Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ସ୍କୁଲ ଯିବାବେଳେ ଟାଟାଏସିଇ ଗାଡିର ଫାଟିଲା ରେଡିଏଟର ; ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲର ୪ ଛାତ୍ର ଗୁରୁତର

29/11/2018 at 1:35 PM

ବ୍ରହ୍ମପୁର ୨୯|୧୧:  ବ୍ରହ୍ମପୁରରେ ଅଘଟଣ । ଟାଟାଏସିଇ ଗାଡିରେ ସ୍କୁଲ ଯାଉଥିବାବେଳେ ରେଡିଏଟର ବିସ୍ଫୋରଣ ଘଟିଛି । ଫଳରେ ସ୍କୁଲ ଯାଉଥିବା ୪ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଗୋଦାବରୀଶନଗର ଛକରେ ଦୁର୍ଘଟଣା ଘଟିଛି । ଆଙ୍କୁଲି ନିକଟସ୍ଥ ଏନଏଚ ୫ରେ ଥିବା ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲର ୮ଜଣ ଛାତ୍ର ଟାଟାଏସି ଗାଡିରେ ସ୍କୁଲକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଗୁରୁତର ଅବସ୍ଥାରେ ଛାତ୍ରମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଅଟୋ ଜାତୀୟ ଗାଡିରେ ସ୍କୁଲ ପିଲାଙ୍କୁ ନେବାଆଣିବା କରିବା ପାଇଁ ସୁପ୍ରିମକୋର୍ଟଙ୍କ କଡା କଟକଣା ରହିଛି । ଏହା ସତ୍ତ୍ବେ ଏଭଳି ଗାଡିମାନଙ୍କରେ ପିଲାମାନଙ୍କୁ ନେବାଆଣିବା କରିବା ଦ୍ବାରା ବାରମ୍ବାର ଏଭଳି ଅଘଟଣମାନ ଘଟୁଛି । ଫଳରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।

   Related Posts