Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜନ କହିଲେ- ସ୍ଵାଧୀନତା ପରଠୁ ‘ସବୁଠୁ ବଡ ଜରୁରୀକାଳୀନ ପରିସ୍ଥିତି’ର ସମ୍ମୁଖୀନ ହେଉଛି ଦେଶ, ଅନ୍ୟପଟେ ସତର୍କ କରାଇଲେ ଉର୍ଜିତ ପଟେଲ୍

6/04/2020 at 4:46 PM

ନୂଆଦିଲ୍ଲୀ ୦୬।୦୪: ଭାରତୀୟ ରିଜର୍ଭ ବ୍ୟାଙ୍କର ଦୁଇ ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ୍ ଓ ରଘୁରାମ ରାଜନ କୋଭିଡ୍-୧୯ ସଙ୍କଟ ଏବଂ ଅର୍ଥ ବ୍ୟବସ୍ଥା ଉପରେ ଏହାର ପ୍ରଭାବର ମୁକାବିଲା ପାଇଁ ଭାରତ ସରକାର ଓ ଭାରତୀତ ରିଜର୍ଭ ବ୍ୟାଙ୍କ ନେଇଥିବା ପଦକ୍ଷେପର ପ୍ରଶଂସା କରିବା ସହିତ ସମାଲୋଚନା ମଧ୍ୟ କରିଛନ୍ତି। ଏହା ସହିତ କଣ କଣ ସାବଧାନତା ଅବଲମ୍ଵନ କରାଯିବା ଉଚିତ୍ ତାହା ମଧ୍ୟ କହିଛନ୍ତି।

ରଘୁରାମ ରାଜନ କହିଛନ୍ତି ଯେ, ବୋଧହୁଏ ସଂପ୍ରତି  ଭାରତ ସମ୍ମୁଖୀନ ହୋଇଥିବା ସ୍ଥିତି ସ୍ଵାଧୀନତା ପରଠୁ ‘ସବୁଠୁ ବଡ ଜରୁରୀକାଳୀନ ପରିସ୍ଥିତି’। ଏହା ସହିତ ପଟେଲ୍ ଭାରତକୁ ବୃହତ ଆର୍ଥିକ ସ୍ଥିରତା ବଜାୟ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି।

୨୦୧୮ ଡିସେମ୍ବର ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଥିବା ଉର୍ଜିତ ପଟେଲ୍ କହିଛନ୍ତି ଯେ, ଗତ କିଛି ସପ୍ତାହର ପଲିସି ରୋଲ୍ ଆଉଟ୍ ହୋଇ ସାରିଛି ଏବଂ ଅଧିକାଂଶ ବହୁତ ସମ୍ବେଦନଶୀଳ ରହିଛି। ପଟେଲ୍ ଏହା ମଧ୍ୟ କହିଛନ୍ତି ଯେ, ଭାରତକୁ ଗୋଟିଏ ବର୍ଷରେ ହେବାକୁ ଥିବା ସମ୍ଭାବିତ ଅନେକ ପ୍ରଭାବ ପାଇଁ ଟିକେ ଝୁକିବାକୁ ପଡିବ ଏବଂ ବ୍ୟାପକ ଆର୍ଥିକ ସ୍ଥିରତା ବଜାୟ ରଖିବାର ଆବଶ୍ୟକତା ଉପରେ ଜୋର ଦେବାକୁ ପଡିବ।  

ସେ କହିଛନ୍ତି ଯେ, କରୋନା ଭାଇରସ୍  ଦେଶର ଅର୍ଥ ବ୍ୟବସ୍ଥା ଉପରେ ଶକ୍ତ ପ୍ରହାର କରିଛି। ତେଣୁ କିଛି ନୀତିଗତ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ସବୁ ମୋର୍ଚ୍ଚା ଉପରେ ଆହ୍ଵାନର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ କହିଛନ୍ତି। ଯଦି କୋଭିଡ୍ -୧୯ ପାଇଁ ରାଜସ୍ଵ ଓ ମୁଦ୍ରା ଅଧିକ ରହିଛି ତେବେ ମଧ୍ୟ କିଛି ମାଇକ୍ରୋନୋମିକ ଅସ୍ଥିରତା ଦେଖା ଦେଇପାରେ।

ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ବିକଶିତ ଅର୍ଥବ୍ୟବସ୍ଥା ଦ୍ଵାରା ପ୍ରତିକୂଳ ଚାହିଦାର ଝଟକାକୁ ମୁକାବିଲା ପାଇଁ ଉଠାଇଥିବା ପଦକ୍ଷେପ ପର୍ଯ୍ୟାପ୍ତ ନୁହଁ। ରାଜସ୍ଵରେ ଦ୍ରୁତ ଗତିରେ ହ୍ରାସ ଘଟିବ। ଗତ ବର୍ଷ ସରକାର ଓ ଆରବିଆଇ ଦ୍ଵାରା କିଛି ଘୋଷଣା ମହତ୍ଵପୂର୍ଣ୍ଣ ଥିଲା। ଯାହା ପୁଞ୍ଜି ପ୍ରବାହକୁ ସରଳ କରିଥିଲା।

ଅନ୍ୟପଟେ ରାଜନ କହିଛନ୍ତି ଯେ, ସମସ୍ତ କାର୍ଯ୍ୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ) ଦ୍ଵାରା ନିୟନ୍ତ୍ରିତ  ହେଲେ ଅଧିକ ଫାଇଦା ହେବ ନାହିଁ କାରଣ ସେଠାରେ ଲୋକଙ୍କ ଉପରେ ପୂର୍ବରୁ ଅନେକ କାମର ବୋଝଭାର ରହିଛି। ସେ କହିଛନ୍ତି ଯେ, ଏବେ ବହୁତ କିଛି କରିବାର ଆବଶ୍ୟକତା ରହିଛି। ସରକାର ସେହି ଲୋକଙ୍କୁ ଡକାଇବା ଉଚିତ୍ ଯାହାଙ୍କ ପାଖରେ ଅନୁଭବ ଏବଂ କ୍ଷମତା ରହିଛି। ଭାରତରେ ମଧ୍ୟ ଏମିତି ଲୋକ ଅଛନ୍ତି ଯିଏ ସରକାରଙ୍କୁ ଏହି ସ୍ଥିତିରୁ ବାହାର କରି ପାରିବେ।

ଭାରତ ପାଖରେ ରହିଛି ସ୍ଥିତିର ସାମ୍ନା କରିବାର କ୍ଷମତା

ରାଜନ ଏହା ମଧ୍ୟ କହିଛନ୍ତି ଯେ, ଉଚିତ୍ ପ୍ରକ୍ରିୟାରେ ତଥା ପ୍ରାଥମିକତା ସହିତ କାମ କରାଯାଏ ତେବେ ଭାରତ ନିକରେ ଏତେ ସ୍ରୋତ ରହିଛି ଯେ, କେବଳ ମହାମାରୀରୁ  ବାହାରି ପାରିବ ତା ନୁହଁ ବରଂ ଭବିଷ୍ୟତ ପାଇଁ ମଧ୍ୟ ବଳିଷ୍ଠ ପଦକ୍ଷେପ ନେଇ ପାରିବ।  

ଉଲ୍ଲେଖଯୋଗ୍ୟ କରୋନା ଭାଇରସ୍ କାରଣରୁ ପୂରା ଦୁନିଆ ସଂପ୍ରତି ପଙ୍ଗୁ ସ୍ଥିତିରେ ରହିଛି। ଦୁନିଆର ଅନେକ ଦେଶରେ ଲକଡାଉନ୍ ହେବା କାରଣରୁ ଉଦ୍ୟୋଗ-କାରବାର ଠପ୍ ରହିଛି। ବିଶ୍ଵ ବ୍ୟାଙ୍କ ଓ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ପରି ସଂସ୍ଥା ପୁଣି ଥରେ ମନ୍ଦି ଆସିବାର ଆଶଙ୍କା ପ୍ରକାଶ କରିଛନ୍ତି। ସମସ୍ତ ରେଟିଂ ଏଜେନ୍ସି ଚଳିତ ତ୍ରୈମାସରେ ଭାରତର ସକଳ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାର ୨ ରୁ ୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘଟିପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।

   Related Posts