ଭାରତ ଆସୁଥିବା ରାଫେଲ୍ ୩୦ ହଜାର ଫୁଟ୍ ଉଚ୍ଚରେ ଥାଇ ଇନ୍ଧନ ଭରିଲା, ଇଣ୍ଟରନେଟରେ ଫଟୋ ଭାଇରାଲ

Published By : Prameya-News7 Bureau | July 28, 2020 IST

ନୂଆଦିଲ୍ଲୀ,୨୮|୦୭: ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ତଥା କ୍ଷେପଣାସ୍ତ୍ର ଓ ଘାତକ ବୋମାରେ ସଜ୍ଜିତ ଚତୁର୍ଥ ପିଢିର ଲଢୁଆ ବିମାନ ରାଫେଲ ଜୁଲାଇ ୨୯ରେ ଅମ୍ବାଲା ପହଞ୍ଚୁଛି। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୫ ରାଫେଲ ଜୁଲାଇ ୨୭ରୁ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡାଣ ଭରିଛି। ସୋମବାର ରାଫେଲ ୟୁଏଇର ଅଲ ଦଫରା ଏୟାରବେସ୍‌ରେ ଅବତରଣ କରିଛି। ସେଠାରୁ ଆଉ ଏକ ଉଡାଣ  ଭରି ରାଫେଲ ବୁଧବାର ଅମ୍ବାଲା ଏୟାରବେସ୍‌ରେ ପହଞ୍ଚିବ। ଏହା ମଧ୍ୟରେ ଭାରତୀୟ ବାୟୁସେନା ୩୦ ହଜାର ଫୁଟ୍ ଉପରେ ରାଫେଲ୍ ଉଡୁଥିବାର ଫଟୋ ସେୟାର କରିଛି । ଏହି ଫଟୋରେ ଆକାଶରେ ରାଫେଲରେ ଇନ୍ଧନ ଭରାଯାଉଥିବା ଦେଖିବାକୁ ମିଳିଛି ।

{"id":306826,"width":643,"height":482,"sizeSlug":"large"}

ଫ୍ରାନ୍ସରୁ ଭାରତ ଆସିବା ସମୟରେ ରାଫେଲ ଲଢୁଆ ବିମାନକୁ ଆକାଶରେ ହିଁ ରିଫ୍ୟୁଲ୍ କରାଯାଇଛି। ଏହି ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ଫ୍ରାନ୍ସ ଏୟାରଫୋର୍ସ ରାଫେଲ ବିମାନରେ ୩୦ ହଜାର ଫୁଟ୍ ଉଚ୍ଚରେ ଇନ୍ଧନ ଭରୁଛି । ଏହି ଦୃଶ୍ୟ ହଲିଉଡ୍ ଚଳଚ୍ଚିତ୍ର ମିଶନ ଇମ୍ପସିବଲ୍ ଭଳି ଲାଗୁଛି । ରାଫେଲ ବିମାନକୁ ବାୟୁସେନାର ୭ଜଣ ପାଇଲଟ୍ ଭାରତକୁ ନେଇ ଆସୁଛନ୍ତି । ଏହି ଟିମ୍‌ରେ କମାଣ୍ଡିଂ ଅଫିସରଙ୍କ ସହ ୧୭ଜଣ ଗୋଲ୍ଡେନ୍ ଆରୋଜ୍ ରହିଛନ୍ତି ।

{"id":306827,"width":686,"height":515,"sizeSlug":"large"}

ଭାରତୀୟ ବାୟୁସେନା ଫ୍ରାନସିସ୍‌ ବାୟୁସେନାର ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ରାଫେଲ ପ୍ରାୟ ୧୦ ଘଣ୍ଟାର ଯାତ୍ରା କରି ଭାରତରେ ପହଞ୍ଚିବ। ଏବେ ରାଫେଲ ଆବୁଧାବିରେ ଅଟକିଛି। ସେଠାରେ ରାଫେଲ ଅଲ ଦାଫରା ଏୟାରବେସ୍‌ରେ ଅବତରଣ କରିଛି। ସେଠାରେ ପାଇଲଟ୍‌ ଓ ବିମାନକୁ ବିଶ୍ରାମ ପାଇଁ ରଖା ଯାଇଛି। ପ୍ରାୟ ୧୦ ଘଣ୍ଟାର ଯାତ୍ରାରେ ରାଫେଲରେ ଦୁଇ ଥର ତେଲ ଭରାଯିବ। ଏଥିପାଇଁ ଦୁଇଟି ବିମାନ ସେମାନଙ୍କ ସହିତ ଅଲଗା ରହିବେ।

{"id":306828,"width":689,"height":517,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.