଦଳକୁ ଐତିହାସିକ ବିଜୟ ଦେଇଥିବା ରାହାଣେ ଲଗାତର ତିନୋଟି ପାଳିରେ ବିଫଳ ହୋଇଛନ୍ତି । ସିଡନୀ ଟେଷ୍ଟର ପ୍ରଥମ ପାଳିରେ ରାହାମେ ମାତ୍ର ୨୨ ରନ୍ କରିଥିବା ବେଳେ ଦ୍ୱିତୀୟ ପାଳିରେ ୪ ରନ୍ କରି ଆଉଟ୍ ହୋଇଥିଲେ ।
ବ୍ରିସବେନ ଟେଷ୍ଟର ପ୍ରଥମ ପାଳିରେ ମଧ୍ୟ ସେ ଫ୍ଲଫ୍ ପୋଇଛନ୍ତି । ସେ ମାତ୍ର ୩୭ ରନ୍ କରି ପ୍ୟାବିଲିୟନ ଫେରିଥନ୍ତି । ଏପରିକି ଫିଲ୍ଡିଂ ବେଳେ ମଧ୍ୟ କ୍ୟାଚ୍ ହାତଛଡା କରିଛନ୍ତି । ମିଡିଲ ଅର୍ଡରେ ରାହାଣେ ଭଳ ଖେଳି ନାପାରିବାରୁ ଦଳ ଚାପରେ ରହିଛି ।
ଦଳରେ ଏବେ ବିରାଟ କୋହଲି ଅନୁପସ୍ଥିତ ଅଛନ୍ତି । ଏହା ମଧ୍ୟରେ ରାହାଣେଙ୍କ ଖରାପ ବ୍ୟାଟିଂ ଭାରତକୁ କ୍ଷତି ପହଁଚାଉଛି । ଦଳ ପାଖରେ ସିରିଜ୍ ଜିତିବାକୁ ସୁଯୋଗ ଥିଲେ ମଧ୍ୟ ଦଳ ଚତୁର୍ଥ ଟେଷ୍ଟ ଡ୍ର କଲେ ସିରିଜ ୧-୧ରେ ବରାବର ହୋଇଯିବ ।
ଏପରି ହେଲେ ବର୍ଡର ଗାଭାସ୍କର ଟ୍ରଫି ଭାରତ ପାଖରେ ରହିବ । କାରଣ ଦଳ ଶେଷ ଥର ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତରେ ୨-୧ରେ ଟେଷ୍ଟ୍ ସିରିଜ ଜିତିଥିଲା ।