ପୁରୁଣା ଟାୟାରରେ ମମିତାଙ୍କୁ ପୋଡିଥିଲା ଗୋବିନ୍ଦ, ସହଯୋଗୀ ରାଧେର ବୟାନରୁ ଖୁଲାସା

Published By : Prameya-News7 Bureau | November 05, 2021 IST

କଳାହାଣ୍ଡି ୫।୧୧: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଆସିଲା ନୂଆ ତଥ୍ୟ । ଘଟଣା ଦିନ ରାତିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ତାର ସହଯୋଗୀ ଡ୍ରାଇଭର ରାଧେ ହାତରେ ମଗେଇଥିଲା ପୁରୁଣା ଟାୟାର । ଗୋବିନ୍ଦ, ବିବେକ ଅଗ୍ରୱାଲଙ୍କ ନିକଟରୁ ସେହି ପୁରୁଣା ଟାୟାର ମଗାଇଥିଲା ବୋଲି ରାଧେ ବୟାନରୁ ଜଣାପଡିଛି ।

ବିବେକ ଅଗ୍ରୱାଲ ତାଙ୍କ ଗୋଦାମରେ ଥିବା ଦୁଇଟି ପିକଅପର ପୁରୁଣା ଟାୟାର ଦେଇଥିଲେ । ସେହି ପୁରୁଣା ଟାୟାରକୁ ମମିତା ମେହେରକୁ ପୋଡିବାରେ ବ୍ୟବହାର କରାଯାଇଥିଲା । ରାଧେର ୧୬୧ ବୟାନରେ ଏଭଳି ଖୁଲାସା ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.