Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୭ ଘଣ୍ଟା ଉଡ଼ାଣ କରି ଅଲ-ଦଫ୍ରାରେ ଓହ୍ଲାଇଲେ RAFALE ସ୍କ୍ୱାଡ୍ରନ, ବୁଧବାର ପହଞ୍ଚିବେ ଅମ୍ବାଲା

27/07/2020 at 8:44 PM

ମାରିଗନାକ୍‌ ୨୭।୭: ଯେଉଁ ରାଫେଲ ବିମାନକୁ ଏତେଦିନରୁ ଅପେକ୍ଷା କରାଯାଇଥିଲା ଏବେ ସେହି ବିମାନ ଗୁଡିକ ଫ୍ରାନ୍ସରୁ ଭାରତ ଅଭିମୁଖେ ବାହାରି ସାରିଲେଣି। ପ୍ରଥମ ପର୍ଯ୍ୟାୟରେ ୫ ରାଫେଲ ଯୁଦ୍ଧବିମାନ ଭାରତ ଆସୁଛନ୍ତି। ଏଥିପାଇଁ ମାରିଗନାକ୍‌ ବିମାନ ଘାଟିରୁ ୫ଟି ବିମାନ ସୋମବାର ସ୍ଥାନୀୟ ସମୟ ପୂର୍ବାହ୍ନ ୮ଟା ୩୦(ଭାରତୀୟ ସମୟ ମଧ୍ୟାହ୍ନ ୧୨ଟା)ରେ ବାହାରିଥିବା ବେଳେ ଆକାଶ ପଥରେ ୭ ଘଣ୍ଟା ଯାତ୍ରା କରି ୟୁଏଇ ନିକଟସ୍ଥ ଅଲ-ଦଫ୍ରା ବାୟୁସେନା ଘାଟିରେ ପହଞ୍ଚିଛନ୍ତି।

ଭାରତ ଅଭିମୁଖେ ବାହାରିଥିବା ୫ ରାଫେଲ ଯୁଦ୍ଧବିମାନ ମଧ୍ୟରେ ୨ଟି ଟ୍ରେନର ବିମାନ ରହିଛନ୍ତି। ଯେଉଁଥିରେ ୨ ଜଣ ଲେଖାଏଁ ପାଇଲଟ୍ ବିମାନ ଉଡାଉଛନ୍ତି। ତେବେ ଅନ୍ୟ ୩ଟି ସିଙ୍ଗଲ ସିଟର ଫାଇଟର ଜେଟ୍‌କୁ ୩ ଜଣ ପାଇଲଟ ଉଡାଇ ଆଣୁଛନ୍ତି। ମାରିଗନାକ୍‌ରୁ ଯୁଦ୍ଧ ବିମାନ ସବୁ ଉଡାଣ କରିବା ପୂର୍ବରୁ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଜାଭେଦ ଅସ୍ରଫ ବିମାନଘାଟିକୁ ପହଞ୍ଚିଥିବା ବେଳେ ଦସଲ୍ଟର ସିଇଓ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଭାରତୀୟ ବାୟୁସେନା ପାଇଲଟଙ୍କୁ ଶୁଭେଚ୍ଛା ଜଣାଇଥିଲେ।  

ବିମାନଘାଟିରୁ ୫ଟି ରାଫେଲ ଭାରତ ଅଭିମୁଖେ ବାହାରିବା ପରେ ଦସଲ୍ଟ ଏକ ବୟାନ ଜାରି କରିଛନ୍ତି। ଏଥିରେ ମହାମାରୀ ସତ୍ତ୍ୱେ ଦେଶର ସାର୍ଭଭୌମତା ଓ ସୁରକ୍ଷା ଲାଗି ଭାରତ ନିଜ ବାୟୁସେନାରେ ଯେପରି ଯୁଦ୍ଧବିମାନ ସାମିଲ କରିଛି ତାହା ବାସ୍ତବିକ୍ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଉଲ୍ଲେଖ କରିଛନ୍ତି। ଦସଲ୍ଟଙ୍କ ଏହି ବୟାନ ସାଂପ୍ରତିକ ଚୀନ୍ ଓ ପାକିସ୍ତାନକୁ ନେଇ ଉପୁଜିଥିବା ଉତ୍ତେଜନା ପରିପ୍ରେକ୍ଷୀରେ ଆସିଛି।

ଫ୍ରାନସରୁ ୭ହଜାର କିଲୋମିଟର ଦୂର ଭାରତକୁ ଆକାଶ ପଥରେ ବିମାନ ପହଞ୍ଚାଇବା ଲାଗି ବାୟୁସେନା ପକ୍ଷରୁ ସପ୍ତଦଶ କମାଣ୍ଡଙ୍କ କମାଣ୍ଡିଂ ଅଫିସର ତଥା ଗ୍ରୁପ କ୍ୟାପ୍ଟେନ ହରକିରତ ସିଂହଙ୍କ ନେତୃତ୍ୱରେ ପାଇଲଟମାନେ ବିମାନ ନେଇ ଅମ୍ବାଲା ଆସୁଛନ୍ତି। ଅଲ-ଦଫ୍ରା ପର୍ଯ୍ୟନ୍ତରାସ୍ତାରେ ଏହି ବିମାନମାନଙ୍କୁ ରିଫ୍ୟୁଲ କରିବା ଲାଗି ଫ୍ରାନ୍ସରୁ ଏକ ରିଫ୍ୟୁଲର ଟ୍ୟାଙ୍କର ବିମାନ ମଧ୍ୟ ସେମାନଙ୍କ ସହ ଆସିଛି।

ଅଲ-ଦଫ୍ରାରୁ ଏହି ବିମାନଗୁଡିକ ସିଧା ଅମ୍ବାଲାରେ ଅବତରଣ କରିବେ। ଏହିଠାରେ ହିଁ ରାଫେଲର ପ୍ରଥମ ସ୍କ୍ୱାଡ୍ରନ ମୁତୟନ ହେବ। ସପ୍ତଦଶ ସ୍କ୍ୱାଡ୍ରନକୁ ‘ଗୋଲ୍ଡେନ ଆରୋଜ୍’ ନାମରେ ନାମିତ ହୋଇଛି। ଏହି ସ୍କ୍ୱାଡ୍ରନରେ ମୋଟ ୧୮ଟି ରାଫେଲ ବିମାନ ରହିବେ ଯେଉଁଥିରେ ୫ଟି ପ୍ରଶିକ୍ଷଣ ବିମାନ ମଧ୍ୟ ସାମିଲ ଅଛନ୍ତି। ଦେଶରେ ଗୋଲ୍ଡେନ ଆରୋ  କହିଲେ ଭଟିଣ୍ଡାର ମିଗ୍-୨୧ ସ୍କ୍ୱାଡ୍ରନକୁ ବୁଝାଯାଏ। ଗତ କାର୍ଗିଲ ଯୁଦ୍ଧରେ ଏହି ସ୍କ୍ୱାଡ୍ରନର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ସ୍କ୍ୱାଡ୍ରନର ସ୍କ୍ୱାଡ୍ରନ ଲିଡର ଅଜୟ ଆହୁଜା କାରଗିଲ ଯୁଦ୍ଧରେ ସହିଦ ହୋଇଯାଇଥିଲେ। ତେବେ ବାୟୁସେନାରୁ ମିଗ୍-୨୧ର ଅବସର ପରଠାରୁ ଏହି ସ୍କ୍ପାଡ୍ରନ ଏଠାରେ ଅକାମୀ ହୋଇଯାଇଥିଲା।

ବାୟୁସେନାରେ ରାଫେଲର ୨ଟି ସ୍କ୍ୱାଡ୍ରନ ରହିବେ। ଗୋଟିଏ ଅମ୍ବାଲାର ଗୋଲ୍ଡେନ ଆରୋ ଓ ଅନ୍ୟଟି ପଶ୍ଚିମବଙ୍ଗର ହାସମିରାରେ ରହିବ। ଏଠାରେ ମଧ୍ୟ ସମାନ ସଂଖ୍ୟକ ରାଫେଲ ମୁତୟନ ହେବେ। ବାୟୁସେନାର ପାଇଲଟ ଓ କ୍ରୁ ମାନଙ୍କର ଫ୍ରନ୍ସରେ ବିମାନ ଓ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ପୂର୍ବରୁ ହୋଇସାରିଛି। ଏଣୁ ବିମାନ ପହଞ୍ଚିବାମାତ୍ରେ ଏଗୁଡିକ ଅପରେସନରେ ମୁତୟନ ହେବେ। ଭାରତକୁ ଫ୍ରାନ୍ସ ଯେଉଁ ରାଫେଲ ବିମାନ ସବୁ ଦେଇଛି ସେଗୁଡିକ ୪.୫ ଜେନେରେସନ ମିଡ୍ ଓମନି-ପୋଟେଣ୍ଟ ରୋଲ ଏୟାର କ୍ରାଫ୍ଟ।

ଏଗୁଡିକ ମଲ୍ଟି ରୋଲ ବିମାନ ହୋଇଥିବାରୁ ଏଥିରେ ଟ୍ୱିନ୍‌ ଇଞ୍ଜିନ ରହିଛି। ସେହିପରି ଏୟାର ସୁପ୍ରମେସୀ ଯୋଗୁ ଏହାକୁ ଆକାଶର ବାଦଶାହ ମଧ୍ୟ କୁହାଯାଏ। ଏହି ବିମାନଗୁଡିକ ଡିପ୍ ପେନିଟ୍ରେସନ ଲାଗି ସକ୍ଷମ ଏଣୁ ଶତ୍ରୁର ସୀମାକୁ ପ୍ରବେଶ କରି ଆକ୍ରମଣ ମଧ୍ୟ କରିବେ।  ଏଥିରୁ ବିମାନ ଆକାଶରେ ଉଡୁଥିବା ବେଳେ କେତେସହ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁର ବିମାନ, ଡ୍ରୋନ ଅଥବା ହେଲିକପ୍ଟର ତା ଆଖପାଖକୁ ମଧ୍ୟ ପହଞ୍ଚିପାରିବେନି। ଏଣୁ ଏହାକୁ ମଲ୍ଟି ରୋଲ ଫାଇଟର ବୋଲି ମଧ୍ୟ କୁହାଯାଏ।  

   Related Posts