ବୁର୍ଲା ଭୀମ୍‌ସାରେ ପୁଣି ରାଗିଂ ! ହଷ୍ଟେଲ୍‌ରେ ପଶି ୨ୟ ବର୍ଷ ଛାତ୍ରଙ୍କୁ ମାଡ ମାରିଲେ ୪ର୍ଥ ବର୍ଷ ଛାତ୍ର

Published By : Prameya-News7 Bureau | March 12, 2021 IST

ସମ୍ବଲପୁର ୧୨।୦୩ : ବୁର୍ଲା ଭୀମସାରରେ ରାଗିଂ ଅଭିଯୋଗ । ଦୁଇ ବର୍ଷ ପୂର୍ବେ ଭିସୁଟ ରାଗିଂ ମନରୁ ଲିଭି ନଥିବାବେଳେ ଏବେ ବୁର୍ଲା ଭୀମସାର ରାଗିଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରେ ଅଭିଯୋଗ ହେବା ପରେ ଆଣ୍ଟି ରେଗିଂ ସେଲ୍ ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

{"id":421545,"sizeSlug":"large","linkDestination":"none"}

ଖବର ଅନୁଯାୟୀ, କିଛି ଦିନ ପୂର୍ବେ ଏମ୍‌ବିବିଏସ୍‌ ଚତୁର୍ଥ ବର୍ଷର ଛାତ୍ର ଏମ୍‌ବିବିଏସ୍‌ର ୨ୟ ବର୍ଷ ଛାତ୍ରଙ୍କ ହଷ୍ଟେଲକୁ ପଶି ଗାଲିଗୁଳଜ କରିଥିଲେ । ଯାହାଫଳରେ ୨ୟ ବର୍ଷର ଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ତେବେ ଚତୁର୍ଥ ବର୍ଷର ଛାତ୍ରମାନେ କର୍ତ୍ତୃପକ୍ଷଙ୍କୁ କାହିଁକି ଜଣାଇଲ କହି ବୁଧବାର ବିଳମ୍ବିତ ରାତିରେ ଛାତ୍ରାବାସର ୪ ଓ ୬ ନମ୍ବରକୁ ପୁଣି ପଶିଥିଲେ ।  

{"id":421546,"sizeSlug":"large","linkDestination":"none"}

ସେଠାରେ ଶୋଇଥିବାବେଳେ କିଛି ଛାତ୍ରଙ୍କୁ ଅର୍ଧନଗ୍ନ କରି ମାଡ ମାରିଥିବାର ଅଭିଯୋଗ ହୋଇଛି | ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଛି । ତେବେ ମାମଲାର ତଦନ୍ତ ଆରମ୍ଭ ହୋଇଥିବା ଭୀମ୍‌ସାର ଅଧ୍ୟକ୍ଷ ଡାକ୍ତର ଜୟଶ୍ରୀ ଦୋରା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.