ନାଡାଲଙ୍କ ପ୍ୟାରିସ୍ ମାଷ୍ଟର୍ସ ଜିତିବା ସ୍ୱପ୍ନ ଚୁରମାର, ସେମିଫାଇନାଲରେ ଆଲେକଜାଣ୍ଡରଙ୍କଠୁ ହାରିଲେ ୨ ନମ୍ବର ଟେନିସ୍ ଖେଳାଳି

Published By : Prameya-News7 Bureau | November 08, 2020 IST

ପ୍ୟାରିସ୍,୦୮।୧୧:  ବିଶ୍ୱର ଦୁଇ ନମ୍ବର ଟେନିସ୍ ଖେଳାଳି ରାଫେଲ ନାଡାଲଙ୍କର ପ୍ୟାରିସ୍ ମାଷ୍ଟର୍ସ ଜିତିବା ସ୍ୱପ୍ନ ଭାଙ୍ଗି ଯାଇଛି । ସ୍ପେନର ଏହି ଖେଳାଳି ପ୍ରଥମ ଥର ପାଇଁ ଜର୍ମାନୀର ଆଲେକଜଣ୍ଡର ଜ୍ୱେରେବ ଙ୍କଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି ।

୨୦ଥର ଗ୍ରାଣ୍ଡ୍ ସ୍ଲାମ୍ ବିଜେତା ହୋଇଥିବା ନାଡାଲଙ୍କୁ ସେମିଫାଇନାଲରେ ୬-୪ ଓ ୭-୫ ସେଟରେ ହରାଇ ଆଲେକଜାଣ୍ଡର ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ୨୦୦୭ରେ ନାଡାଲ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଁଚିଥିଲେ କିନ୍ତୁ ଚାମ୍ପିଅନ ହୋଇପାରି ନଥିଲେ ।

ନାଡାଲ ମ୍ୟାଚରେ ୩ଥର ନିଜ ସର୍ଭିସ ହାତଛଡା କରିଥିଲେ ।ସେ ଦ୍ୱିତୀୟ ସେଟରେ ୨-୪ରେ ପଛରେ ରହିଥିବା ବେଳେ ସର୍ଭିସ ବ୍ରେକ୍ ହାସଲ କରିଥିଲେ । କିନ୍ତୁ ୨୩ ବର୍ଷୀୟ ଆଲେକଜାଣ୍ଡର ୧୧ତମ ଗେମରେ ପୁଣି ନାଡାଲଙ୍କ ସର୍ଭିସ ଭାଙ୍ଗିଥିଲେ । ସେ ଦ୍ୱାଦଶ ଗେମରେ ନିଜ ସର୍ଭିସରେ ଦ୍ୱିତୀୟ ମ୍ୟାଚ୍‌ର ପଏଣ୍ଟରେ ବିଜୟ ହାସଲ କରି ନେଇଥିଲେ ।

ଜ୍ୱେରେବ ନିଜ ଚତୁର୍ଥ ମାଷ୍ଟର୍ସ ପାଇଁ ଋଷର ଡାନିଏଳ ମେଦଭେଦେବଙ୍କୁ ବେଟିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.