ପୂର୍ବ ବାୟୁସେନା ମୁଖ୍ୟ ବି.ଏସ.ଧନୱାଙ୍କ ସମ୍ମାନରେ ରାଫେଲ ଟେଲ ନମ୍ବର ରଖାଯିବ BS

Published By : Prameya-News7 Bureau | December 08, 2019 IST

ନୂଆଦିଲ୍ଲୀ :  ଅବସରପ୍ରାପ୍ତ ବାୟୁସେନା ମୁଖ୍ୟ ବି.ଏସ ଧନୱାଙ୍କ ସମ୍ମାନରେ ଭାରତୀୟ ବାୟୁସେନାରେ ନୂଆକରି ସାମିଲ ହୋଇଥିବା ରାଫେଲ ଯୁଦ୍ଧବିମାନର ଟେଲକୁ ତାଙ୍କ ନାମରେ ନାମିତ କରାଯାଇଛି। ଏଥିଲାଗି ରାଫେଲ ବିମାନର ଟେଲ ନମ୍ବର ରଖା ଯାଇଛି ବି.ଏସ୍। ବାୟୁସେନାରେ ଆଉ ୩୦ଟି ରାଫେଲ ବିମାନ ସାମିଲ ହେବେ। ଏହି ନିଷ୍ପତ୍ତି ଅନୁସାରେ ସବୁ ବିମାନର ଟେଲ ନମ୍ବର ଧନୱାଙ୍କ ନାମାନୁସାରେ ରହିବ।

{"id":195445,"width":579,"height":326,"sizeSlug":"large"}

ଭାରତୀୟ ବାୟୁସେନା ଆଧୁନିକିକରଣରେ ଧନୱାଙ୍କ ଯୋଗଦାନ ଉଲ୍ଲେଖନୀୟ। ଫ୍ରାନ୍ସର ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲକୁ ଭାରତୀୟ ବିମାନ ସ୍କ୍ୱାଡ୍ରନରେ ସାମିଲକୁ ଧନୱା ପ୍ରଥମରୁ ସମର୍ଥନ କରୁଥିଲେ। ଏଣୁ ସରକାରଙ୍କ ବିମାନ କିଣା ଚୁକ୍ତିକୁ ବି ସେ ସମର୍ଥନ କରିଥିଲେ। ଏଥିଲାଗି ସେ ନିଜକୁ ରାଫେଲ ଯୁଦ୍ଧବିମାନ କିଣାରେ ପ୍ରତ୍ୟକ୍ଷ ଭାବେ ସାମିଲ କରିନଥିଲେ ହେଁ ଏଥିଲାଗି ବାର୍ତାକାର ମଧ୍ୟ ହୋଇଥିଲେ।

{"id":195446,"sizeSlug":"large"}

ଫ୍ରାନ୍ସର ଡାସଲ୍ଟ ଏଭିଏସନଠାରୁ ୩୬ଟି ରାଫେଲ ବିମାନ କ୍ରୟ ଲାଗି ୫୯ ହଜାର କୋଟି ଟଙ୍କାର ଏହି କାରବାରକୁ ନେଇ ରାଜନୈତିକ ବିବାଦ ଉପୁଜିଥିଲା। ଧନୱା ବାୟୁସେନା ମୁଖ୍ୟ ଥିବା ବେଳେ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ସେ କାରବାରକୁ ଦୃଢତାର ସହ ରକ୍ଷା କରିଥିଲେ। ତେବେ ବାୟୁସେନା ପାଇଲଟଙ୍କ ପ୍ରଶିକ୍ଷଣ ବିମାନ ବ୍ୟତୀତ ଅନ୍ୟ ସମସ୍ତ ରାଫେଲ ଯୁଦ୍ଧବିମାନର ଟେଲ ନମ୍ବରକୁ ଧନୱାଙ୍କ ନାମରେ ନାମିତ କରାଯିବ ବୋଲି ବାୟୁସେନାର ଜନୈକ ବରିଷ୍ଠ ଅଧିକାରୀ ରବିବାର କହିଛନ୍ତି।

{"id":195447,"width":579,"height":384,"sizeSlug":"large"}

ଭାରତ ମଗାଇଥିବା ରାଫେଲ ବିମାନ ମଧ୍ୟରୁ ୬ଟିକୁ  ପ୍ରଶିକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯିବ। ତେବେ ବାକି ୩୦ଟି ନିୟମିତ ଯୁଦ୍ଧବିମାନ ଭାବେ ବାୟୁସେନା ସ୍କ୍ୱାଡ୍ରନରେ ଯୋଗଦେବେ। ପ୍ରଶିକ୍ଷକ ବିମାନଗୁଡିକ ଟୁ ସିଟର ରହିବେ। ତେବେ ଅନ୍ୟ ବିମାନଗୁଡିକ ନିୟମିତ ଯୁଦ୍ଧବିମାନରେ ଯାହା ଥାଏ ତାହାହିଁ ରହିବ। ଧନୱା ଗତ ସେପ୍ଟେମ୍ବର ମାସରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ। ସେ ଦୀର୍ଘ ୪୧ ବର୍ଷ ଧରି ଭାରତୀୟ ବାୟୁସେନାରେ ସେବା ଦେଇଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.