Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ମେଲବୋର୍ଣ୍ଣରେ ଶତକ ପୂର୍ବରୁ ସଚିନଙ୍କ ଏହି ଇନିଂସକୁ ୧୦ ଥର ଦେଖିବା ପରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ରାହାଣେ

24/01/2021 at 10:53 PM

ନୂଆଦିଲ୍ଲୀ ୨୪।୦୧: ଭାରତୀୟ ଟେଷ୍ଟ କ୍ରିକେଟ୍‌ର ଅଧିନାୟକ ଆଜିଙ୍କ୍ୟ ରାହାଣେ ରବିବାର ଏକ ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ଅଷ୍ଟ୍ରେଲିଆ ଗସ୍ତରେ ଦଳର ସଫଳତାକୁ ନେଇ ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ନିଜର ଅଧିନାୟକତ୍ଵରେ ସମସ୍ତଙ୍କୁ ପ୍ରଭାବିତ କରିଥିବା ରାହାଣେ କହିଛନ୍ତି, ଆଡିଲେଡ୍‌ରେ ୩୬ ରନରେ ଅଲଆଉଟ୍ ହେବା ପରେ ଦଳ ବାକି ମ୍ୟାଚ୍‌କୁ ଚ୍ୟାଲେଞ୍ଜ ଭଳି ନେଇଥିଲେ। ଆମର ଗୋଟିଏ ଘଣ୍ଟା ଖରାପ ରହିଲା ଏବଂ ଆମେ ମ୍ୟାଚ୍‌ ହାରିଗଲୁ।

ସୂଚନାଯୋଗ୍ୟ, ଆଡିଲେଡ୍‌ରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିରୋଧରେ ଦ୍ଵିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ୍ ହୋଇଥିଲା। କଙ୍ଗାରୁ ଦଳ ଅଢେଇ ଦିନରେ ଉକ୍ତ ମ୍ୟାଚ୍‌କୁ ୮ ଓ୍ଵିକେଟ୍‌ରେ ଜିତି ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ବିରାଟ କୋହଲି ପିତୃତ୍ଵ ଅବକାଶ ପାଇଁ ଅଷ୍ଟ୍ରେଲିଆ ଗସ୍ତକୁ ଅଧାରେ ଛାଡି ସ୍ଵଦେଶ ଫେରିଥିଲେ। ହେଲେ କୋହଲିଙ୍କ ସ୍ଥାନରେ ଅଧିନାୟକ ଦାୟିତ୍ଵ ସମ୍ଭାଳିଥିବା ଆଜିଙ୍କ୍ୟ ରାହାଣେ ଅଷ୍ଟ୍ରେଲିଆ ମାଇଣ୍ଡ ଗେମ୍‌ ପାର କରି ଦଳକୁ ପୁଣି ଥରେ ଛିଡା କରିଥିଲେ। ଟିମ୍ ଇଣ୍ଡିଆ ରାହାଣେଙ୍କ ଅଧିନାୟକତ୍ଵରେ ମେଲବୋର୍ଣ୍ଣରେ ଅଦ୍ଭୁତପୂର୍ବ ବିଜୟ ହାସଲ କରି ସିରିଜ୍‌କୁ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା।

ଆଜିଙ୍କ୍ୟ ରାହାଣେ ଭାରତୀୟ ଦଳର ନେତୃତ୍ଵ ନେଇ ମେଲବୋର୍ଣ୍ଣରେ ଦମଦାର ଶତକ ଅର୍ଜନ କରିଥିଲେ। ରାହାଣେ ଅଷ୍ଟ୍ରେଲିଆ ବିରୋଧରେ ଭାରତକୁ ବକ୍ସିଂ ଡେ ଟେଷ୍ଟରେ ୮ ଓ୍ଵିକେଟ୍‌ରେ ଜିତାଇଥିଲେ। ମେଲବୋର୍ଣ୍ଣ ଟେଷ୍ଟରେ ଶତକୀୟ ଇନିଂସକୁ ନେଇ ରାହାଣେ କହିଛନ୍ତି ଏହି ମ୍ୟାଚ୍‌ରେ ବ୍ୟାଟିଂ କରିବା ପୂର୍ବରୁ ସେ ପ୍ରଥମେ ସଚିନ ତେନ୍ଦୁଲକରଙ୍କ ୧୯୯୯ରେ ୧୧୬ ରନର ଇନିଂସର ଭିଡିଓକୁ ପ୍ରାୟ ୧୦ ଥର ଦେଖିଥିଲେ। ମେଲବୋର୍ଣ୍ଣରେ ୧୯୯୯ରେ ସଚିନ ୧୧୬ ରନର ଇନିଂସ ଖେଳିଥିଲେ। କିନ୍ତୁ ଏହି ମ୍ୟାଚ୍‌ରେ ଭାରତ ୧୮୦ ରନରେ ପରାଜିତ ହୋଇଥିଲା। ଦ୍ଵିତୀୟ ଇନିଂସରେ ସଚିନ ୫୨ ରନର ପାଳି ଖେଳିଥିଲେ। ସେ ମ୍ୟାନ୍ ଅଫ ଦ ମ୍ୟାଚ୍ ମଧ୍ୟ ବିବେଚିତ ହୋଇଥିଲେ।

   Related Posts