ପରୀକ୍ଷା ଦେଇ ଫେରୁଥିବା ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ , ଘରେ ଛାଡ଼ିଦେବେ କହି ଛାତ୍ରୀଙ୍କୁ ଦେଇଥିଲେ ଲିଫଟ୍
10/03/2019 at 6:26 PM

ରାଜନଗର ୧୦/୩- ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ ହେଲେ ଜଣେ ସଂପର୍କୀୟ ଭିଣୋଇ ସ୍ଦକୁଲର ଗେଟ ଆଗରୁ ଉଠାଇନେଇ କଲାଦୁଷ୍ମର୍ମ ।
ଏଭଳି ଘଟଣା ଘଟିଛି ଝାଡ଼ଖଣ୍ଡର ରାଜନଗର ଅଂଚଳରେ । ୧୦ଶ୍ରେଣୀରେ ପଢ଼ୁଥିବା ପୁଜା ନାମକ ଜଣେ ଛାତ୍ରୀ ଏହି ଗଣଦୁଷ୍କର୍ମରେ ହୋଇଛି ଶିକାର ।
ପୂଜାର ପରୀକ୍ଷା ସରିବାପରେ ଘରକୁ ଫେରିବାକୁ ସ୍କୁଲ ଗେଟ ପାଖରେ ଅପେକ୍ଷା କରିଥିଲା । ଏହି ସମୟରେ ନିଜ ଗାଁର ଆସିଫ ନାମକ ଜଣେ ଯୁବକ ଗେଟ ବାହାରେ କାର୍ ଧରି ଅପେକ୍ଷା କରିଥିଲ । ଯିଏ ସଂପର୍କୀୟ ଭିଣୋଇ ହିସାବରେ ମଧ୍ୟ ଥିଲେ । ପୁଜା କୌଣସି ଭୟ ନକରି ଆସିଫ କାରରେ ଲିଫଟରେ ଯାଇଥିଲେ ।
ଆସିଫ ଘରକୁ ନ ଯାଇ ଅନ୍ୟକୁଆଡ଼େ ପୁଜାକୁ ନେଇଯାଇଥିଲେ । ପୂଜାକୁ କାର୍ ରେ ନେବା ସମୟରେ ଆଉଜଣେ ମହିଳାଥିବା କଥା ପୂଜା ଅଭିଯୋଗରେ କହିଛି । ଆସିଫ କାରଭିତରେ ପୂଜା ମୁହଁରେ ଏକ ରୂମାଲ ଶଙ୍ଘାଇ ଦେଇଥିଲା । ତାପରେ ପୂଜା ଅଚେତ ହୋଇଯାଇଥିଲା ।
ପୂଜା ଅଚେତ ହେବାପରେ ଆଉ ଚାରି ପାଂଚ ଜଣ ମିଶି ଆସିଫ ସହ କରିଥିଲେ ଦୁଷ୍କର୍ମ । ତା ପରେ ସେମାନେ ଘରକୁ ନଯାଇ ପୂଜାକୁ ଏକ ଅଟୋରେ ବସାଇଦେଇଥିଲେ । ଅଟୋଚାଳକକୁ ବ୍ରହ୍ମପୁରା ଅଂଚଳରେ ଓହ୍ଲେଇଦେବାକୁ କହିଥିଲେ ।
ଏହି ସମୟରେ ପୂଜାର ମାଆ ଫୋନ କରିବାରୁ ପୂଜା କଥାହେବା ପରିସ୍ଥିତିରେ ନଥିଲା । ଅଟୋଚାଳକ ପୂଜାର ମାଆ ସହ କଥା ହୋଇଥିଲା । ପୂଜାକୁ ବହ୍ମପୁରା ଅଂଚଳରୁ ବାଇକରେ ନେଇ ଥାନାକୁ ଯାଇ ଏବାବଦରେ ଆଣିଥିଲେ ଅଭିଯୋଗ ।
ଅଭିଯୋଗକୁ ଭିତ୍ତିକରି ଆସିଫକୁ ଗିରଫ କରିଛି ପୋଲିସ ।