ରାଫେଲ ଯୁଦ୍ଧବିମାନ କିଣା ରାୟ ଆଗରୁ ଆସିଥିଲେ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିକୁ ଲାଭ ହୋଇଥାନ୍ତା କି?

Published By : Prameya-News7 Bureau | December 14, 2018 IST

ନୂଆଦିଲ୍ଲୀ ୧୪|୧୨: ବହୁ ଚର୍ଚ୍ଚିତ ରାଫେଲ୍‌ ଡିଲ୍‌ ମାମଲାରେ କେନ୍ଦ୍ର ସରକାରଙ୍କର ବଡ଼ ବିଜୟ । ଫ୍ରାନ୍‌ସ ଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣା ପାଇଁ ହୋଇଥିବା ଚୁକ୍ତିରେ କୌଣସି ପ୍ରକାରର ଅନିୟମିତତା ହୋଇନାହିଁ ବୋଲି ସୁପ୍ରିମକୋର୍ଟ ଆଜି ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ନଭେମ୍ବର ୧୪ରେ ମାମଲାର ଶୁଣାଣି ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । କୋର୍ଟଙ୍କ ରାୟ ଆସିବାପରେ ବିଜେପି ତ ରାହୁଲଙ୍କୁ ଆକ୍ଷେପ କରିଛି। କ୍ଷମା ମାଗିବାକୁ ଦାବି କରିଛି। 

ଯେଉଁ ରାଫେଲ ଦୁର୍ନୀତି ବାଜା ବଜେଇ ବିଜେପିକୁ ତିନି ରାଜ୍ୟରୁ ତଡ଼ିଦେଲେ ରାହୁଲ ଏବେ ସେହି ରାଫେଲ୍‌ ଡିଲ୍‌ରେ ସୁପ୍ରିମକୋର୍ଟ କେନ୍ଦ୍ରକୁ ଦେଲେ କ୍ଲିନଚିଟ୍‌ । ମୋଦି ସରକାର ପାଇଁ ବଡ଼ ଆଶ୍ବସ୍ତି। ରାଫେଲ୍‌ ଯୁଦ୍ଧ ବିମାନ କିଣାରେ ଅନିୟମିତତା କାରବାର ହୋଇନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । କୋର୍ଟଙ୍କ ଏହି ରାୟ ପରେ ଆବେଦନକାରୀ ପ୍ରଶାନ୍ତ ଭୂଷଣ ଏହାକୁ ଦୁର୍ଭାଗ୍ୟଜନକ କହିଛନ୍ତି। 

{"id":63614}

ସୁପ୍ରିମକୋର୍ଟ ରାୟରେ କହିଛନ୍ତି ଯେ ଭାରତୀୟ ବିମାନ ବାହିନୀରେ ଚତୁର୍ଥଓ ପଞ୍ଚମ ପୀଢ଼ିର ଯୁଦ୍ଧ ବିମାନ ସାମିଲ କରାଯିବା ଆବଶ୍ୟକତା ରହିଛି । ରାଫେଲ ବିମାନର କ୍ବାଲିଟି ନେଇକୌଣସି ସନ୍ଦେହ ନଥିବା ବେଳେ ଯୁଦ୍ଧ ବିମାନର ମୂଲ୍ୟ ତୁଳନା କରିବା କୋର୍ଟଙ୍କର କାମ ନୁହେଁ । ବିମାନର ମୂଲ୍ୟ ନିର୍ଦ୍ଧାରଣ, ଅଧିଗ୍ରହଣ ଏବଂ ଅଫସେଟ୍‌ ପାର୍ଟନର ଚୟନରେ କୌଣସି ଅନିୟମିତତାର ପ୍ରମାଣ ମିଳୁନାହିଁ। ତେବେ ୩୬ଟି କିମ୍ବା ୧୨୬ଟି ଯୁଦ୍ଧ ବିମାନ କିଣାଯିବ ସେଥିରେ କୋର୍ଟ ହସ୍ତକ୍ଷେପ କରିପାରିବେ ନାହିଁ।

ସୁପ୍ରିମକୋର୍ଟଙ୍କ ଏହି ରାୟ ଆସିବା ପରେ କଂଗ୍ରେସକୁ ପୁରା ଘେରିଯାଇଛି ବିଜେପି । ରାହୁଲୁ ଗାନ୍ଧି କ୍ଷମା ପ୍ରାର୍ଥନା କରନ୍ତୁ ଦାବି କରିଛନ୍ତି  ବିଜେପି ମୁଖ୍ୟ ଅମିତ ଶାହା  ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କୋର୍ଟ ସ୍ପଷ୍ଟ କରିଛନ୍ତି ରାଫେଲ୍ ଯୁଦ୍ଧ ବିମାନର ଦର ନିର୍ଣ୍ଣୟ କାମ କୋର୍ଟଙ୍କର ନୁହେଁ, ଯାହା ଉପରେ ହିଁ ଆମେ ପ୍ରଶ୍ନ ଉଠାଇଥିଲୁ । ତେଣୁ ମିଳିତ ସଂସଦୀୟ କମିଟି-ଜେପିସି ଗଠନ କରାଯାଇ ଏହାର ତଦନ୍ତ କରାଯାଉ ।…

{"id":63616}

ରାଫେଲ ହିଁ ୫ ରାଜ୍ୟ ନିର୍ବାଚନରେ  ବିଜେପିକୁ ଅଡୁଆରେ ପକାଇଥିଲା ଏବେ ସର୍ବୋଚ୍ଚ କୋର୍ଟଙ୍କ ଏହି ରାୟ ଦେଶର ରାଜନୀତିକୁ ନୂଆ ଦିଶା ଦେଇପାରେ ।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.