ଅଭିନେତା ରଘୁବୀର ଯାଦବଙ୍କ ବିରୁଦ୍ଧରେ ପତ୍ନୀ ଆଣିଲେ ସାଂଘାତିକ ଅଭିଯୋଗ : କହିଲେ, ‘ଚଳିବାକୁ ଟଙ୍କାଟିଏ ବି ଦେଉନାହାନ୍ତି, ଖର୍ଚ୍ଚ କରିବାକୁ ବନ୍ଧା ପଡିଛି ଗହଣା’

Published By : Prameya-News7 Bureau | July 16, 2021 IST

ମୁମ୍ବାଇ ୧୬/୦୭: ଅଭିନେତା ରଘୁବୀର ଯାଦବଙ୍କ ବ୍ୟକ୍ତିଗତ ଜୀବନ ଦୀର୍ଘ ଦିନ ଧରି ସ୍ୱାଭାବିକ ହେଉନାହିଁ । ପତ୍ନୀ ପୂର୍ଣ୍ଣିମା ଏବଂ ତାଙ୍କ ମଧ୍ୟରେ ବାରମ୍ବାର ଅସନ୍ତୋଷ ଦେଖାଦେଉଛି। ଉଭୟଙ୍କ ଛାଡପତ୍ର ମାମଲା ମଧ୍ୟ କୋର୍ଟରେ ଚାଲିଛି। ପୂର୍ବରୁ ପୁର୍ଣ୍ଣିମା ଅନେକ ଥର ରଘୁବୀରଙ୍କ ଉପରେ ଅଭିଯୋଗ ଲଗାଇ ସାରିଛନ୍ତି। ବର୍ତ୍ତମାନ ସେ କହିଛନ୍ତି ଯେ ରଘୁବୀର ତାଙ୍କୁ ଚଳିବା ପାଇଁ ଟଙ୍କା ଦେଉ ନାହାଁନ୍ତି, ଯେଉଁଥିପାଇଁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହିତ ଅଳଙ୍କାର ମଧ୍ୟ ବିକ୍ରି କରିବାକୁ ପଡିଛି।

ଏକ ସାକ୍ଷାତକାରରେ ପୂର୍ଣ୍ଣିମା କହିଛନ୍ତି, ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଗତ ବର୍ଷ ପାଞ୍ଚ ମାସ ପର୍ଯ୍ୟନ୍ତ ଏଲିମନି ମିଳି ନଥିଲା। ଏହି କାରଣରୁ ସେ ଘରର ଭଡାକୁ ଠିକ୍ ସମୟରେ ଦେଇପାରିନଥିଲେ ଏବଂ ଲଜ୍ଜାର ସମ୍ମୁଖୀନ ହେବାକୁ ପଡିଥିଲା। ସେ କହିଥିଲେ, ମୁଁ ଋଣରେ ବଞ୍ଚୁଛି। ମୋତେ ମୋର ଅଳଙ୍କାର ବନ୍ଧକ ରଖିବାକୁ ପଡିଛି । ରଘୁବୀର ମୋତେ ଟଙ୍କା ଦେବାରେ କ୍ରମାଗତ ଭାବରେ ହଇରାଣ କରୁଛନ୍ତି ।

ପୂର୍ଣ୍ଣିମା କହିଛନ୍ତି ଯେ ଚଳିତ ବର୍ଷ ମଧ୍ୟ ସେ ୪ ମାସର ଘର ଭଡା ଦେଇ ପାରିନାହାଁନ୍ତି । କୋର୍ଟରେ ତାରିଖର ଦୁଇ ମାସ ପୂର୍ବରୁ ତାଙ୍କୁ ୮୦ ହଜାର ଦିଆଯାଇଥିଲା। ଅନ୍ୟପକ୍ଷରେ ରଘୁବୀର ଯାଦବଙ୍କ ଓକିଲ କହିଛନ୍ତି ଯେ ପୂର୍ଣ୍ଣିମା ଅତ୍ୟଧିକ ଟଙ୍କା ମାଗୁଛନ୍ତ। ଏହି କାରଣରୁ ଏଲିମନି ଫିସ୍ ଏତେ ବର୍ଷ ଧରି ଚାଲିଆସୁଛି ଏବଂ ମାମଲା ସମାପ୍ତ ହେଉନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.