ହୋମିଓପାଥି କଲେଜରେ ରାଗିଂ : ଛାତ୍ରୀଙ୍କୁ ପୋଷାକ ଖୋଲିବାକୁ ବାଧ୍ୟ କଲେ ଛାତ୍ର, ଦେଲେ ଭୟଙ୍କର ନିର୍ଯାତନା

Published By : Prameya-News7 Bureau | April 03, 2021 IST

ସମ୍ବଲପୁର, ୦୩/୦୪: :  ସମ୍ବଲପୁରରେ ଥମିବାର ନାଁ ନେଉନି ରାଗିଂ । ପ୍ରଥମେ ଭୀମସାର, ପରେ ଭିସୁଟ ଓ ଏବେ ହୋମିଓପାଥି କଲେଜରେ ରାଗିଂ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ରାଗିଂ ନାଁରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଛାତ୍ରଙ୍କ ଉପସ୍ଥିତିରେ ୪ଜଣ ଛାତ୍ରୀଙ୍କୁ ଉଲଗ୍ନ କରାଯାଇ ରାଗିଂ କରାଯାଇଥିବା ନେଇ ଦିଲ୍ଲୀସ୍ଥିତ ଆଣ୍ଟି ରାଗିଂ ସେଲରେ ଅଭିଯୋଗ ପରେ ଉଭୟ କଲେଜ କର୍ତ୍ତୃପକ୍ଷ ଓ ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ୩୧ ତାରିଖ ସନ୍ଧ୍ୟାରେ ୭ଟାରୁ ୯ଟା ଭିତରେ ମେଡିକାଲ କଲେଜରେ ଛାତ୍ରୀନିବାସ ପଶି ଦ୍ବିତୀୟ ବର୍ଷର କିଛି ଛାତ୍ରୀଙ୍କୁ ବରିଷ୍ଠ ଛାତ୍ରମାନେ ଅସଭ୍ୟ ଭାଷାରେ ଗାଲିଗୁଲଜ କରିବା ସହ ପୋଷାକ ଖୋଲିବାକୁ ବାଧ୍ୟ କରିଥିଲେ । ତେବେ ପୋଷାକ ଖୋଲିବାକୁ ସଙ୍କୋଚ କରିବାକୁ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଥିବାନେଇ ଅଭିଯୋଗରେ ଉଲ୍ଲେଖ ରହିଛି । ଏହି ଅଭିଯୋଗକୁ  କଲେଜ କର୍ତ୍ତୃପକ୍ଷ ମଧ୍ୟ ସ୍ବୀକାର କରିଛନ୍ତି ।

ତେବେ ଛାତ୍ରୀ ନିବାସକୁ ଜଣେ ଛାତ୍ର କେମିତି ପଶିଲେ ସେନେଇ ହଷ୍ଟେଲ ଦାୟିତ୍ବରେ ଥିବା ଅଧିକାରୀଙ୍କ ଉପରେ ପ୍ରଶ୍ନ ଉଠିଛି । ତେବେ ଯେଉଁ ଛାତ୍ରୀ ମାନେ ରାଗିଂ ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ସେମାନେ ପୂର୍ବରୁ ମେସ ଦାୟିତ୍ବରେ ଥିବାବେଳେ ଖାଦ୍ୟ ପ୍ରସ୍ତୁତିରେ ଅବହେଲା ନେଇ କଲେଜର ୬୫ ଜଣ ଛାତ୍ରୀ ଲିଖିତ ଭାବେ ଅଭିଯୋଗ କରିଥିଲେ । ତେବେ ଉଭୟ ଘଟଣାରେ କିଛି ଲିଙ୍କ ଥିବା ଅନୁମାନ ମଧ୍ୟ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.