ରଘୁରାମ ରାଜନଙ୍କୁ ବଡ଼ ଦାୟିତ୍ୱ, ଧରିବେ ତାମିଲ୍‌ନାଡ଼ୁ ଅର୍ଥନୀତିର ମଙ୍ଗ

Published By : Prameya-News7 Bureau | June 21, 2021 IST

ନୂଆଦିଲ୍ଲୀ, ୨୧/୦୬: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ତାମିଲ୍‌ନାଡ଼ୁ ସରକାରଙ୍କର ଏକ ମୁଖ୍ୟ ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି । ସେ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କର ଆର୍ଥିକ ପରାମର୍ଶଦାତା ପରିଷଦର ମୁଖ୍ୟ ହେବା ନେଇ ଜଣାପଡ଼ିଛି । ରଘୁରାମ ରାଜନ ୨୦୧୩ ମସିହାରୁ ୨୦୧୬ ମସିହା ପର୍ଯ୍ୟନ୍ତ ଆର୍‌ବିଆଇର ଗଭର୍ଣ୍ଣର ରହିଥିଲେ । ବର୍ତ୍ତମାନ ସେ ତାମିଲ୍‌ନାଡ଼ୁ ସରକାରଙ୍କର ଏକ ମୁଖ୍ୟ ବିଭାଗ ସମ୍ଭାଳିବେ ।

ତାମିଲ୍‌ନାଡ଼ୁ ସରକାର ରାଜ୍ୟର ଆର୍ଥିକ ମୁଦ୍ଦା ପାଇଁ ଆର୍ଥିକ ପରାମର୍ଶଦାତା ପରିଷଦ ଗଠନ ନେଇ ଘୋଷଣା କରିଛନ୍ତି । ଯେଉଁଥିରେ ରଘୁରାମ ରାଜନ, ଏସ୍ଥର ଡୁଫ୍ଲୋ ଏବଂ ଡ. ଅରବିନ୍ଦ ସୁବ୍ରମଣ୍ୟମଙ୍କ ସମେତ କିଛି ଆର୍ଥିକ ବିଶେଷଜ୍ଞଙ୍କୁ ସ୍ଥାନ ଦିଆଯାଇଛି । ଏହି ଆର୍ଥିକ ବିଶେଷଜ୍ଞ ମାନଙ୍କୁ ପରାମର୍ଶ କମିଟିରେ ସଦସ୍ୟ କରାଯିବା ନେଇ ଆଜି ତାମିଲ୍‌ନାଡ଼ୁ ବିଧାନସଭାରେ ରାଜ୍ୟପାଳ ବନବାରିଲାଲ ପୁରୋହିତଙ୍କର ଅଭିଭାଷଣରେ ଜଣାପଡ଼ିଛି ।

ଏହି କମିଟିରେ ରଘୁରାମ ରାଜନଙ୍କ ଛଡ଼ା ନୋବେଲ୍‌ ପୁରଷ୍କାର ବିଜେତା ଏସ୍ଥର ଡୁ ଫ୍ଲୋ, ଭାରତର ପୂର୍ବ ଆର୍ଥିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ୍, ପୂର୍ବ କେନ୍ଦ୍ରୀୟ ଆର୍ଥିକ ସଚିବ ଏସ୍‌. ନାରାୟାଣ ଏବଂ ଅନ୍ୟ କିଛି ଆର୍ଥିକ ବିଶେଷଜ୍ଞଙ୍କୁ ସାମିଲ୍‌ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.