ପାକିସ୍ତାନର ଏଫ-୧୬ ଲଢୁଆ ବିମାନ ପାଇଁ ବଢିଲା ବିପଦ, ରାଫେଲର ସାମ୍ନା କରିବାକୁ ଦମ୍ ନାହିଁ
4/08/2020 at 3:52 PM

ଲାହୋର, ୦୪|୦୮: ଭାରତୀୟ ବାୟୁସେନାରେ ରାଫେଲ ଲଢୁଆ ବିମାନ ସାମିଲ ହେବା ପରେ ପାକିସ୍ତାନର ଚିନ୍ତା ବଢିଯାଇଛି । ଏବେ ଭାରତୀୟ ବାୟୁସେନା ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହୋଇଯାଇଛି । ଭିଜୁଆଲ ରେଞ୍ଜରୁ ବାହାରେ ଲକ୍ଷ୍ୟ ହାସଲ କରିପାରୁଥିବା ରାଫେଲ ଏସିଆର ସବୁଠାରୁ ଶକ୍ତିଶାଳୀ ଲଢୁଆ ବିମାନ ।
ପାକିସ୍ତାନ ବୈଦେଶିକ ମନ୍ତ୍ରୀ ନିକଟରେ କହିଥିଲେ ଯେ, ଭାରତ ରାଫେଲ କିଣିଛି । ଏଥିରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ ଭାରତୀୟ ସେନା ଅଧିକ କ୍ଷମତାଶୀଳ ହେବାକୁ ଚାହୁଁଛି । ଫଳରେ ଦେଶ ନିଜ କ୍ଷମତାର ପରିଧି ବାହାରକୁ ଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ । ଏବେ ପାକିସ୍ତାନୀ ଲଢୁଆ ବିମାନ ପ୍ରତି ବିପଦ ସୃଷ୍ଟି ହୋଇଥିବା ସେ ଆଶଙ୍କା କରୁଛନ୍ତି ।
ଗତବର୍ଷ ଭାରତୀୟ ବାୟୁସେନା ପାକ୍ ଫାଇଟର୍ ଜେଟ୍ ସହ ମୁହାଁମୁହିଁ ହୋଇଥିଲେ । ଭାରତୀୟ ମିଗ୍ ୨୧ ପାକିସ୍ତାନର ଉନ୍ନତ ଏଫ-୧୬କୁ ମାରି ତଳେ ଖସାଇ ଦେଇଥିଲା । ଭାରତ ପାଖରେ ସୁଖୋଇ ମଧ୍ୟ ରହିଛି । ପାକିସ୍ତାନର ଏଫ-୧୬ ଭାରତ ପାଇଁ ଦୀର୍ଘଦିନ ହେବ ଚିନ୍ତାର କାରଣ ଥିଲା । ଏହାର ରେଞ୍ଜ୍ ହେଉଛି ୭୫ କିମି । କିନ୍ତୁ ଭାରତୀୟ ମିଗ୍ ବିମାନ ଏଫ୍-୧୬କୁ ଖସାଇ ଦେଇଥିଲା ।
ଭାରତୀୟ ସେନାରେ ରାଫେଲ ସାମିଲ ହେବା ପରେ ଏଫ-୧୬ ପାଇଁ ବିପଦ ସୃଷ୍ଟି ହୋଇଛି । ପାକ୍ର ଜେଏଫ-୧୭ ମଧ୍ୟ ରାଫେଲର ସହଜ ଶିକାର ହୋଇଯିବ । ରାଫେଲରେ ମିଟିଆର ଟେକ୍ଲୋଲୋଜି ରହିଛି । ଯାହା ଭାରତ ପାଇଁ ଗେମ୍ ଚେଞ୍ଜର ସାବ୍ୟସ୍ତ ହେବ । ଏହି ଟେକ୍ନୋଲୋଜୀରେ ଆକାଶରେ ହିଁ ଆକ୍ରମଣରେ କରିହେବ ।ଏପରିକି ପାକିସ୍ତାନ ରାଫେଲରେ ଥିବା ଏଏମଆରଏଏଏମ ଟେକ୍ନୋଲୋଜୀ ପାଇଁ ମଧ୍ୟ ଭୟଭୀତ ।