Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କେନ୍ଦୁଝର ଆଇସିଡିଏସଙ୍କ ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ପୁରିଲା ବର୍ଷେ, ଉପକୃତ ହେଉଛନ୍ତି ୮୬ ହଜାର ୯୨୫ ଶିଶୁ

2/07/2021 at 3:52 PM

କେନ୍ଦୁଝର ସଦର ୨।୭: ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) କେନ୍ଦୁଝର ପକ୍ଷରୁ ୨ ଜୁଲାଇ ୨୦୨୦ରେ ଶିଶୁଙ୍କ ପୋଷଣ ଲାଗି ପ୍ରଥମ ଥର ରାଜ୍ୟରେ ମାଣ୍ଡିଆ ଲଡୁ ପ୍ରଚଳନ କରିଥିଲେ।  ୩ ରୁ ୬ ବର୍ଷ ବୟସ୍କ ଶିଶୁଙ୍କୁ ଅଙ୍ଗନବାଡି ମାଧ୍ୟମରେ ସକାଳ ଜଳଖିଆ ଭାବେ ଏହି ଲଡୁ ବିତରଣ କରାଯାଇଥିଲା। ତେବେ ଦେଶରେ କୋଭିଡ ମହାମାରୀ ଲାଗି ଅଙ୍ଗନବାଡି ବନ୍ଦ ରହିଥିବା ବେଳେ ଶିଶୁଙ୍କୁ ସେମାନଙ୍କ ଘରେ ଏହି ସ୍ୱତନ୍ତ୍ର ପ୍ରସ୍ତୁତ ଲଡୁ ଯୋଗାଇ ଦିଆଯାଉଛି । ୨ ଜୁଲାଇ ୨୦୨୧ରେ କାର୍ଯ୍ୟକ୍ରମ ସଫଳତାର ସହ ୧ ବର୍ଷ ପୂରଣ କରିଥିବା ବେଳେ ଶିଶୁ ବେଶ୍‌ ଉପକୃତ ହୋଇଥିବା ଦେଖାଯାଇଛି।

ମାଣ୍ଡିଆ ରାଜ୍ୟର ଏକ ପାରମ୍ପରିକ ଖାଦ୍ୟ। ଏହାର ପୋଷକ ତତ୍ୱ ଚଉଳ ଭଳି ହୋଇଥିଲେ ହେଁ ଏଥିରେ ଚାଉଳ ଅପେକ୍ଷା ୩୦ଗୁଣା ଅଧିକ କ୍ୟାଲସିୟମ ୪ ଗୁଣା ଅଧିକ ଆଇରନ ସମେତ ପ୍ରଚୁର ଖଣିଜ, ଫାଇବର ଓ ଆଣ୍ଟିଅକ୍ସିଡେଣ୍ଟ ଭରି ରହିଛି। ଏଣୁ ତମାମ ଜିଲ୍ଲାରେ ଲଡୁ ପର୍ଯ୍ୟାୟକ୍ରମେ ପ୍ରଚଳନ କରାଯାଇଥିବା ବେଳେ ଶିଶୁଙ୍କ ପ୍ରିୟ ହୋଇପାରିଛି। ଶିଶୁଙ୍କ ଲାଗି ଅତ୍ୟନ୍ତ ସତର୍କତାର ସହ ଏହାକୁ ପ୍ରସ୍ତୁତ କରାଯାଉଥିବା ବେଳେ ମା ମାନେ ଏହାକୁ ଘରେ ରାନ୍ଧି ହାତରେ ତିଆରି କରୁଛନ୍ତି। ଯାହାକୁ ପ୍ୟାକେଟ୍‌ ରେ ପ୍ୟାକ କରାଯିବା ପରେ ଶିଶୁଙ୍କ ଘରକୁ ପହଞ୍ଚାଇ ଦିଆଯାଉଛି।

ରାଜ୍ୟର ଆଦିବାସୀ ବହୁଳ ଅଞ୍ଚଳରେ ମାଣ୍ଡିଆ ପ୍ରସ୍ତୁତ ବ୍ୟଞ୍ଜନର ବହୁଳ ପ୍ରଚଳନ ରହିଛି। ଏଥିରେ କେନ୍ଦୁଝର ଆଇସିଡିଏସ୍‌ଙ୍କ ଉଦ୍ୟମ ବେଶ ଲୋକପ୍ରିୟ ହୋଇପାରିଛି। ଶିଶୁ ବେଶ୍ ଆଗ୍ରହରେ ମାଣ୍ଡିଆ ପ୍ରସ୍ତୁଚ ଲଡୁ ଖାଉଥିବା ବେଳେ ସେମାନଙ୍କ ପୋଷକ ଆବଶ୍ୟକତା ମଧ୍ୟ ପୂରଣ ହୋଇପାରୁଥିବା ଦେଖାଯାଇଛି।

ତେବେ କେବଳ ଶିଶୁ ନୁହନ୍ତି ଆଇସିଡିଏସ୍‌ଙ୍କ ଏହି ଉପକ୍ରମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କ ଲାଗି ମଧ୍ୟ ଉପାର୍ଜନର ମାଧ୍ୟମ ପାଲଟିଛି। ଆଇସିଡିଏସ୍‌ଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମରେ ଏସଏଚଜିମାନେ ନିଜକୁ ସମ୍ପୃକ୍ତ କରିବା ସହ ଗୋଷ୍ଠୀମାନେ ଶିଶୁଙ୍କ ଲାଗି ମାଣ୍ଡିଆଲଡୁ ପ୍ରସ୍ତୁତ  କରି ଯୋଗାଇ ଦେଉଛନ୍ତି।

ମାଣ୍ଡିଆ ଲଡୁ ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ କେନ୍ଦୁଝର ସଦର ବ୍ଲକର ୩୩୫ଟି ଅଙ୍ଗନବାଡି କେନ୍ଦ୍ରରେ ପ୍ରଚଳିତ ହୋଇଥିଲା। ପର୍ଯ୍ୟାୟକ୍ରମେ ଯୋଜନାରେ ଜିଲ୍ଲାର ୩ହଜାର ୨୫୭ଟି ଅଙ୍ଗନବାଡି କେନ୍ଦ୍ରକୁ ଏଥିରେ ସାମିଲ କରାଯାଇଥିବା ବେଳେ ୮୬ ହଜାର ୯୨୫ ଜଣ ଶିଶୁ ଉପକୃତ ହେଉଛନ୍ତି। ଡିଏମଏଫ କେନ୍ଦୁଝର ଏଥିଲାଗି ଆର୍ଥିକ ସହଯୋଗ କରୁଥିବା ବେଳେ ପ୍ରକଳ୍ପ ଲାଗି ବାର୍ଷିକ ୧.୫ କୋଟି ଟଙ୍କା ବ୍ୟୟ ହେଉଛି।

   Related Posts