Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

‘ବଦଲାପୁର’ ଫିଲ୍ମରେ ନଗ୍ନ ଓ ବୋଲ୍ଡ ସିନ୍‌ କରିବା ପରେ ରାଧିକା ଆପତେଙ୍କୁ ମିଳୁଥିଲା ଏହି ଅଫର, ଜାଣନ୍ତୁ

4/12/2019 at 11:05 AM

ମୁମ୍ବାଇ୪|୧୨: ବଲିଉଡ ଅଭିନେତ୍ରୀ ରାଧିକା ଆପ୍ତେ ଏବେ ଫିଲ୍ମ ଦୁନିଆରୁ କିଛି ଦିନ ଯାଏଁ ଦୂରରେ ଅଛନ୍ତି। ଏବେ ରାଧିକା ଅଧିକାଂଶ ମ୍ୟାଗେଜିନ କଭର ଶୁଟ୍‌ରେ ବ୍ୟସ୍ତ ରହୁଛନ୍ତି। ଟପଲେସ ଏବଂ ବୋଲ୍ଡ ସିନ୍ ଦେବା ପାଇଁ ବଲିଉଡ ଅଭିନେତ୍ରୀ ରାଧିକା ଚର୍ଚ୍ଚାରେ ରୁହନ୍ତି। ନିଜ ଅଭିନୟ ପାଇଁ ବଲିଉଡରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ରାଧିକା। ଫିଲ୍ମ ‘ପାର୍ଚଡ’ରେ ନ୍ୟୁଡ ସିନ୍ ଦେଇ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ଏହି ଅଭିନେତ୍ରୀ।

ହେଲେ ଫିଲ୍ମ ‘ବଦଲାପୁର’ରେ ନଗ୍ନ ଦୃଶ୍ୟ ଦେବା ପରେ ହିଁ ତାଙ୍କୁ ଆଡଲ୍ଟ ଫିଲ୍ମର ଅଫର ଆସିବା ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ରାଧିକା ଆପତେ। ନିକଟରେ ଏକ ସାକ୍ଷାତକାରରେ ରାଧିକା ଏହି ଫିଲ୍ମରେ ଦେଇଥିବା ନଗ୍ନ ଦୃଶ୍ୟ ବିଷୟରେ ଆଲୋଚନା କରିଛନ୍ତି। ‘ବଦଲାପୁର’ ଫିଲ୍ମ ପରେ ଇଣ୍ଡଷ୍ଟ୍ରିରେ ତାଙ୍କ ଛବି ସମ୍ପୂର୍ଣ୍ଣ ଭାବେ ବଦଳିଯାଇଥିଲା। ନିଜର ଅଭିନୟ ବଳରେ ରାଧିକା ସଫଳ ହୋଇଥିଲେ ସତ ହେଲେ କିଛି ଫିଲ୍ମ ନିର୍ମାତା ତାଙ୍କୁ ଆଡଲ୍ଟ ଫିଲ୍ମ ଅଫର ମଧ୍ୟ କରିଥିଲେ । ଏହା ରାଧିକା ନିଜେ କହିଛନ୍ତି।

ଅଭିନେତ୍ରୀଙ୍କ ଅନୁସାରେ, ସେ ଫିଲ୍ମର ସ୍କ୍ରିପ୍ଟକୁ ଦେଖି ନଗ୍ନ ଦୃଶ୍ୟ ଦିଅନ୍ତି। ଫିଲ୍ମ ‘ବଦଲାପୁର’ କାହାଣୀରେ ଏହି ସିନ୍‌ ଦରକାର ଥିଲା ସେଥିପାଇଁ ସେ ବିବସ୍ତ୍ର ହୋଇଥିଲେ।  କିନ୍ତୁ ଏହି ଫିଲ୍ମରେ ଅଭିନୟ କରିବା ପରେ ଲୋକେ ପ୍ରଶଂସା କରିବା ସହ ତାଙ୍କୁ ଅଲଗା ନଜରରେ ମଧ୍ୟ ଦେଖୁଥିଲେ।  ସେଥିପାଇଁ ତାଙ୍କୁ ଆଡଲ୍ଟ ଫିଲ୍ମର ଅଫର କରାଯାଉଥିଲା।

ଜଣେ ନିର୍ମାତା ତାଙ୍କୁ ଆଡଲ୍ଟ କମେଡି ଫିଲ୍ମରେ କାମ କରିବା ନେଇ ଅଫର ଦେଇଥିଲେ। କିନ୍ତୁ ଏଭଳି ପ୍ରସ୍ତାବକୁ ସେ ଗ୍ରହଣ କରିନଥିଲେ। ତଥାପି ନିର୍ମାତା ରାଧିକାଙ୍କୁ କହିଥିଲେ ଯେ, ସେ ଲଗାତାର ଏଭଳି ଫିଲ୍ମ କରୁଥିବାରୁ ତାଙ୍କୁ ଆଡଲ୍ଟ ଫିଲ୍ମ ଅଫର କରାଯାଉଛି ।ଏହା ଶୁଣି ସେ ସଫା ସଫା କହିଥିଲେ ଯେ, ସେ ଆଡଲ୍ଟ ଫିଲ୍ମ କରିବେ ନାହିଁ।

   Related Posts