ଗ୍ଲାମରସ୍ ଫଟୋ ପୋଷ୍ଟ କରି ଟ୍ରୋଲ ହେଲେ ଏହି ଅଭିନେତ୍ରୀ ; ୟୁଜର୍ସ କହିଲେ ଏମିତି.....

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ ୨୭/୦୭ : ବଲିଉଡ୍ ଇଣ୍ଡଷ୍ଟ୍ରିର ବୋଲ୍ଡ ଓ ଗ୍ଲାମରସ୍ ଅଭିନେତ୍ରୀ ରାଧିକା ଆପ୍ଟେ । ସେ ତାଙ୍କ ଫିଲ୍ମ ସହ ଲୁକ୍ସ୍ କୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବଳ ସେତିକି ନୁହେଁ ସୋସିଆଲ ମିଡିଆରେ ମଧ୍ୟ ରାଧିକା ନିଜର ବୋଲ୍ଡ ଅନ୍ଦାଜର ଫଟୋ ପୋଷ୍ଟ କରନ୍ତି । ଯାହାକି ଫ୍ୟାନ୍ସ ମାନେ ଦେଖି ନଜର ହଟାଇ ପାରନ୍ତି ନାହିଁ । କିନ୍ତୁ ଏଥର ଏମିତି ଏକ ଫଟୋ ପୋଷ୍ଟ କରିଛନ୍ତି ଯାହାକୁ ଦେଖି ୟୁଜର୍ସମାନେ ଟ୍ରୋଲ କରିଛନ୍ତି ।

ଏହି ଫଟୋରେ ରାଧିକା ବଗିଚାରେ ବସିଥିବା ନଜର ଆସିଛନ୍ତି । ତାଙ୍କ ପାଖରେ ଏକ ବେଙ୍ଗର ଷ୍ଟାଚୁ ରହିଛି । ରାଧିକା ସେହି ବେଙ୍ଗକୁ ଦେଖି ତା’ପରି ନକଲ କରି ପୋଜ ଦେଇ ଫଟୋ ଉଠାଇଛନ୍ତି । ତେବେ ଏହି ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି କି .. ‘ସମସ୍ତେ ଏକ ପ୍ରକାରର ପଶୁ । ମୁଁ ବେଙ୍ଗ ପରି ଦେଖାଯାଉଛି ..ତୁମେ ତାହାଲେ କଣ’ । ରାଧିକାଙ୍କ ଏହି ଫଟୋରେ ପିଙ୍କ୍ କଲରର ସଟ୍ସ୍ ପିନ୍ଧିଛନ୍ତି । ଏହାକୁ ଦେଖି ୟୁଜର୍ସମାନେ ତାଙ୍କୁ ଅନେକ କମେଣ୍ଟସ୍ ଦେଇ ଟ୍ରୋଲ କରିଛନ୍ତି । ତାଙ୍କୁ ଜଣେ ୟୁଜର୍ସ କହିଛନ୍ତି ‘ଭିକ ମାଗୁଛ କି ବେବି..’ । ଅନ୍ୟ ଜଣେ ଲେଖିଛନ୍ତି କି.’ଏମିତି ଫଟୋ ଉଠାଉଛ ଲଜ୍ୟା ଲାଗୁନି’। ଆଉ ଜଣେ ମଧ୍ୟ କହିଛନ୍ତି କି ‘ଡ୍ରେସ୍ ରେ ପ୍ୟାଣ୍ଟ କାହିଁ’... ଏମିତି ଅନେକ କଥା କହିଛନ୍ତି । ରାଧିକାଙ୍କ ପାଇଁ ଏହା କୌଣସି ନୂଆ କଥା ନୁହେଁ ରାଧିକା ଏହା ପୂର୍ବରୁ ମଧ୍ୟ ଟ୍ରୋଲ ହୋଇଛନ୍ତି ।

ତାଙ୍କର ଫିଲ୍ମ କଥା କହିବାକୁ ଗଲେ ପୂର୍ବ ଥର ନେଟ୍‌ଫ୍ଲିକ୍ସରେ ରିଲିଜ୍ ହୋଇଥିବା ଫିଲ୍ମ ରାତ ଅକେଲି ହେ ରେ ନଜର ଆସିଥିଲେ । ଏହି ଫିଲ୍ମରେ ସେ ନବାଜଉଦ୍ଦିନ ସିଦ୍ଧିକିଙ୍କ ସହିତ ମୁଖ୍ୟ ଭୂମିକାରେ ଥିଲେ । ତାଙ୍କ କ୍ୟାରିୟର ପ୍ରଥମ ଫିଲ୍ମ ‘ସୋର ଇନ ଦ ସିଟି’ଥିଲା ।ଏହା ବ୍ୟତିତ ସେ, ବଦଲାପୁର, ହଣ୍ଟର, ମାଝି, ପ୍ୟାଡମ୍ୟାନ ଓ ଅନଧା ଧୁନ୍ ରେ ମଧ୍ୟ ନଜର ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.