ଲିକ୍‌ ହେଲା ରାଧିକା ଆପ୍‌ଟେଙ୍କ ଆଗାମୀ ଫିଲ୍ମର ସେକ୍ସ ସିନ୍…ଆଇନା ସାମ୍ନାରେ ନ୍ୟୁଡ ହୋଇ ଠିଆ ହେବାକୁ ପରାମର୍ଶ ଦେଲେ ରାଧିକା

Published By : Prameya-News7 Bureau | July 18, 2019 IST

ମୁମ୍ବାଇ୧୮|୭: ବଲିଉଡ ଅଭିନେତ୍ରୀ ରାଧିକା ଆପ୍‌ଟେ ଓ ଦେବ ପଟେଲଙ୍କ ହଟ୍‌ ଅନ୍ତରଙ୍ଗ ସିନ୍‌ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବଲିଉଡ ଫିଲ୍ମ “ଦ ୱେଡିଙ୍ଗ ଗେଷ୍ଟ”ର ଏହି ଭିଡିଓରେ ରାଧିକା ଓ ଦେବ ବହୁତ ବୋଲ୍ଡ ଅନ୍ଦାଜରେ ନଜର ଆସିଛନ୍ତି। ଅନେକ ଦର୍ଶକ ସୋସିଆଲ ମିଡିଆରେ ଏହି ଭିଡିଓକୁ ସେୟାର କରିଛନ୍ତି। ଏହି ଭିଡିଓ ଏବେ ବେଶ ଚର୍ଚ୍ଚାରେ ଅଛି। ଏହି ଭିଡିଓ ପାଇଁ ରାଧିକା ପୁଣିଥରେ ହଟ୍‌ ଟପିକ୍‌ରେ ଅଛନ୍ତି। ତେବେ ଏହି ଭିଡିଓ ନେଇ ଦିଆଯାଉଥିବା ନେଗେଟିଭ କମେଣ୍ଟ ପରିପ୍ରେକ୍ଷୀରେ ରାଧିକା ସାଂପ୍ରତିକ ସମାଜିକ ମାନସିକତା ଉପରେ ପ୍ରଶ୍ନ ଉଠାଇଛନ୍ତି।

{"id":134888}

ଏକ ସାକ୍ଷାତକାରରେ ରାଧିକା କହିଛନ୍ତି ଯେ, “ଦ ୱେଡିଙ୍ଗ ଗେଷ୍ଟ” ଫିଲ୍ମରେ ଅନେକ ଭଲ ସିନ୍‌ ଅଛି କିନ୍ତୁ କେବଳ ସେକ୍ସ ସିନ୍‌ ଭାଇରାଲ ହୋଇଛି। ଏଥିପାଇଁ ସମାଜର ପାଗଳାମୀ ଦାୟି। ଭାଇରାଲ ହୋଇଥିବା ଭିଡିଓରେ ଉଭୟ ଦେବ୍‌ ପଟେଲ ଓ ରାଧିକା ଅଛନ୍ତି କିନ୍ତୁ ଭିଡିଓ ଲିକ୍‌ ହେବା ପରେ ଏହା ରାଧିକାଙ୍କ ନାଁରେ ଭାଇରାଲ କରାଯାଉଛି ବୋଲି ସେ କହିଛନ୍ତି। ଅଭିନେତା ଦେବ ପଟେଲଙ୍କ ନାଁରେରେ ଭିଡିଓ ସେୟାର କରାଯାଉନାହିଁ କାରଣ ସେ ଜଣେ ପୁରୁଷ ଓ ରାଧିକା ଜଣେ ନାରୀ? ଏଭଳି ପ୍ରଶ୍ନ ମଧ୍ୟ ରାଧିକା ସାକ୍ଷାତକାରରେ ଦର୍ଶକଙ୍କୁ ପଚାରିଛନ୍ତି।

{"id":134889}

ରାଧିକା ଆପ୍‌ଟେ ସ୍ପଷ୍ଟ କରି କହିଛନ୍ତି ଯେ, ବୋଲ୍ଡ ସିନ୍‌ କରିବା ପାଇଁ ତାଙ୍କର କୌଣସି ଆପତ୍ତି ନାହିଁ। ସେ ଏହି ସବୁ ହଟ୍‌ ସିନ୍‌ କରି କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିନ୍ତୁ ସମାଜ ପାଇଁ ତାଙ୍କୁ ବହୁତ ଖରାପ ଲାଗୁଛି ବୋଲି ସେ କହିଥିଲେ।ସେ ଦେଶ ବିଦେଶରେ ଅନେକ ଷ୍ଟେଜ୍‌ରେ ନ୍ୟୁଡ୍‌ ସୋ ପ୍ରଦର୍ଶନ ହେବାର ଦେଖିଛନ୍ତି। ତେଣୁ ତାଙ୍କ ପାଇଁ ଏସବୁ କିଛି ନୂଆଁ ନୁହଁ। ସେ ଜଣେ ଅଭିନେତ୍ରୀ ମାତ୍ର । ଭାରତରେ ଲୋକଙ୍କ ସଂକୀର୍ଣ୍ଣ ମନୋଭାବ ଯୋଗୁଁ ଦେଶ ଆଗକୁ ବଢିପାରୁନାହିଁ। ନିଜ ମାନସିକାତା ଓ ଭାବନାକୁ କେବଳ ମଣିଷ ନିଜେ ହିଁ ବଦଳାଇ ବଦଳିପାରିବ। ଏଥିପାଇଁ ସମସ୍ତେ ଥରେ ନଗ୍ନ ହୋଇ ଆଇନା ଆଗରେ ଠିଆ ହୁଅନ୍ତୁ ସବୁ ବୁଝିଯିବେ ବୋଲି କହିଥିଲେ ।           

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.