Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ରାଫେଲ ପାଇଁ ଲୋକସଭାରେ ମହାଯୁଦ୍ଧ , ରାହୁଲ-ଜେଟଲୀ ହେଲେ ମୁହାଁମୁହିଁ; ୨୬ ଜଣ ଏଆଇଏଡିଏମକେ ସାଂସଦଙ୍କୁ ୫ ଦିନ ପାଇଁ ନିଲମ୍ବନ

2/01/2019 at 7:12 PM

ନୂଆଦିଲ୍ଲୀ୨|୧: ରାଫେଲ ବିମାନ କିଣା  ଫ୍ରସଙ୍ଗରେ ଆଜି ବିରୋଧୀ ସରକାରଙ୍କୁ ଚାରି ଆଡୁ ଘେରି ଆକ୍ରମଣ କରିଛନ୍ତି ।  ସ୍ଥିତି ଏମିତି ହୋଇଥିଲା ଗୃହରେ ସ୍ବାଭାବିକତା ଫେରାଇ ଆଣିବା ଲାଗି ବାଚସ୍ପତିଙ୍କୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିଥିଲା।  ୨୬ ଜଣ ଏଆଇଏଡିଏମକେ ସାଂସଦଙ୍କ ୫ ଦିନ ପାଇଁ ନିଲମ୍ବନ କରାଯାଇଛି।

ରାଫେଲ ପାଇଁ ଲୋକସଭାରେ ମହାଯୁଦ୍ଧ ।  ପୁଣି ଆକ୍ରମଣାତ୍ମକ ମୁଦ୍ରାରେ ରାହୁଲ। ଆଉ ରାହୁଲଙ୍କୁ ପଛରୁ ବ୍ୟାକ କରୁଥିଲେ ମିଳିତ ବିରୋଧୀ ଦଳ। ଘେରିଯାଇଥିଲେ ସରକାରଙ୍କୁ।  IAFର ତାଲିକା କିଏ ବଦଳାଇଲା, ପୁରୁଣା ଡିଲ୍ କୁ କାହିଁକି ବଦଳାଗଲା ଏବଂ ରିଲାଏନ୍ସ କମ୍ପନି ସହ କାହିଁକି  ଡିଲ କରାଗଲା । ଏମିତି ଅନେକ ପ୍ରଶ୍ନ ପଚାରିଛନ୍ତି ରାହୁଲ । ଏହାସହ ରାହୁଲ ପଚାରିଛନ୍ତି ଯେ ୫୦୦ କୋଟିର ବିମାନ କିପରି ୧୬୦୦ କୋଟି କମିତି ହୋଇଗଲା । ରାହୁଲଙ୍କ ଏଭଳି ବିଭିନ୍ନ ପ୍ରଶ୍ନର କଡା ଜବାବ ରଖିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଜେଟଲି କହିଛନ୍ତି ରାହୁଲ ଗାନ୍ଧି ମୂଳରୁ ଶେଷ ପର୍ଯ୍ୟନ୍ତ ଖାଲି ମିଛକଥା କହୁଛନ୍ତି । ସେପେଟେ ଆଜିର ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଗୃହରେ ଉପସ୍ଥିତ ନଥିବାରୁ ବିରୋଧୀ ଆହୁରି ଖଡ଼ଗ ହସ୍ତ ହୋଇଥିଲେ। ଏତିକିବେଳେ ବିଜେଡି ବି ଜେଟଲିଙ୍କୁ ଆକ୍ଷେପ କରିଥିଲା ।

ରାଫେଲ ପ୍ରସଙ୍ଗ ନେଇ ଆଜି ଝଡ଼ ବହିଥିଲା , ଯାହାର କେନ୍ଦ୍ର ଥିଲା ଗୋଆ। ଗୋଆର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଡିଓ ଟେପ୍‌କୁ ନେଇ ଆଜି ବିରୋଧୀ ସରକାରଙ୍କୁ ଘେରିଥିଲେ। ଗୋଆ ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ ରାଣେଙ୍କ କଥା ସମ୍ବଳିତ ଅଡିଓ ଜାରି କରିଥିଲା କଂଗ୍ରେସ। ଯେଉଁଥିରେ ରାଣେ କହୁଛନ୍ତି ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର କୁଆଡ଼େ କହିଛନ୍ତି ସବୁ ଗୁପ୍ତ ଫାଇଲ ତାଙ୍କ ପାଖରେ ରହିଛି। ଏହାକୁ ନେଇ କଂଗ୍ରେସ ବିଜେପିକୁ ଆକ୍ଷେପ କରିଥିଲା ବେଳେ ଏହା ଡକ୍ଟରଡ ଟେପ୍‌ ବୋଲି ବିଜେପି କହିଛି।

ପୂରା ରାଫେଲ ପ୍ରସଙ୍ଗରେ ଲାଗିରହିଥିଲେ ପାଣ୍ଡେମୋନିଅମ । ଗୃହରେ  ସ୍ବାଭାହିକ ସ୍ଥିତି ଆଣିବାକୁ ବାଚସ୍ପତି ସୁମିତ୍ରା ମହାଜନ ବାରମ୍ବାର  ଅନୁରୋଧ କରିଥିଲେ। ଏତିକି ବେଳେ ଏଆଇଏଡିଏମକେ ସାଂସଦମାନେ କାବେରୀ ବିବାଦ ପ୍ରସଙ୍ଗ ଉଠାଇ  ମାଡ଼ି ଆସିଥିଲେ। ଗୃହର ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ଟେବୁଲକୁ କାଗଜ ଫୋପାଡ଼ିଥିଲେ। ଆଉ ଗୃହରେ ଯେତେବେଳେ ବିତର୍କ ଚାଲୁଥିଲା କିଛି ସାଂସଦ କାଗଜ ପ୍ଲେନ କରି ଉଡ଼ାଉଥିଲେ। ଏଭଳି ବିଶୃଙ୍ଖଳିତ ବ୍ୟବହାର ୨୬ ଜଣ ସାଂସଦଙ୍କୁ ୫ ଦିନ ପାଇଁ ନିଲମ୍ବିତ କରିଛନ୍ତି ବାଚସ୍ପତି।

ସୁପ୍ରିମକୋର୍ଟଙ୍କ ରାୟ ପରେ ବି ରାଫେଲ ପ୍ରସଙ୍ଗକୁ ନେଇ ଛକାପଞ୍ଝା ଛାଡ଼ୁନି। କାରଣ ଏହି ରାଫେଲ ହିଁ କଂଗ୍ରେସକୁ ତିନି ରାଜ୍ୟରେ ଜିତାଇଛି ଆଉ ଏବେ ଆଗକୁ ଆସୁଥିବା ନିର୍ବାଚ ଯାଏଁ ରାଫେଲ ଉଡ଼ାଇ ରଖିବାକୁ କଂଗ୍ରେସ ମନସ୍ଥ କରିଛି। ଯାହାକୁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାଧ୍ୟମରେ କାଉଣ୍ଟର କରୁଛି ବିଜେପି।

   Related Posts