Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜାଗର ପାଇଁ କଟକଣା, ମନ୍ଦିର ଭିତରେ ଓ ବାହାରେ ହେବନି ଗହଳି, ମେଳା ଉପରେ ଲାଗିଲା ରୋକ୍
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୭ କୋଭିଡ୍ ପଜିଟିଭ୍, ୩୩୭୮୬୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଉଦଳା : କୂଅ ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ୫ ତାରିଖରୁ ଥିଲେ ନିଖୋଜ
  • ||
  • ସମ୍ବଲପୁର : ବନ କର୍ମଚାରୀଙ୍କ ଛୁଟି ଉପରେ କଟକଣା, ଅତି ଜରୁରୀ କାମ ନଥିଲେ ନେଇପାରିବେନି ଛୁଟି
  • ||
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||

ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହଙ୍କ ପରଲୋକ

13/09/2020 at 11:46 AM

ପାଟନା ୧୩/୦୯ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିହାରର ବରିଷ୍ଠ ନେତା ରଘୁବଂଶ ପ୍ରସାଦ ସିଂହଙ୍କର ରବିବାର ଦିନ ଦେହାନ୍ତ ହୋଇଛି । ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାଷ୍ଟ୍ରୀୟ ଜନତା ଦଳ ନେତା ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ନେତା ଥିଲେ ରଘୁବଂଶ ଯାଦବ । ବିହାର ରାଜନୀତିରେ ରଘୁବଂଶ ସିଂହ ଯାଦବ ଜଣେ ନାମୀ ନେତା ଥିଲେ । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ରଘୁବଂଶ ସିଂହ ଯାଦବଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ଏମ୍ସ ଆଇସିୟୁରେ ୪ଜଣ ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ । ରବିବାର ସକାଳେ ତାଙ୍କ ପରିବାର ସଦସ୍ୟ କହିଥିଲେ ଯେ ସେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗମ୍ଭୀର ରହିଛି । ଅଗଷ୍ଟ ୪ ତାରିଖରୁ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସିତ ହେଉଥିଲେ । ଗତ ୪ ଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା । ସୂଚନା ଅନୁଯାୟୀ, ଗତ ଦିନ ପୂର୍ବରୁ ରଘୁବଂଶ ଯାଦବ ଆରଜେଡିରୁ ଇସ୍ତଫା ଦେଇଥିଲେ ।

   Related Posts