କରୋନା ଆକ୍ରାନ୍ତ ଅର୍ଥ ବ୍ୟବସ୍ଥାର ଉଦ୍ଧାର ଲାଗି IMFଙ୍କୁ ପରାମର୍ଶ ଦେବେ ରଘୁରାମ ରାଜନ

Published By : Prameya-News7 Bureau | April 11, 2020 IST

ଚୀନ ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭୂତାଣୁ କେବଳ ମାନବ ସମାଜ ନୁହେଁ ଅର୍ଥନୀତି ଲାଗି ମଧ୍ୟ ଘାତକ ସାବ୍ୟସ୍ତ ହୋଇଛି। ଭୂତାଣୁ ସଂକ୍ରମଣ ପରେ ଭାରତ ସମେତ ବିଶ୍ୱର ବିଭିନ୍ନଦେଶଙ୍କ ଅର୍ଥବ୍ୟବସ୍ଥା ଭୂଷୁଡି ପଡିଛି। ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ) ଏକ ଆଡଭାଇଜରି ଗ୍ରୁପ ଗଠନ କରିଛନ୍ତି। ଏଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ମଧ୍ୟ ସାମିଲ କରାଯାଇଥିବା ଜଣାପଡିଛି।

{"id":252379,"sizeSlug":"large"}

ଉଲ୍ଲେଖଯୋଗ୍ୟ ଯେ ରଘୁରାମ ରାଜନ ଦୀର୍ଘ ୩ ବର୍ଷ କାଳ ଆରବିଆଇଙ୍କ ଗଭର୍ଣ୍ଣର ଅବସ୍ଥାପିତ ଥିଲେ। ଏବେ ସେ ସିକାଗୋ ୟୁନିଭର୍ସିଟିରେ ପ୍ରଫେସର ଅଛନ୍ତି। ୨୦୧୬ ମସିହାରେ ଆରବିଆଇରେ ରଘୁରାମ ରାଜନଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ତେବେ ସେ ତାଙ୍କର କାର୍ଯ୍ୟକାଳ ସମ୍ପ୍ରସାରଣ କରିବାକୁ ରାଜି ହୋଇନଥିଲେ। ତାଙ୍କ ସ୍ଥାନରେ ଉରଜିତ ପଟେଲ ଆରବିଆଇଙ୍କ ଗଭର୍ଣ୍ଣର ଅବସ୍ଥାପିତ ଥିବା ବେଳେ ଭାରତରେ ନୋଟବନ୍ଦୀ  ହୋଇଥିଲା।

{"id":252380,"sizeSlug":"large"}

ଗଠନ ହୋଇଛି ୧୨ ଅର୍ଥଶାସ୍ତ୍ରୀଙ୍କ ସମୂହ
ମହାମାନ୍ଦାବସ୍ଥାକୁ ମୁହାଁଇଥିବା ବିଶ୍ୱ ଅର୍ଥବ୍ୟବସ୍ଥାକୁ ଯଥାସ୍ଥିତିରେ ରଖିବାକୁ ଆଇଏମଏଫ  ପାରୁପର୍ଯ୍ୟନ୍ତ ଉଦ୍ୟମ କରିବେ ବୋଲି ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିଭା କହିଛନ୍ତି। ଏଥିଲାଗି ରଘୁରାମ ରାଜନଙ୍କ ସମେତ ଅନ୍ୟ ୧୧ ଜଣ ଇକନୋମିଷ୍ଟଙ୍କୁ ନେଇ ଏକ୍ସଟରନାଲ ଆଡଭାଇଜରି ଗ୍ରୁପ ଗଠନ କରାଯାଇଥିବା କ୍ରିଷ୍ଟାଲିନା କହିଛନ୍ତି। ଯେଉଁମାନଙ୍କ ମଧ୍ୟରେ ସିଙ୍ଗାପୁରର ବରିଷ୍ଠମନ୍ତ୍ରୀ ତାରମଣ ଷଣମୁଗରତ୍ନମ, ମାସାଚ୍ୟୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜିର ପ୍ରଫେସର କ୍ରିଷ୍ଟିନ ଫୋର୍ବସ୍, ପୂର୍ବତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କେଭିନ ରୁଡ, ପୂର୍ବତନ ୟୁଏନ ସାଧାରଣ ସମ୍ପାଦକ ଲର୍ଡ ମାର୍କ ମାଲୋକ ଆଦି ମଧ୍ୟ ଅଛନ୍ତି।

{"id":252382,"sizeSlug":"large"}

କରୋନା ସଂକଟରୁ ମୁକୁଳିବାକୁ ଦେବେ ପରାମର୍ଶ
ଏହି ଆଡଭାଇଜରି ଗ୍ରୁପ କରୋନା ସଂକଟରୁ ବିଶ୍ୱ ଅର୍ଥନୀତିକୁ ମୁକାଳିବା ଲାଗି ପରାମର୍ଶ ଦେବେ। ଏହାଛଡା କରୋନା ଯୋଗୁ ବିଶ୍ୱରେ ଆସିଥିବା ପରିବର୍ତ୍ତନ ଓ ନୀତିଗତ ପ୍ରସଙ୍ଗର ସମୀକ୍ଷା କରି ନିଜର ମତାମତ ଦେବେ। ଜର୍ଜିଭା କହିଛନ୍ତି ଯେ କରୋନା ମହାମାରୀ ପୂର୍ବରୁ ମଧ୍ୟ ବିଶ୍ୱ ଜଟିଳ ନୀତିଗତ ପ୍ରସଙ୍ଗର ସମ୍ମୁଖୀନ ହେଉଥିଲା। ତେବେ କରୋନା ସଂକ୍ରମଣ ପରେ ପରିସ୍ଥିତି  ଅଧିକ ଜଟିଳ ହୋଇପଡିଛି। ଏଣୁ ପରିସ୍ଥିତିର ମୁକାବିଲା ଲାଗି ଏବେ ଦୃଢ ପଦକ୍ଷେପ ନେବାକୁ ପଡିବ ବୋଲି ଜର୍ଜିଭା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.