Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆକ୍ସନ ମୋଡରେ ପ୍ରଶାସନ, ରାହାମା ଅଞ୍ଚଳକୁ ପାଞ୍ଚଦିନ ପାଇଁ ସଟ୍‌ଡାଉନ୍‌

15/07/2020 at 1:42 PM

ଜଗତସିଂହପୁର ୧୫।୦୭: ଜଗତସିଂହପୁର ଜିଲ୍ଲାର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳ ରାହାମା ଅଞ୍ଚଳକୁ ପାଞ୍ଚଦିନ ପାଇଁ ସଟ୍‌ଡାଉନ ଘୋଷଣା କରାଯାଇଛି। ହଜାରେରୁ ଉର୍ଦ୍ଧ ଥିବା ବ୍ୟବସାୟ ପ୍ରତିଷ୍ଠାନ ସମେତ ବ୍ୟାଙ୍କ ଓ ଅନ୍ୟାନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ଶୁନଶାନ ହୋଇଛି ସମଗ୍ର ରାହାମା ଅଞ୍ଚଳ।

ଜଗତସିଂହପୁର ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଥିବା ବେଳେ  ଜିଲ୍ଲାର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳ ରାହାମା ଅଞ୍ଚଳରେ ତିନିଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କୁଜଙ୍ଗ ବ୍ଲକ ରାହାମା ଅଞ୍ଚଳ ଅଧ୍ୟୂଷିତ ତାଳପଡା ପଞ୍ଚାୟତରୁ ଜଣେ ଓ ସାଇଲୋ ପଞ୍ଚାୟତରୁ ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଉଭୟ ପଞ୍ଚାୟତର ସରପଞ୍ଚ ଦୁଇ ପଞ୍ଚାୟତ ସମେତ ସମଗ୍ର ରାହାମା ବଜାରକୁ ସଟ୍‌ଡାଉନ ଘୋଷଣା କରିଛନ୍ତି।

ତାଳପଡା ଓ ସାଇଲୋ ପଞ୍ଚାୟତର ସମସ୍ତ ଗ୍ରାମ ସମେତ ରାହାମା ଅଞ୍ଚଳରେ କଟକଣା ଜାରି କରାଯାଇଛି। ରାହାମା ମୁଖ୍ୟ ବଜାରରେ ଛୋଟବଡ ସାତଶହରୁ ଉର୍ଦ୍ଧ୍ବ ବ୍ୟବସାୟ ପ୍ରତିଷ୍ଠାନ,ତାଳପଡା,ଓ ରାହାମା ବଡ଼ବଜାରରେ ଥିବା ହଜାରେରୁ ଅଧିକ ବ୍ୟବସାୟ ପ୍ରତିଷ୍ଠାନ ସମେତ ଉକ୍ତ ଅଞ୍ଚଳରେ ଥିବା ସମସ୍ତ ବ୍ୟାଙ୍କ, ଘରୋଇ ଅନୁଷ୍ଠାନ ବନ୍ଦ ରଖିବା ପାଇଁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ପୋଲିସ ପ୍ରଶାସନ ଓ ସାଧାରଣ ପ୍ରଶାସନ ପକ୍ଷରୁ କଟକଣାକୁ ସଫଳ କରିବା ପାଇଁ ପଦକ୍ଷେପ ନିଆଯାଇଛି।

   Related Posts