ବାୟୁସେନାରେ ସାମିଲ ହେଲା ରାଫେଲ, ଗୋଟିଏ ମିନିଟରେ କରିବ ୨୫୦୦ ଫାୟାର

Published By : Prameya-News7 Bureau | September 10, 2020 IST

ନୂଆଦିଲ୍ଲୀ ୧୦/୦୯: ଫାଇଟର୍ ଜେଟ୍ ରାଫେଲ ଆଜି ଔପଚାରିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହେଲା। ଅମ୍ବାଲା ଏୟାରଫୋର୍ସରେ ଭବ୍ୟ ସମାରୋହ ଆୟୋଜନ ହୋଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଫ୍ରାନ୍ସର ରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲିଙ୍କ ଉପସ୍ଥିତିରେ ପାଞ୍ଚଟି ଲଢ଼ୁଆ ବିମାନ ଆଜିଠୁ ବାୟୁସେନାର ଶକ୍ତି ବୃଦ୍ଧି କରିବ। ଏହା ଭାରତୀୟ ବାୟୁସେନାର ସବୁଠୁ ଉନ୍ନତମାନର ଫାଇଟର ଜେଟ୍। ଯେକୌଣସି ପୋଷ୍ଟରେ ଏହା ନିଯୁକ୍ତ ହେବାକୁ ପ୍ରସ୍ତୁତ। ଏହା ଇଣ୍ଡିଆନ ଏୟାରଫୋର୍ସର ଟପଗନ୍ ହେବ। ରାଫେଲ ଲଢ଼ୁଆ ବିମାନ ଯୋଗୁ ପାକିସ୍ତାନ ଓ ଚୀନର ଅବସ୍ଥା ଖରାପ ହେବ।

ଏହା ଦୁଇ ଇଞ୍ଜିନବିଶିଷ୍ଟ ବିମାନ ଯାହାର ଆବଶ୍ୟକତା ଭାରତୀୟ ବାୟୁସେନାକୁ ଆବଶ୍ୟକତା ଥିଲା। ରାଫେଲରେ ତିନି ପ୍ରକାର କ୍ଷେପଣାସ୍ତ୍ର ଲାଗିପାରିବ। ରାଫେଲ ଲଢ଼ୁଆ ବିମାନ ଷ୍ଟାର୍ଟ ହେବା ମାତ୍ରେ ଉଚ୍ଚକୁ ଯିବାରେ ଅନ୍ୟ ବିମାନଠାରୁ ଖୁବ୍ ଆଗରେ ରହିଛି। ଏହାର ରେଟ୍ ଅଫ୍ କ୍ଳାଇମିଂ ରହିଛି ସେକେଣ୍ଡ ପ୍ରତି ୩୦୦ ମିଟର। ଯାହା ଦ୍ବାରା ଏହା ଚୀନ ପାକିସ୍ତାନକୁ ମଧ୍ୟ ମାତ୍ ଦେବ। ଏହାର ଅର୍ଥ ରାଫେଲ ଗୋଟିଏ ମିନିଟ୍​‌ରେ ୧୮ ହଜାର ମିଟର ଉଚ୍ଚକୁ ଯାଇପାରେ। ଲଦାଖ ସୀମା ଦୃଷ୍ଟିରୁ ଏହି ରାଫେଲ ପୂରା ଉପଯୁକ୍ତ। ତେବେ ରାଫେଲ ହେଉଛି ଓମନି ରୋଲ ଲଢ଼ୁଆ ବିମାନ। ଏହା ପାହାଡ଼ ଉପରେ କମ୍ ସ୍ଥାନରେ ଓହ୍ଲାଇପାରେ।

ଥରେ ଏଥିରେ ଇନ୍ଧନ ଭରିବା ମାତ୍ରେ କ୍ରମାଗତ ୧୦ ଘଂଟା ଉଡାଣ ଭରିପାରେ। ଏହା ପବନରେ ବି ଇନ୍ଧନ ଭରିବାକୁ ସକ୍ଷମ। ଯେମିତି ଏହା ଫ୍ରାନ୍ସରୁ ଭାରତ ଆସିବା ସମୟରେ କରିଥିଲା। ରାଫେଲରେ ଲାଗିଥିବା ଗନ୍ ମିନିଟିଏରେ ୨୫୦୦ ଫାୟାର କରିବାକୁ ସକ୍ଷମ। ଏଥିରେ ଲାଗିଥିବା ରାଡର ସିଷ୍ଟମ ୧୦୦ କିଲୋମିଟର ଦୂରତ୍ବରେ ଥରକରେ ଏକାସାଙ୍ଗରେ ୪୦ ଟାର୍ଗେଟକୁ ଚିହ୍ନଟ କରିପାରେ। ଏହା ୨୪,୫୦୦ କିଲୋଗ୍ରାମ ଭାର ଉଠାଇବାକୁ ସକ୍ଷମ। ଏହା ସହ ୬୦ ଘଂଟାର ଅତିରିକ୍ତ ଉଡାଣ ଭରିବା ଗ୍ୟାରେଣ୍ଟି ଦିଏ।

ଏବେ ବି ରାଫେଲରେ କ୍ଷେପଣାସ୍ତ୍ର ଲାଗିଛି। ଏହା ସିରିଆ, ଲିବିୟା ଆଦି ସ୍ଥାନରେ ବ୍ୟବହାର ହୋଇପାରିବ। ଏହା ବ୍ୟତୀତ ସ୍ପାଇସ୍ ୨୦୦କୁ ଏଥିରେ ଯୋଡ଼ାଯିବ। ଭାରତୀୟ ବାୟୁସେନାକୁ ଏବେ ସୁଦ୍ଧା ୫ ରାଫେଲ ଲଢ଼ୁଆ ବିମାନ ମିଳିଛି। ତେବେ ୨୦୨୨ ସୁଦ୍ଧା ଏହାର ସଂଖ୍ୟା ୩୬ ହୋଇପାରେ। ଏହାକୁ ଭିନ୍ନ ଭିନ୍ନ ଏୟାରବେସରେ ମୁତୟନ କରାଯାଇପାରେ। ଏବେ ଏହା ଅମ୍ବାଲା ଏୟାରବେସ୍‌ରେ ମୁତୟନ ରହିଛି ଯାହା ଚୀନ ଓ ପାକିସ୍ତାନ ସୀମା ନିକଟସ୍ଥ। ବର୍ତମାନ ସ୍ଥିତିରେ ଏହା ଭାରତୀୟ ବାୟୁସେନା ପାଇଁ ଫାଇଦା ସାବ୍ୟସ୍ତ ହେବ।

wp:heading {"level":1}

 

/wp:heading wp:heading {"level":1}

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.