ଚୀନ୍-ପାକିସ୍ତାନ ସାବଧାନ : ଜୁଲାଇରେ ଭାରତ ଆସିବ ୪ଟି ରାଫେଲ

Published By : Prameya-News7 Bureau | May 16, 2020 IST

ନୂଆଦିଲ୍ଲୀ ୧୬।୫: ଭାରତର ଏବେ ପାକିସ୍ତାନ ଏବଂ ଚୀନ୍ ସହ ସୀମାରେ ତିକ୍ତତା ଲାଗି ରହିଛି । ପାକିସ୍ତାନ ସୀମାରେ ଏଫ-୧୫ ଏବଂ ମିରାଜ ପ୍ରସ୍ତୁତ ରଖିଥିବା ବେଳେ ଚୀନ୍ କିଛି ଦିନ ପୂର୍ବରୁ ଭାରତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଲଢୁଆ ବିମାନ ଉଡାଣ ଭରିଥିଲା । ଏଭଳି ତିକ୍ତତା ମଧ୍ୟରେ ଭାରତ ପାଇଁ ଏକ ଭଲ ଖବର ରହିଛି । ଜୁଲାଇ ଶେଷ ସପ୍ତାହରେ ଭାରତକୁ ୪ଟି ରାଫେଲ ଯୁଦ୍ଧ ବିମାନ ମିଳିଯିବ । ସରକାରୀ ସୂତ୍ର ଅନୁସାରେ ଏହି ବିମାନଗୁଡିକୁ ଭାରତୀୟ ବାୟୁସେନାର ଅମ୍ବାଲା ଏୟାରବେସରେ ମୁତୟନ କରାଯିବ ।

{"id":270751,"sizeSlug":"large"}

ସୂତ୍ର ଅନୁସାରେ କରୋନା ସଙ୍କଟ ମଧ୍ୟରେ ରାଫେଲ ଯୁଦ୍ଧ ବିମାନ ଭାରତକୁ ଆସିବାରେ ବିଳମ୍ବ ହୋଇଛି । ମାତ୍ର ଏହା ଜୁଲାଇ ମାସ ସୁଦ୍ଧା ଭାରତକୁ ଆସିଯିବ । ଅମ୍ବାଲା ବାୟୁସେନା ଘାଟିରେ ରାଫେଲ ସ୍କ୍ବାର୍ଡନ ପ୍ରସ୍ତୁତ କରାଯାଇଛି ।

{"id":270752,"sizeSlug":"large"}

୨୦୧୬ ମସିହାରେ ଭାରତ ୩୬ ରାଫେଲ ଯୁଦ୍ଧ ବିମାନ କ୍ରୟ କରିବାକୁ ଚୁକ୍ତି ସ୍ବାକ୍ଷରିତ କରିଥିଲା । ଏହି ରାଫେଲ ଯୁଦ୍ଧ ବିମାନ ଦକ୍ଷିଣ ଏସିଆରେ ଭାରତୀୟ ବାୟୁସେନାର ସାମର୍ଥ୍ୟ ବୃଦ୍ଧି କରିବାରେ ସହାୟକ ହେବ । ଏହି ରାଫେଲ ବିମାନ ୧୫୦ କିଲୋମିଟରରୁ ଅଧିକ ଦୂରରୁ ନୀରିକ୍ଷଣ କରିବାର କ୍ଷମତା ରହିଛି । ଫଳରେ ଏହା ଦ୍ବାରା ଶତ୍ରୁମାନଙ୍କୁ ନିପାତ କରିବାରେ ଭାରତୀୟ ବାୟୁସେନାକୁ ସାହାଯ୍ୟ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.