ରାଧେ ଲିକ୍ କରିଥିବା ବ୍ୟକ୍ତିଙ୍କୁ ହାଇକୋର୍ଟଙ୍କ କଡା ତାଗିଦ୍, ରଦ୍ଦ ହୋଇପାରେ ହ୍ୱାଟସଆପ୍ ନମ୍ୱର

Published By : Prameya-News7 Bureau | May 25, 2021 IST

ନୂଆଦିଲ୍ଲୀ ୨୫/୦୫: ସଲମାନ ଖାନ ମହାମାରୀ ସମୟରେ ଫ୍ୟାନ୍ସମାନଙ୍କ ପାଇଁ ଇଦ୍ ଉପହାର ସ୍ୱରୂପ ତାଙ୍କ ଫିଲ୍ମ 'ରାଧେ: ୟୋର୍ ମୋଷ୍ଟ ୱାଣ୍ଟେଡ୍ ଭାଇ' ରିଲିଜ୍ କରିଥିଲେ। ଏହାର ରିଲିଜ୍ ପୂର୍ବରୁ ସଲମାନ ପାଇରେସି ବିରୁଦ୍ଧରେ ଠିଆ ହେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। କିନ୍ତୁ 'ରାଧେ' ରିଲିଜ୍ ହେବାର କିଛି ଘଣ୍ଟା ପରେ ଫିଲ୍ମଟି ଅନେକ ପ୍ଲାଟଫର୍ମ ମାଧ୍ୟମରେ ଲିକ୍ ହୋଇଥିଲା। ଯାହା ପରେ ଫିଲ୍ମର ନିର୍ମାତା ଯେଉଁମାନେ ପାଇରେସି କରିଥିଲେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସୂଚନା ଅନୁଯାୟୀ, ପାଇରେସି ଘଟଣାରେ ସାମିଲ ହୋଇଥିବା ଲୋକମାନଙ୍କୁ ଦିଲ୍ଲୀ ହାଇକୋର୍ଟ କଡା ତାଗିଦ୍ କରିଛନ୍ତି।

ସଲମାନ ଖାନ ଏବଂ ଦିଶା ପାଟନୀଙ୍କ ଅଭିନୀତ ଫିଲ୍ମ 'ରାଧେ' ୧୩ ମେରେ ଜି ୫ ରେ ରିଲିଜ୍ ହୋଇଥିଲା। କିଛି ଘଣ୍ଟା ପରେ ଏହି ଫିଲ୍ମ ପାଇରେସିର ଶିକାର ହୋଇଥିଲା। କେବଳ ପାଇରେଟେଡ୍ ସାଇଟ୍ ନୁହେଁ ଅନେକ ହ୍ୱାଟସ୍ ଆପ୍ ନମ୍ବର ମାଧ୍ୟମରେ ମଧ୍ୟ ପଠାଯାଇଥିଲା । ଯାହା ପରେ ଏହି ଫିଲ୍ମର ନିର୍ମାତାମାନେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଘୋଷଣା କରିଥିଲେ। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ହ୍ୱାଟସ୍ ଆପ୍କୁ ପାଇରେଟ୍ କପି ସେୟାର କରୁଥିବା ଲୋକର ନମ୍ବରକୁ ସସ୍ପେଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଫିଲ୍ମର ବିଜନେସକୁ କ୍ଷତି ପହଞ୍ଚାଇଥିବା ଲୋକଙ୍କ ନମ୍ବରକୁ ମଧ୍ୟ ସ୍ଥାୟୀ ଭାବେ ବନ୍ଦ କରିବାକୁ ଦାବି କରାଯାଇଛି। ଜୀ ୫ରେ ରିଲିଜ୍ ହୋଇଥିବା ଏହି ଫିଲ୍ମକୁ ପେ-ଫର-ଭ୍ୟୁ ଆଧାରରେ ରିଲିଜ୍ କରାଯାଇଥିଲା । ଏଥି ସହିତ ସଲମାନ ଖାନ ରିଲିଜ ପରେ ଫିଲ୍ମର ବେଆଇନ ଷ୍ଟ୍ରିମିଂ ଉପରେ ଅସନ୍ତୋଷ ବ୍ୟକ୍ତ କରି ଏହାକୁ ଏକ ଗୁରୁତର ଅପରାଧ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.