ଅମ୍ବାଲାରେ ଅବତରଣ କଲା ରାଫେଲ, ପ୍ରତିରକ୍ଷା ମନ୍ତ୍ରୀ କହିଲେ- ଏବେ ଦେଶର ଶତ୍ରୁ ନିଜର ଚିନ୍ତା କରନ୍ତୁ

Published By : Prameya-News7 Bureau | July 29, 2020 IST

ନୂଆଦିଲ୍ଲୀ ୨୯।୦୭: ଯେଉଁ ଶକ୍ତିଶାଳୀ ଲଢୁଆ ବିମାନ ରାଫେଲକୁ ବର୍ଷ ବର୍ଷ ଧରି ଅପେକ୍ଷା କରାଯାଇଥିଲା, ଶେଷରେ ଆଜି ଅପରାହ୍ନରେ ପାଞ୍ଚ ଲଢୁଆ ଜେଟ୍‌ ଅମ୍ବାଲା ଏୟାରବେସ୍‌ରେ ଗର୍ଜନ କରି ଅବତରଣ କରିଛି। ଏହା ପରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦେଶକୁ ଏହାର ସୂଚନା ଦେଇଛନ୍ତି ଯେ, ଲଢୁଆ ରାଫେଲ ବିମାନ ଅମ୍ବାଲା ଏୟାରବେସରେ ସୁରକ୍ଷିତ ଅବତରଣ କରିଛି। ସେ ଟ୍ଵିଟ୍ କରିଛନ୍ତି ଭାରତରେ ରାଫେଲ ଲଢୁଆ ବିମାନ ପହଞ୍ଚିବା ଆମ ସୈନ୍ୟ ଇତିହାସରେ ଏକ ନୂତନ ଯୁଗର ଆରମ୍ଭ।

wp:html /wp:html

ରାଜନାଥ ସିଂହ ଟ୍ଵିଟ୍ କରି କହିଛନ୍ତି ଭାରତୀୟ ବାୟୁସେନାକୁ ମୋର ଅଭିନନ୍ଦନ। ମୋତେ  ବିଶ୍ଵାସ ଯେ ୧୭ ସ୍କ୍ଵାଡ୍ରନ, ଗୋଲଡେନ୍‌ ଏରୋ ନିଜର ମିଶନ ଉପରେ କାମ କରି ଚାଲିବ। ମୁଁ ବହୁତ ପ୍ରସନ୍ନ ଯେ ଭାରତୀୟ ବାୟୁସେନାର ଯୁଦ୍ଧ କ୍ଷମତା ସମୟନୁସାରେ ବଢି ଚାଲିଛି। ଉଲ୍ଲେଖନୀୟ ଭାରତରେ ପ୍ରଥମ ଦଫାରେ ୫ ରାଫେଲ ବିମାନ ଏମିତି ସମୟରେ ପହଞ୍ଚିଛି ଯେବେ ପୂର୍ବ ଲଦାଖରେ ପ୍ରାୟ ତିନି ମାସ ହେବ ଚୀନ ସହିତ ଉତ୍ତେଜନା ଲାଗି ରହିଛି।

wp:html /wp:html

ପ୍ରତିରକ୍ଷା ମନ୍ତ୍ରୀ ରାଫେଲର ଅମ୍ବାଲା ଏୟାରବେସ୍‌ରେ ଅବତରଣର ଭିଡିଓ ମଧ୍ୟ ସେୟାର କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସଠିକ୍ ନିଷ୍ପତ୍ତି ଏବଂ ଫ୍ରାନ୍ସ ସରକାରଙ୍କ ସହିତ ଉଚିତ୍ ବୁଝାମଣା ଯୋଗୁଁ ରାଫେଲ କିଣା ଯାଇ ପାରିଛି। ଏହା ପୂର୍ବରୁ ଦୀର୍ଘ ସମୟ ଧରି କ୍ରୟ ପ୍ରକ୍ରିୟା ଅଟକି ରହିଥିଲା। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ସାହସିକ ନିଷ୍ପତ୍ତି ପାଇଁ ଧନ୍ୟବାଦ ଦେଉଛି।

{"id":307187,"sizeSlug":"large"}

ରାଜନାଥ ଏହା ମଧ୍ୟ କହିଛନ୍ତି ରାଫେଲ୍ ବିମାନ ଏଥିପାଇଁ କ୍ରୟ କରାଗଲା କାରଣ ଏହା  ଭାରତୀୟ ବାୟୁସେନାର ଅପରେସନ ଅଭିଯାନର ଆବଶ୍ୟକତାକୁ ପୂରା କରିପାରୁଥିଲା। କ୍ରୟ ନେଇ ପୂର୍ବରୁ ଲଗାଯାଇଥିବା ଅଭିଯୋଗ ଆଧାହୀନ ଏବଂ ଏହା ଉପରେ ଆମେ ସବୁ ଉତ୍ତର ଦେଇ ସାରିଛୁ। ସୂଚନାଯୋଗ୍ୟ, ରାଫେଲ ଚୁକ୍ତିକୁ ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ସରକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.