ଦଶମ ଥର ଚାମ୍ପିଅନ ହେଲେ ରାଫେଲ୍ ନାଡାଲ, ଚତୁର୍ଥ ଥର ପାଇଁ ଫାଇନାଲରେ ଜୋକୋଭିକଙ୍କୁ ହରାଇଲେ

Published By : Prameya-News7 Bureau | May 17, 2021 IST

ନୂଆଦିଲ୍ଲୀ ୧୭/୫ : ଫୁଣି ବାଜି ମାରିଲେ ରାଫେଲ ନାଡାଲ । ଇଟାଲୀ ଓପନ ଟାଇଟଲ ହାସଲ କଲେ ରାଫେଲ୍ । ଦଶମ ଥର ପାଇଁ ସେ ଏହି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି । ତେବେ ଏଥର ବି ଫାଇନାଲରେ ନୋଭାକ୍ ଜୋକୋଭିକ୍ (୭-୫, ୧-୬, ୬-୩) ସେଟରେ ପରାସ୍ତ କରିଛନ୍ତି । ଏହା ହେଉଛି ଚତୁର୍ଥ ଟୁର୍ଣ୍ଣାମେଣ୍ଟ, ଯେଉଁଠି ନାଡାଲ ଦଶମ ଥର ପାଇଁ ଥର ଚାମ୍ପିୟନ ହୋଇଛନ୍ତି । ଏହାକୁ ମିଶାଇ ସେ ସର୍ବାଧିକ ୧୩ ଥର ଫ୍ରେଞ୍ଚ ଓପନ୍ ଟାଇଟଲ୍ ଜିତିଲେଣି ।

ବାର୍ସିଲୋନା ଓପନ୍ ୧୨ ଥର ଏବଂ ମୋଣ୍ଟେକାର୍ଲୋ ଟୁର୍ଣ୍ଣାମେଣ୍ଟ ୧୧ ଥର ଜିତିଛନ୍ତି । ଶେଷ ଥର ପାଇଁ ୨୦୨୦ ଫ୍ରେଞ୍ଚ ଓପନର ଉଭୟ ଫାଇନାଲିଷ୍ଟ ବେଶ ସଂଘର୍ଷ କରିଥିଲେ । ଏହା ପରେ ନାଡାଲ ଜୋକୋଭିକଙ୍କୁ ପରାସ୍ତ କରି ୨୦ତମ ଗ୍ରାଣ୍ଡସ୍ଲାମ ଜିତିଥିଲେ। ଫ୍ରେଞ୍ଚ ଓପନ୍ ୨୪ ମେ ରୁ ୧୩ ଜୁନ୍ ମଧ୍ୟରେ ଖେଳାଯିବ । ଏହା ଉଭୟଙ୍କ ମଧ୍ୟରେ ୫୭ ତମ ମ୍ୟାଚ୍ ଥିଲା । ତେବେ ଏଥିରୁ ଜୋକୋଭିକ୍ ୨୯ ଏବଂ ନାଡାଲ୍ ୨୮ ଟି ମ୍ୟାଚ୍ ଜିତିଛନ୍ତି । ଅର୍ଥାତ୍ ଜୋକୋଭିକ୍ ବିଜୟ ଦୃଷ୍ଟିରୁ ଆଗରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.