ରାଫେଲ୍ ଚୁକ୍ତି : ମଧ୍ୟସ୍ତିଙ୍କୁ କାହିଁକି ୧ ମିଲିୟନ ୟୁରୋ ଦେଇଥିଲା 'ଦସଲ୍ଟ' ? ଉତ୍ତର ଦେଇ ପାରୁନି ଫ୍ରାନ୍ସ କମ୍ପାନୀ

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ,୦୫/୦୪:  ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୦୧୬-୧୭ରେ ହୋଇଥିବା ରାଫେଲ୍ ଚୁକ୍ତିକୁ ନେଇ ପୁଣି ଥରେ ବିବାଦ ବଢିଛି । ରାଫେଲ ତିଆରି କରିଥିବା କମ୍ପାନୀ 'ଦସଲ୍ଟ' ଜଣେ ଭାରତୀୟ ମଧ୍ୟସ୍ତିଙ୍କୁ ଏକ ମିଲିୟନ ୟୁରୋ ଉପହାର ଭାବେ ପ୍ରଦାନ କରିଥିବା ଫ୍ରାନ୍ସର ଏକ ପବିକ୍ଲେସନ ଦାବି କରିଛି । ଫ୍ରାନ୍ସ ଗଣମାଧ୍ୟମ ଏନେଇ ଖୁଲାସା କରିବା ପରେ ଉଭୟ ଦେଶ ମଧ୍ୟରେ ହୋଇଥିବା ରାଫେଲ ଡିଲକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଫ୍ରାନ୍ସର ପବ୍ଲିକେସନ 'ମିଡିଆପୋର୍ଟ' ନିଜର ଏକ ରିପୋର୍ଟରେ ଦାବି କରିଛି ଯେ, ୨୦୧୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ରାଫେଲ୍ ଚୁକ୍ତି ହୋଇଥିଲା । ଏହାପରେ ଦସଲ୍ଟ  ଭାରତରେ ଜଣେ ମଧ୍ୟସ୍ତିଙ୍କୁ ୧ ମିଲିୟନ ୟୁରୋ ପ୍ରଦାନ କରିଥିଲା । ୨୦୧୭ରେ ଦସଲ୍ଟ ଗ୍ରୁପ ଆକାଉଣ୍ଟରୁ ୫୦୮୨୯୫ ୟୁରୋ ଗିଫ୍ଟ ଟୁ କ୍ଲାଏଣ୍ଟସ ନାଁରେ ଟ୍ରାନ୍ସଫର ହୋଇଥିଲା ।

ଏହି ଘଟଣାର ଖୁଲାସା ସେହି ସମୟରେ ହୋଇଥିଲା ଯେତେବେଳେ ଆଣ୍ଟି କରପସନ୍ ଏଜେନ୍ସି ଏଏଫଏ  ଦସଲ୍ଟ କମ୍ପାନୀ ଖାତାର ଅଡିଟ୍ କରିଥିଲା । ମିଡିଆପୋର୍ଟ ରିପୋର୍ଟ ଅନୁସାରେ, ଏହି ଘଟଣାର ଖୁଲାସା ପରେ ଦସଲ୍ଟ ସଫେଇ ଦେଇଛି ଯେ, ଟଙ୍କାର ବ୍ୟବହାର ରାଫେଲର ୫୦ଟି ଲଢୁଆ ବିମାନ ମଡେଲ ତିଆରି ପାଇଁ ହୋଇଥିଲା । ପ୍ରକୃତରେ କିନ୍ତୁ ଏପରି କୌଣସି ମଡେଲ ତିଆରି ହୋଇନାହିଁ ।ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ଏଜେନ୍ସି ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।ଏହାପୂର୍ବରୁ ମଧ୍ୟ ୨୦୧୮ରେ ପାରାକୁଏଟ୍ ନ୍ୟାଶନାଲ ଫାଇନାନ୍ସର ନାମକ ଏକ ଏଜେନ୍ସି ଏହି ଚୁକ୍ତିରେ କିଛି ଦୁର୍ନୀତି ହୋଇଥିବା କହିଥିଲା । ଏହାପରେ ଅଡିଟ୍ ହେବା ପରେ ସମସ୍ତ ମାମଲା ସାମ୍ନାକୁ ଆସିଥିଲା । ଏଜେନ୍ସିର ରିପୋର୍ଟରେ ଦାବି କରାଯାଇଥିଲା ଯେ, ଏହି ଉପହାର ରାଶିକୁ ଲୁଚାଯାଇଥିଲା । ଭାରତୀୟ କମ୍ପାନୀ ଡେଫସିସ୍ ସଲ୍ୟୁସନ ଏହି ୫୦ଟି ମଡେଲ ପ୍ରସ୍ତୁତ ପାଇଁ ଅଧା ଟଙ୍କା ଦେଇଥିବା ଇନଭଏସରେ ଦେଖିବାକୁ ମିଳିଛି । ଗୋଟିଏ ମଡେଲର ଡାମ୍ ୨୦ ହଜାର ୟୁରୋ ଅଟେ  ।

ତେବେ ଏହି ସମସ୍ତ ଅଭିଯୋଗର କୌଣସି ଉତ୍ତର ଦସଲ୍ଟ ପାଖରେ ନାହିଁ । କମ୍ପାନୀ ଅଡିଟ୍ ଏଜେନ୍ସିକୁ ମଧ୍ୟ କୌଣସି ଇତ୍ତର ଦେଇନାହିଁ । କଣ ପାଇଁ ଏହି ଉପହାର ରାଶି ପ୍ରଦାନ କରାଯାଇଥିଲା ତାହା ମଧ୍ୟ କମ୍ପାନୀ କହିନାହିଁ । ଯେଉଁ କମ୍ପାନୀ ବାବଦରେ ରିପୋର୍ଟରେ ପ୍ରକାଶ ପାଇଛି ତାହା ପୂର୍ବରୁ ମଧ୍ୟ ବିବାଦରେ ଫସିଛି । ଏହାରର ମାଲିକ ଅଗଷ୍ଟା ଓ୍ୱେଷ୍ଟଲାଣ୍ଡ ମାମଲାରେ ଗିରଫ ହୋଇ ଜେଲ୍ ଯାଇ ସାରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୬ରେ ଭାରତ ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କ୍ରୟ ପାଇଁ ଚୁକ୍ତି କରିଥିଲେ । ଏହାମଧ୍ୟରୁ ୧୨ଟି ବିମାନ ଭାରତ ପାଇସାରିଛି । ୨୦୨୨ସୁଦ୍ଧା ସମସ୍ତ ବିମାନ ମିଳିଯିବ । ଯେବେ ଏହି ଚୁକ୍ତି ହୋଇଥିଲା ସେହି ସମୟରେ ସରକାର ବିବାଦରେ ଫସିଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ରାଫେଲ୍ ପ୍ରସଙ୍କକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.