ଭେଣ୍ଟିଲେଟରେ ରଘୁବଂଶ ପ୍ରସାଦ, ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର

Published By : Prameya-News7 Bureau | September 12, 2020 IST

ନୂଆଦିଲ୍ଳୀ ୧୨/୦୯: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରଘୁବଂଶ ପ୍ରସାଦଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାର ତାଙ୍କୁ ଏବେ ଦିଲ୍ଳୀ ଏମ୍ସ ଭେଣ୍ଟିଲେଟରରେ ରଖାଯାଇଛି। କରୋନା ସଂକ୍ରମଣରେ ସ୍ବାସ୍ଥ୍ୟ ଅବସ୍ଥାରେ ସମସ୍ୟା ଉପୁଜିବାରୁ ତାଙ୍କୁ କିଛି ଦିନ ତଳେ ଏମ୍ସ ଅଣାଯାଇଥିଲା। ଗତ ଗୁରୁବାର ସେ ଆରଜେଡ଼ିରୁ ଇସ୍ତଫା ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ସେ ଦଳରୁ ଇସ୍ତଫା ପତ୍ର ପଠାଇଥିଲେ। ତାଙ୍କ ଇସ୍ତଫାକୁ ଗ୍ରହଣ କରି ନ ଥିଲେ ଲାଲୁ ପ୍ରସାଦ। ବରଂ ସୁସ୍ଥ ହୋଇ ଫେରିଲେ ବସି ଆଲୋଚନା କରିବେ ବୋଲି ତାଙ୍କୁ ଜଣାଇ ଥିଲେ। ଅବଶ୍ୟ ​‌ସେ ତାଙ୍କ ଇସ୍ତଫା ପତ୍ର ଫେରାଇ ନାହିଁ ବୋଲି ସ୍ପଷ୍ଟ ମନା କରିଥିଲେ।

ତେବେ ଗତକାଲି ରାତିରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ରାତି ୧୧ଟା ୫୬ରେ ତାଙ୍କୁ ଭେଣ୍ଟିଲେଟରରେ ରଖଯାଇଛି। କରୋନା ସଂକ୍ରମଣ ଯୋଗୁ ପ୍ରଥମେ ସେ ପାଟଣା ଏମ୍ସରେ ଚିକିତ୍ସିତ ହେଉଥିଲେ। ତେବେ ଆରଜେଡିରୁ ଇସ୍ତଫା ଦେବା ପରେ ସେପ୍ଯେମ୍ବର ୧୦ରେ ନୀତିଶ କୁମାରଙ୍କୁ ଚିଠି ଲେଖିଥିଲେ। ସେଥିରେ ମନରେଗା ସମେତ ଆହୁରି କିଛି ପ୍ରସ୍ତାବ ସେ ରଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.