ଅମ୍ବାଲା ଏୟାର୍‌ବେସ୍‌ରେ ପହଞ୍ଚିଲା ରାଫେଲ୍, ସ୍ୱାଗତ କଲା ନୌସେନା

Published By : Prameya-News7 Bureau | July 29, 2020 IST

ଅମ୍ବାଲା ୨୯/୦୭ : ଅମ୍ବାଲା ଏୟାରବେସରେ ରାଫେଲ ବିମାନ ଲ୍ୟଣ୍ଡିଙ୍ଗ କରିଛି | ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ କରି ସୂଚନା ଦେଇଛନ୍ତି | ଏହାସହ ସେ ବାୟୁସେନାକୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି | ଭାରତୀୟ ବାୟୁସେନା ବହୁ ଦିନ ଧରି ଯେଉଁ ଯୁଦ୍ଧ ବିମାନକୁ ଅପେକ୍ଷା କରି ରହିଥିଲା ଆଜି ସେହି ଅପେକ୍ଷାରେ ଅନ୍ତ ଘଟିଛି |

wp:core-embed/twitter {"url":"https://twitter.com/i/status/1288394301639028736","type":"rich","providerNameSlug":"twitter","className":""}
https://twitter.com/i/status/1288394301639028736
/wp:core-embed/twitter

ରାଫେଲ ବିମାନ ଆଜି ଭାରତରେ ପହଞ୍ଚିଛି | ଫ୍ରାନ୍ସ ସହିତ ହୋଇଥିବା ଚୁକ୍ତି ଅନୁସାରେ ଯୁଦ୍ଧ ବିମାନର ପ୍ରଥମ ୫ଟି ରାଫେଲ ବିମାନ ଅମ୍ବାଲା ଏୟାରବେସରେ ଲ୍ୟାଣ୍ଡ କରିଛି | ଏହି ୫ ରାଫେଲ ବିମାନକୁ ରିସିଭ କରିବାକୁ ଏୟାର ଚିଫ ମାର୍ଶଲ ଆର.କେ.ଏସ ଭଦୋରିୟା ଅମ୍ବାଲା ଏୟାରବେସରେ ଉପସ୍ଥିତ ଥିଲେ | ସୁରକ୍ଷା ଦୃଷ୍ଟିରୁ ୧୪୪ ଲାଗୁ କରାଯାଇଛି |

wp:core-embed/twitter {"url":"https://twitter.com/i/status/1288413583173234690","type":"rich","providerNameSlug":"twitter","className":""}
https://twitter.com/i/status/1288413583173234690
/wp:core-embed/twitter

ଜୁଲାଇ ୨୭ ତାରିଖରେ ଫ୍ରାନ୍ସ ମେରୀନ୍ଗାକ୍‌ ବେସରୁ ୫ ରାଫେଲ ଯୁଦ୍ଧ ବିମାନ ଭାରତ ପାଇଁ ଯାତ୍ରା ଆରମ୍ଭ କରିଥିଲେ | ଲଗାତାର ୭ ଘଣ୍ଟା ଉଡାଣ ପରେ ଗତକାଲି ସନ୍ଧ୍ୟାରେ ଆବୁଧାବିରେ ଅଲ-ଦଫ୍ରା ଏୟାରବେସରେ ପହଞ୍ଚିଥିଲା | ଆଜି ରାଫେଲ ଯୁଦ୍ଧ ବିମାନ ଅମ୍ବାଲା ଏୟାରବେସରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଛି | ଅମ୍ବାଲାରେ ଲ୍ୟାଣ୍ଡିଙ୍ଗ ପରେ ତାଙ୍କୁ ୱାଟର୍‌ ସେଲ୍ୟୁଟ ଦିଆଯାଇଥିଲା | ୱାଟର୍ କେନନରେ Water salute ଦିଆଯାଇଛି | ଦ୍ୱିତୀୟଥର ପାଇଁ ଅମ୍ବାଲା ଏୟାରବେସରେ ଭାରତରେ ସବୁଠାରୁ ପ୍ରଥମେ ଫାଇଟର ଜେଟ ଲ୍ୟାଣ୍ଡ ହୋଇଛି | ଏହା ପୂର୍ବରୁ ଜାଗୁଆର ଫାଇଟର ପ୍ଲେନ ଅମ୍ବାଲା ଏୟାରବେସରେ ଲ୍ୟାଣ୍ଡ କରିଥିଲା |

{"id":307128,"width":565,"height":316,"sizeSlug":"large"}

ଭାରତ ପାଇଁ ଏହା ଐତିହାସିକ ମୁହୂର୍ତ୍ତ | ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ସେନା ଇତିହାସର ଆଜି ଏକ ଐତିହାସିକ ମୁହୂର୍ତ୍ତ | ଏହା ଏକ ନୂଆ ଯୁଗର ଆରମ୍ଭ | ଏହା କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.