Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ

8/03/2021 at 9:38 AM

ପ୍ୟାରିସ,୦୮/୦୩: ଫ୍ରାନ୍ସର ଶିଳ୍ପପତି ତଥା ଓଲିଭିୟର ଦାସଲ୍ଟ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଦାସଲ୍ଟଙ୍କ ମୃତ୍ୟୁକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମ୍ୟାକ୍ରନ୍ ଶୋକ ପ୍ରକାଶ କରିଛନ୍ତି । ଓଲିଭିୟରଙ୍କ କମ୍ପାନୀ ରାଫେଲ ତିଆରି କରିଥାଏ ।

ଦାସଲ୍ଟ ଫ୍ରାନ୍ସର ସଂସଦରେ ସଦସ୍ୟ ମଧ୍ୟ ରହିଥିଲେ ।ସେ ହେଉଛନ୍ତି ଫ୍ରାନ୍ସର ବିଶିଷ୍ଟ ଶିଳ୍ପପତି ସର୍ଜ ଦାସଲ୍ଟଙ୍କ ବଡ ପୁଅ ମାର୍କେଲ ଦାସଲ୍ଟଙ୍କ ନାତି ହେଉଛନ୍ତି ଓଲିଭିୟର । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା ।

୨୦୨୦ରେ ଫୋର୍ବସ୍ ତାଲିକାରେ ଓଲିଭିୟର ନିଜର ଦୁଇ ଭାଇ ଓ ଉଭଣୀଙ୍କ ସହ ଧନି ତାଲିକାରେ ୩୬୧ ସ୍ଥାନରେ ରହିଥିଲେ । ଖବର ଅନୁସାରେ, ରବିବାର ସେ ଛୁଟି କଟାଇବା ପାଇଁ ଯାଇଥିଲେ । ଏହି ସମୟରେ ତାଙ୍କର ବ୍ୟକ୍ତିଗତ ହେଲିକପ୍ଟର ନାର୍ମଡିରେ ଦୁର୍ଘଟଣାର ଶିକାର ହୋଇଥିଲା ।ଏହି ଦୁର୍ଘଟଣାରେ ତାଙ୍କ ପାଇଲଟ ମଧ୍ୟ ପ୍ରାଣ ହରାଇଛନ୍ତି ।

ଦାସଲ୍ଟଙ୍କ ପାଖରେ ଆଭିଏସନ ସହ ଫିଗାରୋ ଖବର କାଗଜ ମଧ୍ୟ ରହିଥିଲା । ସେ ଫ୍ରାନ୍ସ ନ୍ୟାସନାଲ ଆସେମ୍ବଲୀରେ ୨୦୦୨ରେ ସାଂସଦ ନିର୍ବାଚିତ ହୋଇଥିଲେ । ତାଙ୍କର ମୋଟ୍ ସମ୍ପତ୍ତି ୭.୩ ଅରବ ଡଲାର ।

ତାଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ କହିଛନ୍ତି ଯେ, ଓଲିଭିୟର ଫ୍ରାନ୍ସକୁ ବହୁତ ଭଲ ପାଉଥିଲେ । ସେ ଉଦ୍ୟୋଗୀ, ନେତା ଓ ବାୟୁ ସେନାର କମାଣ୍ଡର ଭାବେ ଦେଶର ସେବା କରିଛନ୍ତି । ତାଙ୍କ ମୃତ୍ୟୁ ଏକ ବହୁତ ବଡ କ୍ଷତି ବୋଲି ସେ କହିଛନ୍ତି ।

   Related Posts