ରିଲିଜ ହେଲା ସନୀ ଲିଓନୀଙ୍କ ଗୀତ 'ହ୍ୟାଲୋ ଜୀ'

Published By : Prameya-News7 Bureau | November 29, 2019 IST

ମୁମ୍ବାଇ :  ବଲିଉଡ୍ ଫିଲ୍ମ 'ରାଗିନୀ ଏମଏମଏସ୍ ରିଟର୍ଣ୍ଣସ'ରେ ସନି ଲିଓନୀଙ୍କ ଉପରେ ଚିତ୍ରିତ ହୋଇଥିବା ସ୍ପଶାଲ ଡ୍ୟାନ୍ସ ନମ୍ବର 'ହ୍ୟାଲୋ ଜୀ..' ଗୀତ ରିଲିଜ ହୋଇଛି। ଏହି ସଙ୍ଗକୁ ମିତ ବ୍ରଦର୍ସ କମ୍ପୋଜ କରିଥିବା ବେଳେ ଗୀତଟିକୁ ଶ୍ରୋତା ଖୁବ୍ ପସନ୍ଦ କରୁଥିବା ଜଣାପଡିଛି। ପୂର୍ବରୁ ମୁକ୍ତିଲାଭ କରିଥିବା ରାଗିନୀ ଏମଏମଏସ -୨ଫିଲ୍ମର 'ବେବି ଡଲ' ଗୀତ ଖୁବ୍ ଲୋକପ୍ରୀୟ ହୋଇଥିଲା। ଆଶା କରାଯାଉଛି ଏହାର ସିକ୍ୱେଲ ମଧ୍ୟ ସୁପରହିଟ ହେବ।

{"id":191800,"sizeSlug":"large"}

୨୦୧୪ ମସିହାରେ ମୁକ୍ତିଲାଭ କରିଥିଲା 'ରାଗିନୀ ଏମଏମଏସ-୨' ଫିଲ୍ମଟି ସେତେବେଳେ ବେବିଡଲ ଗୀତ ଯୋଗୁ ସୁପରଡୁପର ହିଟ୍ ହୋଇଥିଲା। ଏଣୁ ସନିଙ୍କୁ ପୁଣି ରାଗିନୀ ଏମଏମସ୍ ସିରିଜରେ ନେଇଛନ୍ତି ପ୍ରଯୋଜକ। ରାଗାନୀ ଏମଏମଏସ ରିଟର୍ଣ୍ଣସରେ ସନି ସ୍ପେଶାଲ ଆପିୟରାନ୍ସରେ ନଜର ଆସିବେ ସାଙ୍ଗକୁ ତାଙ୍କର ସ୍ପେଶାଲ  ଡ୍ୟାନ୍ସ ନମ୍ବରରେ ବି ଧମାଲ କରିବେ।  

{"id":191801,"sizeSlug":"large"}

ତେବେ ସନି ଦୀର୍ଘ ସମୟ ପରେ ଆଇଟମ ନମ୍ବରରେ ଦେଖାଯିବାକୁ ଥିବାରୁ ତାଙ୍କୁ ନେଇ ଦର୍ଶକଙ୍କ ଉତ୍ସାହ ଏବେଠାରୁ ବଢିବାରେ ଲାଗିଲାଣି। ଏଣୁ ଫିଲ୍ମ ରିଲିଜ ହେଲେ ସନି ନିଶ୍ଚିତ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ରହିବେ ବୋଲି ଚର୍ଚ୍ଚା ହେଉଛି। ଏକତା କପୁର ଓ ଶୋଭା କପୁର ପ୍ରଯୋଜିତ ଏହି ଫିଲ୍ମ ରାଗିନୀ ସିରିଜର ତୃତୀୟ ଅବଦାନ। ଫିଲ୍ମରେ କରିଶ୍ମା ଶର୍ମା, ରିୟା ସେନ, ସିଦ୍ଧାର୍ଥ ଗୁପ୍ତା ଓ ନିଶାନ୍ତ ସିଂ ମଲକାନୀ ପ୍ରମୁଖ ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.