ଆଗାମୀ ବଜେଟ୍କୁ ନେଇ ରଘୁରାମ ରାଜନଙ୍କ ପ୍ରତିକ୍ରିୟା, କହିଲେ- ସରକାର ଖର୍ଚ୍ଚକୁ ପ୍ରାଥମିକତା ଦେବା ଉଚିତ୍

Published By : Prameya-News7 Bureau | January 16, 2021 IST

ନୂଆଦିଲ୍ଲୀ, ୧୬/୦୧: ଫେବୃଆରୀ ପ୍ରଥମ ସପ୍ତାହରେ ସଂସଦରେ ଉପସ୍ଥାପିତ ହେବାକୁ ଥିବା ୨୦୨୧-୨୨ ବଜେଟ । ଏହାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଅର୍ଥ ବ୍ୟବସ୍ଥାକୁ ପୂର୍ବ ଅବସ୍ଥାକୁ ଆଣିବା ପାଇଁ ସରାକରଙ୍କୁ ଖର୍ଚ୍ଚ ଉପରେ ପ୍ରାଥମିକତା ଦେବା ଆବଶ୍ୟକ । ଏହା ସହିତ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଙ୍ଗ ଗୁଡ଼ିକର ଅଶଂଧନ ବିକ୍ରି କରିବା ଉଚିତ୍ ।

ପିଟିଆଇର ମୁତାବକ, ରଘୁରାମ ରାଜନ ଆଗାମୀ ଆର୍ଥିକ ବର୍ଷ ପାଇଁ ପ୍ରସ୍ତୁତ ହେବାକୁ ଥିବା ବୈଠକରେ ସରକାର ଖର୍ଚ୍ଚକୁ ପ୍ରାଥମିକତା ଦେବା ଉଚିତ୍ । ଅର୍ଥାତ୍ କେଉଁ କେଉଁ କ୍ଷେତ୍ରରେ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ସରକାର ବିଚାର କରିବା ଜରୁରୀ । ଯେଉଁଥିରେ ଗରିବ ପରିବାର ଏବଂ ଛୋଟ ବ୍ୟବସାୟୀଙ୍କୁ ରିହାତି ମିଳିବାର ବ୍ୟବସ୍ଥା ମଧ୍ୟ ରହିବ । ଏହାପରେ ସରକାର ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଯୋଜନା କରିବା ଉଚିତ୍ ।

ରାଜନ୍ ସେୟାର ବଜାରକୁ ନେଇ କହିଛନ୍ତି ଯେ, ସେ ଥିଲେ ସେୟାର ମାର୍କେଟ୍ରୁ ଲାଭ ଉଠାଇଥାନ୍ତେ । କାରଣ ଏବେ ସେୟାର ବଜାରରେ ଉତ୍ସାହ ଭରି ରହିଛି । ସରକାରଙ୍କୁ ତାଙ୍କର ଖର୍ଚ୍ଚ ବଢ଼ାଇବା ପାଇଁ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଙ୍ଗ ଗୁଡ଼ିକର ଅଶଂଧନ ବିକ୍ରି କରିବା ଉଚିତ୍ । ଏଥି ସହିତ ବିନିର୍ମାଣରେ କ୍ଷେତ୍ରରେ ଅଧିକ ଖର୍ଚ୍ଚ ହିଁ ଦେଶର ଅର୍ଥ ବ୍ୟବସ୍ଥାକୁ ସିଧାରିପାରିବ । ଏହି କ୍ଷେତ୍ରରେ ରାଜ୍ୟ ଅଧିକ ଖର୍ଚ୍ଚ କରୁଛନ୍ତି । ତେଣୁ ସେମାନଙ୍କୁ ଅଧିକ ଟଙ୍କା ଦିଆଯିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.