ଆସୁଛି 'ରାଫେଲ୍'‌ : ପ୍ରଥମ ପର୍ଯ୍ୟାୟରେ ପହଞ୍ଚିବ ୫ ଯୁଦ୍ଧ ବିମାନ, ସ୍ବାଗତ କରିବେ ବାୟୁସେନା ମୁଖ୍ୟ

Published By : Prameya-News7 Bureau | July 29, 2020 IST

ନୂଆଦିଲ୍ଲୀ ୨୯।୦୭: ଆଉ କିଛି ସମୟ ପରେ ଭାରତରେ ପହଞ୍ଚିବ ବହୁ ପ୍ରତିକ୍ଷୀତ ରାଫେଲ ଯୁଦ୍ଧ ବିମାନ ।  ଅମ୍ବାଲା ଏୟାର ବେସ୍ ରେ ୫ ରାଫେଲ ବିମାନ ଅବତରଣ କରିବ।  ସ୍ବାଗତ କରିବା ଲାଗି ସେଠାରେ ବାୟୁସେନା ମୁଖ୍ୟ ଆରକେ ଏସ ଭାଦୌରିଆଙ୍କ ସହ  ବରିଷ୍ଠ ଅଧିକାରୀ ମାନେ ପହଞ୍ଚିବାରେ  ଲାଗିଛନ୍ତି । ସୁରକ୍ଷା ଦୁଷ୍ଟିରୁ ଅମ୍ବାଲାରେ  ୧୪୪ଧାରା  ଜାରି କରାଯାଇଛି  ।

{"id":306906,"sizeSlug":"large"}

ଫ୍ରାନ୍‌ସରୁ  ଭାରତ ଆସିବା ବାଟରେ ସଂଯୁକ୍ତ ଆରବ ଏମିରେଟସରେ  ଆକାଶରେ ହିଁ ଇନ୍ଧନ ଭର୍ତ୍ତି କରାଯାଇଥିଲା। ୩୦ ହଜାର ଫୁଟ ଉଚ୍ଚତାରେ ରାଫେଲରେ ଇନ୍ଧନ ଭର୍ତ୍ତି କରାଯାଇଥିଲା।  ଫ୍ରାନ୍ସର  ମେରିଗ୍ ନାକ୍ ବିମାନ ଘାଟିରୁ ୫ଟି ରାଫେଲ ବିମାନ ସୋମବାର ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲେ।  ଦୀର୍ଘ ପ୍ରାୟ ୭୦୦୦ କିମି ପଥ ଅତିକ୍ରମ କରି ଏହି ୫ ବିମାନ ଭାରତରେ ପହଞ୍ଚିବ ।  ୭ ଘଣ୍ଟା ଯାତ୍ରା କରିବା ପରେ ସଂଯୁକ୍ତ ଆରବର ଅଲ୍  ଧଫାରା ବାୟୁସେନା ଘାଟିରେ ଏସବୁ ବିମାନ ଅଟକିଥିଲା ।  ପାଇଲଟମାନେ ସାଧାରଣ ବିଶ୍ରାମ ନେବା ପରେ ଯାତ୍ରା ଆରମ୍ଭ କରିବେ।   ଭାରତୀୟ ବାୟୁସେନାର ପାଇଲଟମାନେ ଏହି ଲଢ଼ୁଆ ବିମାନ ଭାରତକୁ ଉଡ଼ାଣ କରି ଆଣୁଛନ୍ତି।

{"id":306907,"sizeSlug":"large"}

ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସର ଡାସଲ୍ଟ କମ୍ପାନି ଭାରତକୁ ୫ଟି ରାଫେଲ ପ୍ରଦାନ କରିଛି। ଫ୍ରାନ୍ସଠାରୁ ଭାରତ ୩୬ଟି ରାଫେଲ୍ ବିମାନ କିଣିବ । ଏଥିପାଇଁ ଭାରତକୁ ୫୯ ହଜାର କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ୩୬ଟି ରାଫେଲର ହସ୍ତାନ୍ତର କାର୍ଯ୍ୟ ୨୦୨୧ ଶେଷ ସୁଦ୍ଧା ଶେଷ ହେବ ବୋଲି ଆଶା ରଖାଯାଇଛି। ଆସନ୍ତା ମାସ ଦ୍ବିତୀୟାର୍ଦ୍ଧରେ ବାୟୁସେନାରେ ରାଫେଲ ସାମିଲ ହେବ । ଭାରତୀୟ ବାୟୁସେନାର ମନୋବଳ ବଢ଼ାଇବାରେ ଏହି ଯୁଦ୍ଧ ବିମାନ ଯଥେଷ୍ଟ ସହାୟକ ହେବ ବୋଲି ଆଶା ରହିଛି।

{"id":306908,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.