ବାପା ମୁଖ୍ୟମନ୍ତ୍ରୀ ପଦ ଛାଡିଲା ପରେ ଝିଅକୁ ବେଶୀ ବାଧିଲା: ଫେସବୁକ୍ ପେଜରେ ସମାଲୋଚକଙ୍କୁ ଚୁପ୍ କରିବାକୁ ଦେଲେ କଡା ଜବାବ

Published By : Prameya-News7 Bureau | September 14, 2021 IST

ଅହମଦାବାଦ ୧୪/୦୯ : ଗୁଜୁରାଟରେ ବିଜେପି ବିଜୟ ରୁପାଣିଙ୍କ ଇସ୍ତଫା ସ୍ୱୀକାର କରି ଭୁପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ଦେଇଛି। ବିଜୟ ରୁପାଣିଙ୍କ ଇସ୍ତଫା ପଛରେ ଅନେକ ଲୋକ ତାଙ୍କ ଅଲୋକପ୍ରିୟତାର କାରଣ ଦର୍ଶାଇଛନ୍ତି। ରୁପାଣିଙ୍କ ଝିଅ ରାଧିକା ଏହି ଲୋକଙ୍କ ଉପରେ କ୍ରୋଧ ପ୍ରକାଶ କରିଛନ୍ତି। ଏକ ଫେସବୁକ ପୋଷ୍ଟରେ ରୁପାଣିଙ୍କ ଝିଅ କହିଛନ୍ତି ଯେ ୨୦୦୨ ରେ ଯେତେବେଳେ ଅକ୍ଷରଧାମ ମନ୍ଦିରରେ ହମଲା ହୋଇଥିଲା ସେତେବେଳେ ମୋଦିଜୀଙ୍କ ପୂର୍ବରୁ ତାଙ୍କ ପିତା ସେଠାରେ ପହଞ୍ଚିଥିଲେ।

ରୁପାଣିଙ୍କ ଝିଅ ଫେସବୁକ ପୋଷ୍ଟର ଶୀର୍ଷକ ଲେଖିଛନ୍ତି, 'ଜଣେ ଝିଅ ନଜରରେ ବିଜୟ ରୁପାଣି'। ରାଧିକା ଲେଖିଛନ୍ତି, 'ବହୁତ କମ ଲୋକ ଜାଣିଛନ୍ତି ଯେ କରୋନା ଓ ତାଉତେ ବାତ୍ୟା ଭଳି ସମସ୍ୟାରେ ମୋ ପିତା ରାତି ସାଢେ ୨ଟା ଯାଏଁ ଚେଇଁ ରହୁଥିଲେ ଓ ଲୋକଙ୍କ ପାଇଁ ବ୍ୟବସ୍ଥା କରୁଥିଲେ, ଫୋନରେ ଲାଗି ରହୁଥିଲେ।'

ଆଗକୁ ରାଧିକା ଲେଖିଛନ୍ତି,' ଅନେକ ଲୋକଙ୍କ ପାଇଁ ମୋ ପିତାଙ୍କ କାର୍ଯ୍ୟକାଳ ଜଣେ କାର୍ଯ୍ୟକର୍ତ୍ତା ଭାବେ ଆରମ୍ଭ ହୋଇଥିଲା ଏବଂ ଅନେକ ରାଜନୈତିକ ପଦବୀ ଜରିଆରେ ମୁଖ୍ୟମନ୍ତ୍ରୀ ଯାଏଁ ପହଞ୍ଚିଥିଲେ। କିନ୍ତୁ ମୋ ବିଚାରରେ ମୋ ପିତାଙ୍କ କାର୍ଯ୍ୟକାଳ ୧୯୭୯ରେ ମୋରବି ବନ୍ୟା, ଅମରୋଲିରେ ବାଦଲ ଫାଟିବା ଘଟଣା, କଚ୍ଛ ଭୂକମ୍ପ, ସ୍ୱାମୀ ନାରାୟଣ ମନ୍ଦିରରେ ଆତଙ୍କବାଦୀ ହମଲା, ଗୋଧରା ଘଟଣା, ବନାସକାଣ୍ଠା ବନ୍ୟାରୁ ଆରମ୍ଭ ହୋଇଥିଲା। ତାଉତେ ବାତ୍ୟା ଓ କୋଭିଡ ସମୟରେ ମୋ ପିତା ଦିନ ରାତି କାମ କରୁଥିଲେ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.