Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ରାଫେଲ ସଂପର୍କିତ ସିଏଜି ରିପୋର୍ଟ: ୟୁପିଏ ଡିଲ୍‌ ଠାରୁ ଏନଡିଏ ଡିଲ୍ ଶସ୍ତା, ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ

13/02/2019 at 7:32 PM

ନୂଆଦିଲ୍ଲୀ୧୩|୨: ଷୋଡ଼ଶ ପାର୍ଲାମେଣ୍ଟର ଅନ୍ତିମ ଦିନରେ ରାଜ୍ୟସଭାରେ ଆଗତ ହୋଇଛି ରାଫେଲ ସଂପର୍କିତ ସିଏଜି ରିପୋର୍ଟ।  ୨୦୦୭ରେ ୟୁପିଏ ସରକାର ଦ୍ବାରା କରାଯାଇଥିବା ଡିଲ୍‌ ଠାରୁ ୨୦୧୬ରେ ଏନଡିଏ ସମୟରେ ହୋଇଥିବା ରାଫେଲ୍ ଡିଲ୍ ଶସ୍ତା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ସିଏଜି ରିପୋର୍ଟକୁ କଂଗ୍ରେସ ସମାଲୋଚନା କରିଛି। ସେପଟେ ରିପୋର୍ଟକୁ ନେଇ କଂଗ୍ରେସ ଉପରେ ଜୋରଦାର ହମ୍‌ଲା କରିଛି ବିଜେପି । ସିଏଜି ରିପୋର୍ଟ ଦ୍ବାରା ସତ୍ୟର ବିଜୟ ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ।…  

ୟୁପିଏ ଡିଲ୍ ଠାରୁ ଶସ୍ତା ଏନଡିଏ ଡିଲ୍ । ୨୦୦୭ ମସିହାରେ କରାଯାଇଥିବା ରାଫେଲ ଡିଲ୍‌ ଠାରୁ ୨୦୧୬ ମସିହାରେ ଏନ୍‌ଡିଏ ସରକାର ସମୟରେ ହୋଇଥିବା ଡିଲ୍ ୨ ଦଶମିକ ୮୬ ପ୍ରତିଶତ ଶସ୍ତା । ଜୋରଦାର ହଙ୍ଗାମା ମଧ୍ୟରେ ଆଜି ରାଜ୍ୟସଭାରେ ଆଗତ ହୋଇଛି ରାଫେଲ ସମ୍ପର୍କୀତ ସିଏଜି ରିପୋର୍ଟ।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ପନ୍ ରାଧାକ୍ରିଷ୍ଣନ ଏହି ରିପୋର୍ଟ ଉପସ୍ଥାପନ କରିଥିଲେ।  ତେବେ ୟୁପିଏ ଡିଲ୍ ତୁଳନାରେ ବର୍ତ୍ତମାନ ସରକାର କରିଥିବା ରାଫେଲ ଡିଲ୍ ୯ ପ୍ରତିଶତ ଶସ୍ତା ବୋଲି ଦର୍ଶାଇଥିଲେ ସରକାର, ଯାହାକୁ ସିଏଜି ପ୍ରତ୍ୟାଖ୍ୟାନ କରିଛନ୍ତି । ସେପଟେ ସିଏଜି ରିପୋର୍ଟକୁ ନେଇ ମୁହାଁମୁହିଁ ହୋଇଛନ୍ତି କଗ୍ରେସ ଓ ବିଜେପି ।

 ରାଜ୍ୟ ସଭାରେ ସିଏଜି ରିପୋର୍ଟ ଉପସ୍ଥାପନ ହେବା ପୂର୍ବରୁ  ସଂସଦ ପରିସରରେ ଶକ୍ତି ପ୍ରଦର୍ଶନ କରିଥିଲେ ବିରୋଧୀ । ପ୍ରଥମେ  ସିବିଆଇ ବିରୋଧରେ ଟିଏମସି ଧାରଣା ଦେଇଥିଲା ଏହାପରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସାମିଲ ହୋଇଥିଲା ଟିଡିପି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ପହଞ୍ଚି ମହାତ୍ମାଗାନ୍ଧିଙ୍କୁ ଭାବବିହ୍ବଳ ପ୍ରଣାମ କରି ମୋଦି ସରକାରର ଅନ୍ତ କାମନା କରିଥିଲେ। କିନ୍ତୁ ଧିରେ ଧିରେ କଂଗ୍ରେସ ନେତା ପହଞ୍ଚି ସବୁ ଆଟେନ୍‌ସନ ହାଇଜାକ କରିନେଇଥିଲେ। ଏତିକିବେଳେ ରାଫେଲ ବିମାନ କିଣାକୁ ନେଇ କଂଗ୍ରେସ କର୍ମୀମାନେ କାଗଜ ପ୍ଲେନ୍ କରି ଉଡ଼ାଇଥିଲେ।….

ବିରୋଧୀ ଖାଲି ପାର୍ଲାମେଣ୍ଟ ପରିସରରେ ଶକ୍ତି ପ୍ରଦର୍ଶନ କରିନଥିଲେ ଯନ୍ତରମନ୍ତର ଯନ୍ତର ମନ୍ତରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆହ୍ବାନରେ ଏକାଠି ହୋଇଥିଲେ। ମମତା ବାନାର୍ଜୀ, ଚନ୍ଦ୍ରବାବୁ ନାଇଡୁ, ଫାରୁକ ଅବଦୁଲ୍ଲା ପ୍ରମୁଖ ମୋଦିଙ୍କ ବିରୋଧରେ ଏକାଠି ହୋଇ ଗର୍ଜିଥିଲେ।

– ଆଉ ସେପଟେ ଷୋଡ଼ଷ ଲୋକସଭାର ଶେଷ ଅଧିବେଶନରେ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।  ୫ ବର୍ଷର ଉପଲବ୍ଧି ବାଣ୍ଟିଥିଲେ। ଆଉ ଏତିକିବେଳେ ମୁଲାୟମ ସିଂହ ବି ଭାବବିହ୍ବଳ ହୋଇ କହିଥିଲେ ମୋଦି ପୁଣି ଆସନ୍ତୁ। ସମସ୍ତ ସଦସ୍ୟ ଗୃହକୁ ଫେରନ୍ତୁ। ଏଥିସହିତ ଆଜି ଶେଷ ହୋଇଛି ଶୋଡ଼ଷ ଲୋକସଭାର କାର୍ଯ୍ୟକାଳ। ଏହିଠାରୁ ଜୋର ଧରିବ ଫିଲ୍ଡରେ ଗର୍ଜନ।  ୫ ବର୍ଷ ଶାସନ କବଜା କରିବାର ପ୍ରତିଯୋଗିତା

   Related Posts