ବିବାଦ ଯୋଗୁଁ ଦ୍ବିତୀୟ କୋଣାର୍କ ନିର୍ମାଣରୁ ଓହରିଲେ ରଘୁନାଥ ମହାପାତ୍ର : ତିଆରି କରିବେ ଆଦିତ୍ୟ ନାରାୟଣ ମନ୍ଦିର ଏଇ ମାସରୁ ଆରମ୍ଭ ହେବ କାମ

Published By : Prameya-News7 Bureau | February 20, 2019 IST

କଟକ ୨୦|୨ (ରାକେଶ ରୋଷନ ମହାନ୍ତି) :  ଦ୍ବିତୀୟ କୋଣାର୍କ ନୁହେଁ ବରଂ ଆଦିତ୍ୟ ନାରାୟଣ ମନ୍ଦିର। ଅନେକ ସମାଲୋଚନା ଓ ବିତର୍କ ପରେ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଶେଷରେ କହିଛନ୍ତି ସେ ଦ୍ବିତୀୟ କୋଣାର୍କ ମନ୍ଦିର ଗଢ଼ିବେନି । ଆଦିତ୍ୟ ନାରାୟଣ ମନ୍ଦିର ନାମରେ ଏହି ମନ୍ଦିର ନାମିତ ହେବା ସହ ଖୁବଶୀଘ୍ର ଏହାର ନିର୍ମାଣ କାମ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।

{"id":87118}

ଅନେକ ବିରୋଧ ଓ ବିତର୍କ ପରେ ଶେଷରେ ବଦଳିଲା ମନ୍ଦିରର ନାଁ। ବିଶିଷ୍ଟ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ବଦଳାଇଛନ୍ତି ନିଜେ ନିର୍ମାଣ କରିବାକୁ ଥିବା ମନ୍ଦିରର ନାଁ । ପ୍ରଥମେ ଏହା କୋଣାର୍କ ମନ୍ଦିରର ବିକଳ୍ପ ଓ ଅବିକଳବୋଲି କହୁଥିବା ବେଳେ ଏବେ ଏହା ଆଦିତ୍ୟ ନାରାୟଣ ମନ୍ଦିର ବୋଲି କହିଛନ୍ତି। ଏନେଇ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଂଚିଥିବା ବେଳେ ଗତ ଅକ୍ଷୟ ତୃତୀୟାରୁ ମନ୍ଦିର ନିର୍ମାଣ ହେବାକୁ ଥିବା ସ୍ଥାନରେ ଭୂମିପୂଜା ସରିଥିବାକହିଛନ୍ତି ରଘୁନାଥ। ଖାଲି ସେତିକି ନୁହେଁ ଏନେଇ ନିଜ ଖର୍ଚ୍ଚରେ ଶହେ ଏକର ଜମି ବି କିଣିଛନ୍ତି ରଘୁନାଥ। ଯାହାର ମୂଲ୍ୟ ୧୦ରୁ ୧୨ କୋଟି ହେବ ବୋଲି ନିଜେ ରଘୁନାଥ କହିଛନ୍ତି।

{"id":87119}

ଏଇମାସ ଶେଷ ସୁଦ୍ଧା ମନ୍ଦିର ନିର୍ମାଣ ଆରମ୍ଭ ହେବ। ଏଥିପାଇଁ ପୁରୀ ଜିଲ୍ଲା ସତ୍ୟବାଦୀ ନିକଟରେ ମନ୍ଦିର ନିର୍ମାଣ ପାଇଁ ଜମି କିଣା ଯାଇଛି। ହେଲେ କାଳେ ମନ୍ଦିର ନିର୍ମାଣ କଥା ଶୂଣି ଜମିର ମୂଲ୍ୟ ବୃଦ୍ଧି ହେବ ଖାସ୍ ସେଥିପାଇଁ କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ତାହା କିଣା ଯାଇଛି ସେନେଇ ମୁହଁ ଖୋଲି ନାହାଁନ୍ତି ରଘୁନାଥ। କିନ୍ତୁ ଏହି ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିବା ସ୍ପଷ୍ଟ କରିଛନ୍ତି। ତା ସହ କହିଛନ୍ତି ଧର୍ମେନ୍ଦ୍ର ବାବୁ କଥା ଦେଇଛନ୍ତି, ରଖିବେନି ବା କେମିତି ?

{"id":87120}

ତେବେ ଏହି ମନ୍ଦିରକୁ ଦ୍ବିତୀୟ କୋଣାର୍କ ମନ୍ଦିର ବୋଲି କୁହାଯାଉଛି। ଏପରିକି ଏହି ମନ୍ଦିରରେ ବ୍ୟବହାର ପାଇଁ ପଥରରେ ନିର୍ମିତ ଦୁଇଟି ଚକ ବି ନିର୍ମାଣ କରାଯାଇଛି। ଯଦିଓ ବିରୋଧ ଭୟରେ ମନ୍ଦିରର ନାମ କରଣ ବଦଳିଥିବା ଆଲୋଚନା ହେଉଛି ତେବେ ମନ୍ଦିରର ମୁଣ୍ଡି ମରାଯିବା ପରେ ହିଁ ଜଣାପଡିବ ଏହା ଦ୍ବିତୀୟ କୋଣାର୍କ ନା ପ୍ରଥମ ଆଦିତ୍ୟ ନାରାୟଣ ମନ୍ଦିର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.