ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି

Published By : Prameya-News7 Bureau | March 30, 2019 IST

ଭୁବନେଶ୍ବର ୩୦|୩ : ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରଘୁନାଥ ମହାନ୍ତି ।  ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବସ୍ତା ବିଧାୟକ ରଘୁନାଥ ମହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ରଘୁନାଥ । ପଦରୁ ଇସ୍ତଫା ଦେବା ପରେ ରଘୁନାଥ ମହାନ୍ତି ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । ତେବେ ସେ ବସ୍ତାରୁ ବିଜେଡି ଟିକେଟ୍ ପାଇବାକୁ ଆଶାୟୀ ଥିଲେ ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବସ୍ତା ବିଧାୟକ ରଘୁନାଥ ମହାନ୍ତି । ମନ୍ତ୍ରୀ ସହ ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇଥିବା ରଘୁ ମହାନ୍ତି ଏଥର ଟିକଟ ପାଇବା ନେଇ ଆଶାବାଦୀ ରହିଥିଲେ। ବାଲେଶ୍ବର ଜିଲ୍ଲାର ଏହି ଟାଣୁଆ ବିଜେଡି ନେତା ୨୦୧୩ରେ ବୋହୂ ବର୍ଷା  ସୋନୀ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହେବା ପରେ  ଶିଳ୍ପ, ଖଣି ଓ ସଂସଦୀୟ ବ୍ୟାପାର ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ତାଙ୍କୁ ମନ୍ତ୍ରୀ ପଦରୁ ବିଦା ହେବାକୁ ପଡିଥିଲା। ଏହି ଘଟଣା ପାଇଁ ୨୦୧୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ମଧ୍ୟ ବଞ୍ଚିତ ହୋଇଥିଲେ। ପରେ ଦଳର ଦାୟିତ୍ବ ସହ ଉଠାଜଳ ସେଚନ ନିଗମ ଅଧକ୍ଷ ଦାୟିତ୍ବ ମଧ୍ୟ ଦିଆଯାଇଥିଲା। ତେବେ ନବୀନ ନିବାସରୁ ଫେରିବାପରେ ହାଇକମାଣ୍ଡଙ୍କ ଉପରେ ନିଷ୍ପତ୍ତି ଛାଡିଦେଇଥିବା କହିଥିଲେ ରଘୁନାଥ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.