ନବୀନ ନିବାସରେ ନବୀନଙ୍କୁ ଭେଟିଲେ ରଘୁନାଥ ମହାନ୍ତି ; କହିଲେ ଯେଉଁ ଦାୟିତ୍ବ ମିଳିବ କରିବି

Published By : Prameya-News7 Bureau | March 16, 2019 IST

ଭୁବନେଶ୍ବର ୧୬|୩ : ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରଘୁନାଥ ମହାନ୍ତି । ମନ୍ତ୍ରୀ ସହ ପାଞ୍ଚ ପାଞ୍ଚ ଥର ବିଧାୟକ ହୋଇଥିବା ରଘୁ ମହାନ୍ତି ଏଥର ଟିକଟ ପାଇବା ନେଇ ଆଶାବାଦୀ ରହିଛନ୍ତି। ବାଲେଶ୍ବର ଜିଲ୍ଲାର ଏହି ଟାଣୁଆ ବିଜେଡି ନେତା ୨୦୧୩ରେ ବୋହୂ ବର୍ଷା  ସୋନୀ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହେବା ପରେ  ଶିଳ୍ପ, ଖଣି ଓ ସଂସଦୀୟ ବ୍ୟାପାର ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ତାଙ୍କୁ ମନ୍ତ୍ରୀ ପଦରୁ ବିଦା ହେବାକୁ ପଡିଥିଲା। ଏହି ଘଟଣା ପାଇଁ ୨୦୧୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରୁ ମଧ୍ୟ ବଞ୍ଚିତ ହୋଇଥିଲେ। ପରେ ଦଳର ଦାୟିତ୍ବ ସହ ଉଠାଜଳ ସେଚନ ନିଗମ ଅଧକ୍ଷ ଦାୟିତ୍ବ ମଧ୍ୟ ଦିଆଯାଇଥିଲା। ତେବେ ନବୀନ ନିବାସରୁ ଫେରିବାପରେ ହାଇକମାଣ୍ଡଙ୍କ ଉପରେ ନିଷ୍ପତ୍ତି ଛାଡିଦେଇଛନ୍ତି ବୋଲି ରଘୁନାଥ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.