JMM-CONGମେଣ୍ଟ ଆଗରେ, ବିଜେପି ପଛରେ : ତଥାପି ସରକାର ଗଠନ ଆଶା ଛାଡିନାହାନ୍ତି ସରକାର

Published By : Prameya-News7 Bureau | December 23, 2019 IST

ରାଞ୍ଚି ୨୩।୧୨: ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ୨୦୧୯ର ପ୍ରାରମ୍ଭିକ ଭୋଗ ଗଣନାରେ କଂଗ୍ରେସ-ଜେଏମଏମ୍ ମେଣ୍ଟ ଆଗୁଆ ଚାଲିଛି । ଉଭୟ ମେଣ୍ଟ ବର୍ତ୍ତମାନ ସୁଦ୍ଧା ୪୨ଟି ସିଟ୍‌ରେ ଆଗୁଆ ଚାଲିଛି ।  କିନ୍ତୁ ବିଜେପି ଭୋଟ ଗଣତିରେ ବହୁମତ ଠାରୁ ବହୁ ପଛରେ ଚାଲିଛି । ବିଜେପି ୩୦ସିଟ୍‌ରେ ଆଗୁଆ ଚାଲିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଗଣତିରେ କଂଗ୍ରେସ-ଜେଏମଏମ ମେଣ୍ଟ ବହୁମତ ପାଇବା ପ୍ରାୟତ ସ୍ପଷ୍ଟ ହେଲା ଭଳି ଲାଗୁଛି । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ପାର୍ଟି କର୍ମକର୍ତ୍ତା ବାଣ ଫୁଟାଇବା ସହ ହୋହୋଲ୍ଲା କଲେଣି  । ଏପଟେ କିନ୍ତୁ ବିଜେପି ନେତା ତଥା ରଘୁବର ଦାସ ପରାଜୟକୁ ମାନିନାହାନ୍ତି । ବିଜେପି ବିରୋଧୀ ଭୋଟର ଧ୍ରୁବୀକରଣ ହୋଇଥିବା କହିଥିବା ବେଳେ ବିଜେପି ପୁଣି ସରକାର ଗଢିବ ବୋଲି ଦୃଢୋକ୍ତି କରିଛନ୍ତି ।  

ଭୋଟ ଗଣତିରେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ-ଜେଏମଏମ ମେଣ୍ଟ ଆଗରେ ଚାଲିଛନ୍ତି । ଯଦି ଏହି ମେଣ୍ଟ ବିଜୟୀ ହେଉଛି,  ତେବେ ହେମନ୍ତ ସୋରେନ ହୋଇପାରନ୍ତି ଝାଡଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । । ବିଜେପିକୁ ୧୦ଟି ସିଟ୍‌ର କ୍ଷତି ହେଲାଭଳି ଅନୁମାନ କରାଯାଉଛି, ଯାହାକି ବିଜେପି ହାତରୁ ଝାଡଖଣ୍ଡ ରାଜ୍ୟ ଖସିବାର ଆଶଙ୍କା ଦେଖାଦେଇଛି । କିନ୍ତୁ ସେପଟେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଫଳାଫଳ ଆସିନାହିଁ । ଯିଏ ବି ହେଲେ ବାଣଫୁଟାଇ ଉତ୍ସବ ପାଳନ କରିପାରିବ । ବିଜେପି ନିର୍ବାଚନ ଜିତିବ ଓ ସରକାର ମଧ୍ୟ ଗଠନ କରିବ ।  ନିର୍ବାଚନ ଫଳାଫଳ ଆସିବା ପରେ ଏହାର ସମୀକ୍ଷା କରାଯିବ । ବର୍ତ୍ତମାନ ୩ୟ ରାଉଣ୍ଡର ଗଣତି ଚାଲିଛି ।  ତେଣୁ ଏହା ଉପରେ ମୁଁ କୌଣସି ପ୍ରତିକ୍ରିୟା ଦେବା ଉଚିତ ହେବନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.