Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ରାଫେଲ ଡିଲରେ ଅନିୟମିତତା ନେଇ ଦାଏର ରିଭ୍ୟୁ ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

14/11/2019 at 11:18 AM

ନୂଆଦିଲ୍ଲୀ ୧୪।୧୧ : ରାଫେଲ ଯୁଦ୍ଧ ବିମାନ କିଣାବିକା ମାମଲାରେ ମୋଦି ସରକାରଙ୍କୁ  ସୁପ୍ରିମକୋର୍ଟଙ୍କ  ଆଶ୍ବସ୍ତି ।  ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାରେ  ରାୟ ପ୍ରକାଶ କରିଛନ୍ତି । ରାଫେଲ ବିମାନ କିଣାବିକାରେ ଆର୍ଥିକ ଅନିୟମିତତା ନେଇ ଦାଏର ହୋଇଥିବା ରିଭ୍ୟୁ ପିଟିସନକୁ ଖାରଜ କରିବା ସହ ଏହାର ପୁନର୍ବିଚାର କରାଯିବନାହିଁ ବୋଲି ରାୟ  ପ୍ରକାଶ କରିଛନ୍ତି ସୁପ୍ରିମେକାର୍ଟ  । ବିମାନ କିଣାବିକାରେ କୌଣସି ଅନିୟମିତତା ହୋଇନାହିଁ, ତେଣୁ ଏହା ଉପରେ କୌଣସି FIRର ଆବଶ୍ୟକତା ନାହିଁ ବୋଲି  ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ,  ଭାରତ ସରକାର ଫ୍ରାନ୍ସ ଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ ଡିଲ୍  କରିଛନ୍ତି। ତେବେ ଏହି ବିମାନ କିଣାରେ  ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା। ଲୋକସଭା ନିର୍ବାଚନ ବେଳେ ଏହି ପ୍ରସଙ୍ଗ ଆଧାରରେ ବିରୋଧୀ ମୋଦି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ। ହେଲେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତ ଆବେଦନକୁ ଖାରଜ କରି ସରକାରଙ୍କୁ କ୍ଲିନଚିଟ୍  ଦେଇଥିଲେ। ଏହି କ୍ଲିନଚିଟ୍  ପରେ ଏକାଧିକ ଦସ୍ତାବିଜ ସାମ୍ନାକୁ ଆସିଥିଲା। ଯେଉଁଥିରେ ବିରୋଧୀ ଦୁର୍ନୀତିର ଗନ୍ଧ ବାରିଥିଲେ। ଏହି ସମସ୍ତ ତଥ୍ୟ ଆଧାରରେ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରାଯାଇଥିଲା । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ରାୟ ଦେଇଛନ୍ତି ।

   Related Posts