ଓୟୁଏଟିରେ ଦୁଇ ଛାତ୍ରଙ୍କୁ ରାଗିଂ ଅଭିଯୋଗ, ଥାନାରେ ଏତଲା

Published By : Prameya-News7 Bureau | April 30, 2019 IST

ଭୁବନେଶ୍ବର ୩୦|୪: ଓୟୁଏଟିରେ ରାଗିଂ ଅଭିଯୋଗ ହୋଇଛି । ଯୁକ୍ତ ୩ ପ୍ରଥମ ବର୍ଷ ଏଗ୍ରିକଲଚରର ଦୁଇ ଜଣ ଛାତ୍ରଙ୍କୁ ରାଗିଂ ସହ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ସିନିୟର ଛାତ୍ରମାନେ ସେମାନଙ୍କୁ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି ଦୁଇ ଛାତ୍ର । ଏ ନେଇ ସିରିପୁର ଥାନାରେ ଛାତ୍ର ଦୁଇ ଜଣ ଅଭିଯୋଗ କରିଛନ୍ତି । ଛାତ୍ର ଦୁଇ ଜଣଙ୍କ ଦେହରେ କ୍ଷତ ଚିହ୍ନ ମଧ୍ୟ ରହିଛି । ସାର୍ଟ, ପ୍ୟାଣ୍ଟ ମଧ୍ୟ ଚିରିଯାଇଥିବା ଜଣାପଡିଛି ।

{"id":109042}

ଛାତ୍ରମାନଙ୍କ କହିବା ଅନୁସାରେ ଗତକାଲି ସନ୍ଧ୍ୟାବେଳେ ସେମାନଙ୍କୁ ରାଗିଂ କରିବା ପାଇଁ ସିନିୟର ଛାତ୍ରମାନେ ତାଙ୍କୁ ବସ୍ ଉଠ୍ କରାଇଥିଲେ । ମାତ୍ର ଛାତ୍ର ଦୁଇ ଜଣ ସେମାନଙ୍କ କଥାରେ ରାଜି ନହେବାରୁ ସିନିୟର ଛାତ୍ରମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି । ଓୟୁଏଟିର ଭିସିଙ୍କ ସହ ପୋଲିସ ମଧ୍ୟ ଯୋଗାଯୋଗ କରିଛି । ଆଇଆଇସି ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.