ବିବାହ ଉପରେ ରାଧୀକା ଆପ୍ତେଙ୍କ ବିଶ୍ବାସ ନାହିଁ: କହିଲେ-‘ଭିସା ପାଇଁ ବାହା ହେବାକୁ ପଡ଼ିଲା’

Published By : Prameya-News7 Bureau | October 24, 2020 IST

ମୁମ୍ବାଇ ୨୪/୧୦:   ବିବାହକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ଅଭିନେତ୍ରୀ ରାଧୀକା ଆପ୍ତେ। ବିବାହ ଉପରେ ବିଶ୍ବାସ କରନ୍ତିନି ରାଧୀକା । କେବଳ ଭିସା ପାଇଁ ବ୍ରିଟିଶ ମ୍ୟୁଜିସିଆନ୍‌ ବେନୋଡିକ୍ଟ ଟେଲରଙ୍କୁ ବିବାହ କରିଛନ୍ତି ବୋଲି କହିଛନ୍ତି ରାଧୀକା ଆପ୍ତେ । ଏବେ ରାଧୀକା ନିଜ ପତିଙ୍କ ସହ ଲଣ୍ଡନରେ ଅଛନ୍ତି। ନିକଟରେ ବିକ୍ରାନ୍ତ ମେସିଙ୍କ ସହ ଲାଇଭ୍‌ ଚାଟ୍‌ କରିଥିଲେ। ଏହି ସମୟରେ ଉଭୟ ଉଭୟଙ୍କୁ ବହୁ ପ୍ରଶ୍ନ ପଚାରିଥିଲେ।

wp:html
/wp:html

ବିକ୍ରାନ୍ତ ରାଧୀକାଙ୍କୁ କେବେ ବିବାହ କରିଥିଲେ ବୋଲି ପଚାରିଥିଲେ। ଏହି ପ୍ରଶ୍ନ​‌ରେ ଅଭିନେତ୍ରୀ କହିଥିଲେ ଯେତେବେଳେ ମୋତେ ବିଶ୍ବାସ ହେଲା ଯେ ବିବାହ କରିବା ପରେ ଭିସା ମିଳିବା ସହଜ ହେବ। ଜୀବନରେ କିଛି ବାଧା ରହିବା ଭଲ ନୁହେଁ। ମୁଁ ମ୍ୟାରେଜ୍‌ ପର୍ସନ ନୁହେଁ। ମୁଁ ବିବାହ ଉପରେ ବି ବିଶ୍ବାସ କରେନାହିଁ ବୋଲି କହିଛନ୍ତି ରାଧୀକା। ଭିସା ମଳିବା ଭାରି କଷ୍ଟକର ତେଣୁ ବିବାହ କରିବାକୁ ପଡ଼ିଲା ବୋଲି ଆପ୍ତେ କହିଛନ୍ତି।

ରାଧୀକା ଆପ୍ତେ ଶେଷ ଥର ପାଇଁ ‘ଲାଷ୍ଟ ରାତ ଅକେଲି ହୈ’ରେ ନଜର ଆସିଥିଲେ। ଫିଲ୍ମ​‌ରେ ରାଧୀକାଙ୍କ ସହ ନଓ୍ବାଜୁଦ୍ଦିନ୍‌ ସିଦ୍ଦିକ୍‌ ଲିଡ୍‌ ରୋଲ୍‌ରେ ଥିଲେ। ନିକଟରେ ରାଧୀକା ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ଆଇସୋଲେସନ୍‌ରେ ଥିବା ନେଇ କହିଥିଲେ। ଏହି ସମୟରେ ଭଲ ଖାଦ୍ୟ ଖାଇବା ସହ ବ୍ୟାୟାମ କରୁଛନ୍ତି ବୋଲି କହିଥିଲେ ରାଧୀକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.