‘ଚୌକିଦାର ଚୋର’ ଟିପ୍ପଣୀ ପାଇଁ ସାନି ସତ୍ୟାପଠ ଦାଖଲ କଲେ ରାହୁଲ ,ମନ୍ତବ୍ୟ ପାଇଁ ମାଗିଲେ କ୍ଷମା

Published By : Prameya-News7 Bureau | April 29, 2019 IST

ନୂଆଦିଲ୍ଲୀ ୨୯।୪: ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କର ‘ଚୌକିଦାର ଚୋର’ ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟରେ ସୋମବାର ପୁଣି ଥରେ ସତ୍ୟପାଠ ଦାଖଲ କରିଛନ୍ତି । ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ରାହୁଲ ଦେଇଥିବା ଏହି ମନ୍ତବ୍ୟ ପାଇଁ ବିଜେପି ନେତ୍ରୀ ମିନାକ୍ଷୀ ଲେଖି ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କୋର୍ଟ ରାହୁଲଙ୍କୁ ନୋଟିସ୍ ଜାରି କରିଥିବା ବେଳେ ମନ୍ତବ୍ୟ ପାଇଁ ରାହୁଲ କ୍ଷମା ଯାଚନା କରିବା ସହ ତାଙ୍କ ବିରୋଧରେ ଆଗତ ଅଭିଯୋଗ ଅଗ୍ରାହ୍ୟ କରିବା ପାଇଁ  ନିବେଦନ କରିଛନ୍ତି । ନ୍ୟାୟିକ ପ୍ରକ୍ରିୟାର ଏହା ଦୂରୁପଯୋଗ ବୋଲି ସତ୍ୟପାଠ ସହ ରାହୁଲ ଦାଖଲ କରିଥିବା ନିବେଦନରେ ଉଲ୍ଲେଖ କରିଛନ୍ତି ।

{"id":108725}

ମୁଖ୍ୟ ବିଚାରପତି ରଞ୍ଜନ ଗୋଗଇ, ବିଚାରପତି ଦୀପକ ଗୁପ୍ତା ଓ ବିଚାରପତି ସଞ୍ଜିବ ଖାନ୍ନାଙ୍କ ଖଣ୍ଡପୀଠରେ ରାହୁଲଙ୍କ ପକ୍ଷରୁ ଆଡଭୋକେଟ ସୁନୀଲ  ଫର୍ଣ୍ଣାଣ୍ଡିସ କୋର୍ଟଙ୍କ ନୋଟିସର ଜବାବ ଦାଖଲ କରିବା ପାଇଁ ଅନୁମତି ମାଗିଥିଲେ। ଖଣ୍ଡପୀଠ ତାଙ୍କୁ ଜବାବୀ ସତ୍ୟପାଠ ଦାଖଲ କରିବାକୁ ଅନୁମତି ପ୍ରଦାନ କରିଥିଲେ। ଏଥିରେ ରାହୁଲ ନିଜର ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିବା ସହ ରାଜନୈତିକ ପ୍ରଚାର ଉତ୍ତେଜନାରେ ସେ ଏଭଳି କହିଥିବା ସ୍ବୀକାର କରିଛନ୍ତି । ତେବେ ଏହାର ରାଜନୈତିକ କଦର୍ଥ କରା ନଯାଉ ବୋଲି ରାହୁଲ କୋର୍ଟଙ୍କୁ ନିବେଦନ କରିଛନ୍ତି ।

{"id":108726}

ତେବେ ରାଫେଲ ମାମଲାରେ କୋର୍ଟଙ୍କ ରାୟପରେ ରାହୁଲଙ୍କ ମନ୍ତବ୍ୟକୁ ଗୁରୁତର ଅପାରଧିକ ଅବମାନନା ଦର୍ଶାଇ ବିଜେପି ନେତ୍ରୀ ଏପ୍ରିଲ ୨୨ ତାରିଖରେ କୋର୍ଟରେ ଅଭିଯୋଗ କରିଥିଲେ । ସେହି ଅନୁସାରେ ୨୩ ତାରିଖ ଦିନ କୋର୍ଟ ରାହୁଲଙ୍କୁ ନୋଟିସ ଜାରି କରିଥିବା ବେଳେ ରାହୁଲ ତାର ଜବାବ ରଖିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.